“Please Don’t Return”: ଫ୍ଲିପକାର୍ଟ ପାର୍ସଲ୍‌ରୁ ବାହାରିଲା ଚିଠି, ଭାଇରାଲ୍ ହେଲା ପୋଷ୍ଟ

Oct 30, 2026 - 10:49
“Please Don’t Return”: ଫ୍ଲିପକାର୍ଟ ପାର୍ସଲ୍‌ରୁ ବାହାରିଲା ଚିଠି, ଭାଇରାଲ୍ ହେଲା ପୋଷ୍ଟ

ନନ୍ଦିଘୋଷ ବ୍ୟୁରୋ: ‘ଦୟାକରି ରିଟର୍ଣ୍ଣ  କରିବେନି, ମୁଁ ବହୁତ କ୍ଷତିରେ ଚାଲୁଛି’ । ଅର୍ଡର ହୋଇଥିବା ପାର୍ସଲ୍ ଭିତରୁ ମିଳିଲା ସେଲରଙ୍କ ଏମିତି ଏକ ଅନୁରୋଧ ପୂର୍ଣ୍ଣ ଚିଠି । ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟୁଛି ଏହି ‘ଚିଠି’। ବର୍ତ୍ତମାନ ସମୟରେ ଅନଲାଇନ ସପିଂର କ୍ରେଜ୍ ବଢିବାରେ ଲାଗିଛି । ଘରେ ବସି ଲୋକେ ନିଜ ମନ ପସନ୍ଦର ଜିନିଷ ଅର୍ଡର କରିପାରୁଛନ୍ତି ତା’ସହ ପସନ୍ଦ ନଆସିଲେ ସହଜରେ ରିଟର୍ଣ୍ଣ ମଧ୍ୟ କରିପାରୁଛନ୍ତି । ଏହି ସହଜ ରିଟର୍ଣ୍ଣ ବ୍ୟବସ୍ଥା ଏବେ ଛୋଟ ଛୋଟ ବିକ୍ରେତାଙ୍କ ପାଇଁ ଚିନ୍ତାର କାରଣ ହୋଇସାରିଲାଣି । ଅନଲାଇନ ପ୍ଲାଟଫର୍ମ ଫ୍ଲିପକାର୍ଟରୁ ଜଣେ ବ୍ୟକ୍ତି ଅର୍ଡର କରିଥିବା ଟି-ସାର୍ଟର ପାର୍ସଲରୁ ମିଳିଛି ସେଲରଙ୍କ ଏକ ଭାବପୂର୍ଣ୍ଣ ଚିଠି । ‘ଦୟାକରି ରିଟର୍ଣ୍ଣ  କରିବେନି, ମୁଁ ବହୁତ କ୍ଷତିରେ ଚାଲୁଛି’ ବୋଲି ଲେଖଥିବା ଏହି ଚିଠିଟି ଏବେ ଭାଇରାଲ ହେଉଛି । ସେଲରଙ୍କ ଏହି ନିବେଦନ ପରେ ଅନ୍‌ଲାଇନ୍ ରିଟର୍ଣ୍ଣ ପଲିସି ଓ ଛୋଟ ବ୍ୟବସାୟୀଙ୍କ କ୍ଷତିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ଅନେକ ଅନଲାଇନ ପ୍ଲାଟଫର୍ମ ଗ୍ରାହକଙ୍କ ପାଇଁ ସ୍ପେସିଆଲ ଅଫର ମଧ୍ୟ ଦେଉଛନ୍ତି।  ଯେଉଁଥିପାଇଁ ଲୋକେ ଅଧିକ ମାତ୍ରାରେ ଅନଲାଇନ ସପିଂ କରିବାକୁ ଆଗ୍ରହ ଦେଖାଉଛନ୍ତି । କିନ୍ତୁ ଏଠାରେ ଅତ୍ୟଧିକ ରିଟର୍ଣ୍ଣକୁ ନେଇ ଚର୍ଚ୍ଚା ଚାଲିଛି । ଅନଲାଇନ ପ୍ଲାଟଫର୍ମଗୁଡିକ ଲୋକଙ୍କୁ ମନ ପସନ୍ଦର ଅଫର, ଅନେକ ଭେରାଇଟି ଦେବା ସହ ରିଟର୍ଣ୍ଣ ଓ ରିଫଣ୍ଡ ବ୍ୟବସ୍ଥାକୁ ମଧ୍ୟ ବର୍ତ୍ତମାନ ଅଧିକ ସହଜ କରିଦେଇଛନ୍ତି । ଲୋକେ ପ୍ରଡକ୍ସକୁ ପ୍ରଥମେ ବ୍ୟବହାର କରି ରିଟର୍ଣ୍ଣ କରୁଥିବା ଲକ୍ଷ୍ୟ କରାଯାଉଛି । କିନ୍ତୁ ଏଭଳି ରିଟର୍ଣ୍ଣ ଯୋଗୁଁ ଛୋଟ ବ୍ୟବସାୟୀ ବା ସେଲରମାନେ କିଭଳି ଧରଣର କ୍ଷତି ସହୁଥିବେ, ତାହା ଏହି ଚିଠିରୁ ସ୍ପଷ୍ଟ ଜଣାପଡୁଛି ।

ଜଣେ ବ୍ୟକ୍ତି ଫ୍ଲିପକାର୍ଟରୁ ନିଜ ପାଇଁ ଏକ ଟି-ସାର୍ଟ ଅର୍ଡର କରିଥିଲେ । ପାର୍ସଲ ଭିତରୁ ସେଲରଙ୍କ ପକ୍ଷରୁ ଥିବା ଏକ ଚିଠି ପାଇଥିଲେ । ଯେଉଁଥିରେ ଲେଖାଥିଲା “ସାର୍, ଦୟାକରି ପ୍ରଡକ୍ଟଟିକୁ ଫେରାନ୍ତୁ ନାହିଁ, ମୁଁ ପୂର୍ବରୁ ହିଁ ବହୁତ କ୍ଷତିରେ ଚାଲୁଛି.. । ବିକ୍ରେତାଙ୍କ ଏହି ଅନୁରୋଧ ପୂର୍ଣ୍ଣ ଚିଠିଟି ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ନେଟିଜେନ୍‌ସଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଅନେକ ୟୁଜର ବ୍ୟବସାୟୀମାନଙ୍କ ପ୍ରତି ନିଜର ସମବେଦନା ଜଣାଇଛନ୍ତି। ବିଶେଷକରି ପାର୍ବଣ ଋତୁରେ ଲୋକମାନେ ଅର୍ଡର କରି ବ୍ୟବହାର କରିବା ପରେ ଫେରାଇ ଦେଇଥାନ୍ତି, ଯାହା ଦ୍ୱାରା ସେଲରଙ୍କୁ ମୋଟା ଅଙ୍କର ରିଟର୍ଣ୍ଣ ଫି’ ଦେବାକୁ ପଡ଼ିଥାଏ।  କିଛି ଲୋକ ଏଭଳି ଘଟଣାକୁ ବ୍ୟବସାୟୀଙ୍କ ପ୍ରତି ହେଉଥିବା ଅନ୍ୟାୟ ଉପରେ ଚିନ୍ତା ପ୍ରକାଶ କରି ଗ୍ରାହକଙ୍କୁ ସଚେତନ ହେବାକୁ କହିଥିବା ବେଳେ ଅନ୍ୟମାନେ ଇ-କମର୍ସ କମ୍ପାନୀଗୁଡ଼ିକର ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଇ-କମର୍ସ ମାଧ୍ୟମକୁ ପ୍ରଶ୍ନ କରି ଲେଖିଛନ୍ତି, ସେଲର ବି କ୍ଷତିରେ ଅଛନ୍ତି, ଫ୍ଲିପକାର୍ଟ ବି କ୍ଷତିରେ ଅଛି… ତେବେ ଏହି କ୍ଷତିର ଭରଣା କିଏ କରୁଛି?”

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)