କୋଟିଆରେ ସର୍ବଦଳୀୟ ନେତାଙ୍କ ପହରା !
ନନ୍ଦିଘୋଷ ବ୍ୟୁରୋ: କୋଟିଆ ସୀମା ସୁରକ୍ଷା ପାଇଁ ରାତିସାରା ଜଗିଲା ଓଡ଼ିଶା ପ୍ରଶାସନ। ସେହିପରି ସେଠାରେ ଉପସ୍ଥିତ ରହିଥିଲେ ସର୍ଵଦଳୀୟ ନେତା। ପଛକୁ ହଟିଲା ଆନ୍ଧ୍ର ପ୍ରଶାସନ। କୋଟିଆ ମାଟିର ସୁରକ୍ଷା ପାଇଁ ସଜାଗ ଓଡ଼ିଶା ପ୍ରଶାସନ ଓ ବିଭିନ୍ନ ଦଳ। ଦଳୀୟ ରାଜନୀତିକୁ ପଛରେ ପକାଇ ଦଳମତ ନିର୍ବିଶେଷରେ ଏକାଠି ହେଲେ ଓଡ଼ିଶାବାସୀ। ସୀମାନ୍ତ ଅଞ୍ଚଳରେ ସଜାଗ ରହି ଆନ୍ଧ୍ରର ସମସ୍ତ ଉଦ୍ୟମକୁ ରୋକିବା ପାଇଁ ଦୃଢ଼ ରହିଲେ ପ୍ରଶାସନ ଓ ସ୍ଥାନୀୟ ଲୋକେ।
ସେପଟେ କୋଟିଆରେ ପ୍ରଶାସନ ପକ୍ଷରୁ BNSSର ଧାରା ୧୬୩ ଲାଗୁ କରାଯାଇଛି। ଓଡ଼ିଶା-ଆନ୍ଧ୍ର ସୀମାନ୍ତର ତିନୋଟି ସ୍ଥାନରେ ପୋଲିସ ବ୍ୟାରିକେଡ୍ କରି ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିଛି । ଏଥିସହ କୋଟିଆରେ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କୋଟିଆ ନୋଡାଲ ଅଫିସର ତଥା ଉପଜିଲ୍ଲାପାଳ ମଧ୍ୟ କୋଟିଆର ବିଭିନ୍ନ ଗ୍ରାମକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରୁଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
