Bomb threats: ୟୁରୋପରେ ୧୨ ବିମାନକୁ ଧମକ; ଆକାଶରେ ଅଟକିଗଲା ‌ଯାତ୍ରୀଙ୍କ ଶ୍ବାସକ୍ରିୟା!

Nov 05, 2026 - 18:33
Bomb threats: ୟୁରୋପରେ ୧୨ ବିମାନକୁ ଧମକ; ଆକାଶରେ ଅଟକିଗଲା ‌ଯାତ୍ରୀଙ୍କ ଶ୍ବାସକ୍ରିୟା!

ନୂଆଦିଲ୍ଲୀ: ୟୁରୋପରେ ଗୁରୁବାର ପୁଣି ଥରେ ସୁରକ୍ଷା ସଂସ୍ଥାଗୁଡ଼ିକ ଭୟଭୀତ ହୋଇଯାଇଛନ୍ତି।

ବୋମାମାଡ଼ ଧମକ କାରଣରୁ ପାଖାପାଖି ୧୨ଟି ବିମାନକୁ ସ୍ଥାନାନ୍ତର କରିବାକୁ ପଡ଼ିଛି ଅଥବା ଜରୁରୀକାଳୀନ ଅବରତଣ କରିବାକୁ ହୋଇଛି।

ଗୋଟିଏ ସପ୍ତାହ ମଧ୍ୟରେ ଏହା ହେଉଛି ଦ୍ବିତୀୟ ଘଟଣା।

ତେବେ ବାରମ୍ବାର ଏଭଳି ଅଭାବନୀୟ ପରିସ୍ଥିତି ନେଇ ସୁରକ୍ଷା ସଂସ୍ଥାଗୁଡ଼ିକର ଚିନ୍ତା ବଢ଼ିଛି।

ଏହି ସୁରକ୍ଷା ଆଲର୍ଟ ସମୟରେ ଡବଲିନ୍‌ରୁ ରୋମ ଅଭିମୁଖେ ଯାଉଥିବା 'Aer Lingus'ର ବିମାନ 'EI402'କୁ ପ୍ୟାରିସରୁ ୧୦୦କିମି ଦୂର ଫ୍ରାନ୍ସର ଏଭରେକ୍ସ ଏୟାରପୋର୍ଟ ଉପରେ ସୁରକ୍ଷିତ ଅବତରଣ କରାଯାଇଛି।

Advertisment ହେଲସିଙ୍କିରୁ ରୋମ ଅଭିମୁଖେ ଯାଉଥିବା ଫିନଏୟାରର ବିମାନକୁ ଇଟାଲିର ବାୟୁସେନାର ଲଢୁ୍ରା ବିମାନଗୁଡ଼ିକର ହେପାଜତରେ 'ରୋମ ଫିମିସିନୋ ବିମାନବନ୍ଦର'ରେ ଅବତରଣ କରାଯାଇଥିଲା।

ଇଟାଲି ପୁଲିସର ତଦନ୍ତ ବେ‌ଳେ କୌଣସି ବିସ୍ପୋରକ ସାମଗ୍ରୀ ମିଳି ନାହିଁ।

ଏହା ବ୍ୟତୀତ ପୋଲାଣ୍ଡର ଏୟାରଲାଇନ 'LOT'ର ଏକ ବିବାନ ବେଲଜିୟମର ବ୍ରେସେଲ୍ସ ଜାୱେଟମ୍‌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି।

ସେଠାରେ ତଦନ୍ତ ପରେ ଏୟାରଲାଇନ ତରଫରୁ କୁହାଯାଇଛି ଯେ, କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳି ନାହିଁ।

Russian airstrike: ରୁଷୀୟ ବିମାନ ଆକ୍ରମଣ ଘଟଣା: ମାଟି ତଳେ ଜୀବନ ଖୋଜୁଛନ୍ତି ୟୁକ୍ରେନ୍‌ର ଉଦ୍ଧାରକାରୀ ଦଳ ଗଣମାଧ୍ୟମ ସଂସ୍ଥା ଏପି ରିପୋର୍ଟ ଅନୁସାରେ ପୂର୍ବ ଏବଂ ମଧ୍ୟ ୟୁରୋପୀୟ ଦେଶଗୁଡ଼ିକରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି।

ବୁଲଗେରିଆରେ ୩ଟି ବିମାନ ଜରୁରୀକାଳୀନ ଅବତରଣ କରାଯାଇଛି, ଯେଉଁଥିରେ କୋପେନହେଗନ ଏବଂ ମାଦ୍ରିଦରୁ ଆସିଥିବା ୨ଟି ବିମାନ ସୋଫିଆରେ ଏବଂ ଲଣ୍ଡନରୁ ଆସିଥିବା ବିମା ପ୍ଲୋଓଦିୱରେ ଅବତରଣ କରାଯାଇଛି।

ଚେକ୍‌ ରିପ୍ଲବିକ୍‌ର ରାଜଧାନୀ ପ୍ରାଗ ଅଭିମୁଖେ ଯାଉଥିବା ୪ଟି ବିମାନକୁ ମଧ୍ୟ ବିସ୍ଫୋରକ ଧମକ ମିଳିଛି।

ସେହିପରି ରୋମାନିଆର ହେନରୀ କୋଆଣ୍ଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ମିଲାନରୁ ବୁଖାରେଷ୍ଟ ଅଭିମୁଖେ ଯାଉଥିବା ଭିଜ ବିମାନରୁ ୨୦୦ ଯାତ୍ରୀମାନଙ୍କୁ ସୁରକ୍ଷିତ ଅବତରଣ କରାଯାଇଛି।

ଦୁଇ ଦିନ ପୂର୍ବରୁ ବିମାନ ଆକ୍ରମଣ ନେଇ ଧମକ ମିଳିଥିଲା।

ଏହା ପରେ ବିମାନବନ୍ଦରରୁ ବିମାନ ପରିଚାଳନା ପ୍ରଭାବିତ ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)