ଖେଳ ପଡିଆ ନାଁରେ ଟଙ୍କା ହଡ଼ପ

Sep 10, 2026 - 17:25
ଖେଳ ପଡିଆ  ନାଁରେ ଟଙ୍କା ହଡ଼ପ

ନନ୍ଦିଘୋଷ ବ୍ୟୁରୋ :ଖେଳ ପଡିଆ  ନାଁରେ ଟଙ୍କା ହଡ଼ପ।  ଉନ୍ନତିକରଣ ନାଁ ରେ ୫ ଲକ୍ଷ ଆତ୍ମସାତ୍ । ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଟଙ୍କା ହେରଫେର । କାମ ଗୋଟେ ଜାଗାରେ ଫଳକ ଲାଗିଛି ଅନ୍ୟ ଜାଗାରେ। କଳାହାଣ୍ଡି ନର୍ଲା ବ୍ଲକ ପଲମ ଗାଁରେ  ଖେଳ ପଡିଆର ଉନ୍ନତିକରଣ ନାଁରେ ଅନିୟମିତତା ଅଭିଯୋଗ ହୋଇଛି। ଆଇଟିଡ଼ିଏ ବିଭାଗ ପକ୍ଷରୁ ୫ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା। ହେଲେ ଖେଳ ପଡିଆରେ ଟ୍ରାକ୍ଟର ଯୋଗେ କିଛି ମାଟି ପକାଇ କାମ ସାରିଦେଲେ। ମିଥ୍ୟା ବିଲ କରି ଠିକାଦାର ଓ ଯନ୍ତ୍ରୀ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଯାହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି।

ଯେଉଁ ସ୍ଥାନରେ ଉନ୍ନୟନ ମୂଳକ କାମ ହୁଏ ସେହି ସ୍ଥାନରେ ଲୋକଙ୍କ ଅବଗତି ପାଇଁ ସୂଚନା ଫଳକ ଲଗାଇବାର ନିୟମ ରହିଛି। ହେଲେ ଏଠାରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଖେଳ ପଡିଆ ନିକଟରେ ସୂଚନା ଫଳକ ନ ଲଗାଇ ପାଖରେ ଥିବା ଟୋଲ ଗେଟରେ କାମ କରୁଥିବା କର୍ମଚାରୀଙ୍କ ଅବ୍ୟବହୃତ କ୍ଵାର୍ଟର କାନ୍ଥରେ ଲେଖାଯାଇଛି। ଏଭଳି କଳାହାଣ୍ଡି ଜିଲ୍ଲାରେ ଆଦିବାସୀ ଉନ୍ନୟନ ସଂସ୍ଥାରେ ଚାଲିଛି ଦୁର୍ନୀତି। ଏ ନେଇ  ସଂସ୍ଥାର ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ହେଁ ପ୍ରତିକ୍ରିୟା ମିଳିପାରିନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)