ନିଶାଡ଼ିଙ୍କ କବଜାରେ ଫୁଟ୍ ଓଭରବ୍ରିଜ୍:ଲିଫ୍ଟ ପାଇଁ ହନ୍ତସନ୍ତ ଦିବ୍ୟାଙ୍ଗ

Oct 29, 2026 - 21:08
ନିଶାଡ଼ିଙ୍କ କବଜାରେ ଫୁଟ୍ ଓଭରବ୍ରିଜ୍:ଲିଫ୍ଟ ପାଇଁ ହନ୍ତସନ୍ତ ଦିବ୍ୟାଙ୍ଗ

ନନ୍ଦିଘୋଷ ବ୍ୟୁରୋ: ଅସୁରକ୍ଷିତ ଅବସ୍ଥାରେ ଦିବ୍ୟାଙ୍ଗଙ୍କ ପାଇଁ ନିର୍ମିତ ଲିଫ୍ଟ । ନିଶାଡ଼ିଙ୍କ କବଜାରେ ଫୁଟ୍ ଓଭରବ୍ରିଜ୍ । ସନ୍ଧ୍ୟାହେଲେ ଡରୁଛନ୍ତି ସାଧାରଣ ଯାତ୍ରୀ । ଫୁଟ୍ ଓଭରବ୍ରିଜ୍ ରେ ଗଦା ହୋଇଛି ଗୁଟଖା, ମଦ ବୋତଲ ଓ ଆପତ୍ତିଜନକ ସାମଗ୍ରୀ । ଭୁବନେଶ୍ୱର ସହରରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ନିର୍ମିତ କରାଯାଇଛି ଫୁଟ୍ ଓଭରବ୍ରିଜ୍ । ସୁରକ୍ଷିତ ରାସ୍ତା ପାରି ହେବା ପାଇଁ ସହର ମଧ୍ୟରେ ପଳାଶୁଣୀ, ସତସଙ୍ଗ ବିହାର, ନାବାର୍ଡ, ବରମୁଣ୍ଡା, ପାତ୍ରପଡା ଇତ୍ୟାଦି ସ୍ଥାନରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ କରାଯାଇଛି । ଏପରିକି ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ଲିଫ୍ଟ ଏବଂ ସ୍ଲୋପ ନିର୍ମାଣ କରାଯାଇଛି । କିନ୍ତୁ ଏବେ ନିଶାଡ଼ି ନିଜର ଆଡ୍ଡାସ୍ଥଳୀ କରିଛନ୍ତି । ଓଭରବ୍ରିଜ୍ ଗୁଡ଼ିକରେ ପୁଳା ପୁଳା ଗୁଟଖା ପ୍ୟାକେଟ, ମଦ ବୋତଲ ଓ ଆପତ୍ତିଜନକ ସାମଗ୍ରୀ ମଧ୍ୟ ପଡ଼ିଛି । ଦିବ୍ୟାଙ୍ଗଙ୍କ ସହାୟତା ପାଇଁ ଲାଗିଥିବା ଲିଫ୍ଟ ମଧ୍ୟ ଅଚଳ । ଏପରିକି ଦିବ୍ୟଙ୍ଗଙ୍କ ପାଇଁ ନିର୍ମାଣ ସ୍ଲୋପ ମଧ୍ୟ ଅବରୋଧ ଅବସ୍ଥାରେ । କିଛି ସ୍ଥାନରେ ଲିଫ୍ଟ ଗୁଡ଼ିକରେ ମଧ୍ୟ ଜଙ୍କ ଲାଗି ଗଲାଣି । ସ୍କୁଲ୍ ଛାତ୍ର ମଧ୍ୟ ଲିଫ୍ଟ ଅଚଳ କାରଣରୁ ସାଇକେଲ କୁ ଲିଫ୍ଟ ଉପରେ ଉଠାଇ ନେଉଥିବା ଦେଖିବାକୁ ମିଳିଛି । ଏହା ଉପରେ ଯିବାକୁ ଡରିଲେଣି ଲୋକେ । ଖୁବଶୀଘ୍ର ପଦକ୍ଷେପ ନେବାକୁ ପ୍ରଶାସନକୁ ଦାବି କରିଛନ୍ତି ଯାତ୍ରୀ ।

ତେବେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମହାନଗର ନିଗମର ୨୭ କର୍ପୋରେଟର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ । ୨୭ ନମ୍ବର ୱାର୍ଡରେ ଲାଗିଥିବା ଫୁଟ୍ ଓଭରବ୍ରିଜ୍କୁ ନେଇ ବାରମ୍ବାର ଅଭିଯୋଗ ଆସିଥିବା କହିଛନ୍ତି ଶୁଭ୍ରାଂଶୁ । ଏନେଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ । ଘଟଣାକୁ ବାବଦରେ NHAI କୁ ଅଭିଯୋଗ କରିବାକୁ କହିଛନ୍ତି ସୁଭ୍ରାଂଶୁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)