Maharastra: ମହାରାଷ୍ଟ୍ରର କଲ୍ୟାଣରେ ୨୪ ଘଣ୍ଟାରେ ୧୬୧ କୁକୁର କାମୁଡ଼ା ମାମଲା
"ଥାଣେ: ମହାରାଷ୍ଟ୍ରର କଲ୍ୟାଣରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୦ରୁ ଅଧିକ ଲୋକଙ୍କୁ ବୁଲା କୁକୁର କାମୁଡ଼ିଥିବା ଜଣାପଡ଼ିଛି।
ଜଣେ ୧୧ ବର୍ଷୀୟା ଝିଅ କୁକୁର କାମୁଡ଼ାରେ ଗୁରୁତର ଆହତ ହୋଇ ମୁମ୍ବାଇର ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛି।
କୁକୁର କାମୁଡ଼ାକୁ ନେଇ ସହରର ବିଭିନ୍ନ ସ୍ଥାନରେ ଆତଙ୍କ ଖେଳିଯାଇଛି।
ରବିବାର ଅପରାହ୍ଣରୁ ସୋମବାର ପର୍ଯ୍ୟନ୍ତ ଏହି ଆକ୍ରମଣ ହୋଇଥିବା ରିପୋର୍ଟ କରାଯାଇଛି।Advertisment କଲ୍ୟାଣ ପଶ୍ଚିମର ଖଡକପଡ଼ାର ବିର୍ଲା କଲେଜ ରୋଡ୍ ସ୍ଥିତ ସନ୍ଦୀପ ହୋଟେଲ୍ ପାଖରେ ଏକ ବୁଲା କୁକୁର ୬୦ରୁ ଅଧିକ ଲୋକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ବାସିନ୍ଦାଙ୍କ ଅନୁଯାୟୀ, କୁକୁରଟି କେବଳ ଗୋଟିଏ ରାସ୍ତାରେ ରହି ନ ଥିଲା।
ସେ ନିକଟସ୍ଥ ଗଳି, ହାଉସିଂ ସୋସାଇଟି ଓ ଖୋଲା ସ୍ଥାନରେ ବୁଲି ବୁଲି ଆକ୍ରମଣ କରୁଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
