କଳା ବିକାଶ କେନ୍ଦ୍ରର ‘ନୃତ୍ୟୋଦ୍ଭବ’
/sambad/media/media_files/2026/08/10/whatsapp-image-2026-08-10-22-15-17.jpeg)
/sambad/media/media_files/2026/08/10/whatsapp-image-2026-08-10-22-16-06.jpeg)
ଏହି ଅବସରରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଡ. ଚନ୍ଦ୍ରଶେଖର ହୋତା, ସଚିବ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ, ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
/sambad/media/media_files/2026/08/10/whatsapp-image-2026-08-10-22-16-53.jpeg)
ମୁଖ୍ୟ ଅତିଥି ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟରେ କଳା ବିକାଶ କେନ୍ଦ୍ରର ଦୀର୍ଘ ସାଂସ୍କୃତିକ ଯାତ୍ରା, ଏହାର ଗୌରବମୟ ପରମ୍ପରା ଓ ଓଡ଼ିଶାର କଳା ଓ ସଂସ୍କୃତି କ୍ଷେତ୍ରରେ ଏହାର ଅବଦାନକୁ ସ୍ମରଣ କରି ପ୍ରଶଂସା କରିଥିଲେ। ସେହିପରି ଡ. ଚନ୍ଦ୍ରଶେଖର ହୋତା ମଧ୍ୟ କଳା ବିକାଶ କେନ୍ଦ୍ରର ଅତୀତର ଗୌରବମୟ ପ୍ରତିଷ୍ଠା, କଳାକାର ଓ ଛାତ୍ରଛାତ୍ରୀଙ୍କୁ ଗଢ଼ି ତୋଳିବାରେ ଏହାର ଭୂମିକା ଏବଂ ଓଡ଼ିଶାର ଶାସ୍ତ୍ରୀୟ କଳାର ବିକାଶରେ ଏହାର ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
/sambad/media/media_files/2026/08/10/whatsapp-image-2026-08-10-22-17-31.jpeg)
ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ରବୀନ୍ଦ୍ରନାଥ ମହାନ୍ତି ତାଙ୍କ ବକ୍ତବ୍ୟରେ କଳା ବିକାଶ କେନ୍ଦ୍ର ସହିତ ତାଙ୍କର ଦୀର୍ଘ ଅନୁଭୂତି ଓ ଅନୁଷ୍ଠାନର ବିକାଶ ଯାତ୍ରାର ବିଭିନ୍ନ ସ୍ମରଣୀୟ ଅନୁଭବ ସମ୍ପର୍କରେ ଉଲ୍ଲେଖ କରିଥିଲେ। କଳା ବିକାଶ କେନ୍ଦ୍ରର ଗୌରବମୟ ପରମ୍ପରାକୁ ଅକ୍ଷୁଣ୍ଣ ରଖି ଏହାକୁ ଆହୁରି ସମୃଦ୍ଧ ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଶିଷ୍ଟ ଲେଖକ ଓ ସାହିତ୍ୟିକ ଡକ୍ଟର ବିଭୁତି ପଟ୍ଟନାୟକ ଓ କଳା ବିକାଶ କେନ୍ଦ୍ରର ଟ୍ରଷ୍ଟି ତଥା ବାରିଷ୍ଟ ଆଜୀବନ ସଭ୍ୟ ରାଜ କିଶୋର କ୍ୟାଲ ଙ୍କୁ ‘ନୃତ୍ୟୋଦ୍ଭବ’ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା।
/sambad/media/media_files/2026/08/10/whatsapp-image-2026-08-10-22-17-54.jpeg)
ଏହି ଅବସରରେ ଅନୁଷ୍ଠାନର ସଭାପତି ଡ. ବିଜୟାନନ୍ଦ ସିଂହ ସଭାପତିତ୍ୱ କରିଥିଲେ। ସାଧାରଣ ସମ୍ପାଦକ ବିକାଶ ଚନ୍ଦ୍ର ଦାଶ ଏବଂ ଏ.ଓ. ରବୀନ୍ଦ୍ରନାଥ ଜଟଙ୍କ ସକ୍ରିୟ ସହଯୋଗ ଓ ପରିଚାଳନାରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ସଭା ପରେ କଳା ବିକାଶ କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଓ ଅନ୍ୟାନ୍ୟ କଳା ପରିବେଷଣ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
