କଣ କଲେ ଅନନ୍ତ ସିଂହ? ଖୁସି ହୋଇଗଲେ ସମୁଦି

Nov 23, 2026 - 15:34
କଣ କଲେ ଅନନ୍ତ ସିଂହ? ଖୁସି ହୋଇଗଲେ ସମୁଦି

ବିହାରର ରାଜନୀତି ହେଉ କି ବାହୁବଳୀ ନେତାଙ୍କ ଚର୍ଚ୍ଚା, ସବୁବେଳେ ଲାଇମଲାଇଟ୍ ରେ ରହୁଥିବା ଅନନ୍ତ ସିଂହ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ହେଲେ ଏଥର କୌଣସି ରାଜନୈତିକ ବୟାନ କିମ୍ବା ନିର୍ବାଚନୀ ହଲଚଲ୍ ପାଇଁ ନୁହେଁ, ବରଂ ନିଜ ଝିଅର ରାଜକୀୟ ବିବାହ ଆୟୋଜନକୁ ନେଇ। ଏମିତି ଏକ ବିବାହ, ଯାହାର ଚର୍ଚ୍ଚା ଏବେ ବିହାରରୁ ଆରମ୍ଭ କରି ସାରା ଦେଶରେ ହେଉଛି । କୁହାଯାଉଛି, ଏହି ବିବାହରେ ପ୍ରାୟ ୪ ଲକ୍ଷ ଲୋକଙ୍କ ପାଇଁ ଭୋଜିର ବ୍ୟବସ୍ଥା ହୋଇଥିଲା । 

ଅନ୍ୟପଟେ, ୩ କୋଟି ଟଙ୍କାର ଡିଫେଣ୍ଡର ଗାଡ଼ି ଏବଂ ଦାମୀ ଉପହାରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ତେବେ କିଏ ଏହି ଭାଗ୍ୟଶାଳୀ କନ୍ୟା ଶିବାଙ୍ଗୀ ସିଂହ? କିଏ ତାଙ୍କ ହେବାକୁ ଯାଉଥିବା ଜୀବନସାଥୀ? କେମିତି ହେଲା ଏହି ବାହାଘରର ନିଷ୍ପତ୍ତି? ଆଉ କାହିଁକି ଏହି ବିବାହକୁ ନେଇ ଏତେ ଚର୍ଚ୍ଚା? ଆସନ୍ତୁ ଜାଣିବା ପୂରା କାହାଣୀ ।

ବିହାରର ବାହୁବଳୀ ନେତା ତଥା ବିଧାୟକ ଅନନ୍ତ ସିଂହଙ୍କ ଘରେ ଏବେ ବିବାହର ମାହୋଲ। ତାଙ୍କ ସାନ ଝିଅ ଶିବାଙ୍ଗୀ ସିଂହଙ୍କ ବିବାହକୁ ନେଇ ସାରା ଦେଶରେ ଜୋରଦାର ଚର୍ଚ୍ଚା। ନଭେମ୍ବର ୨୫ ତାରିଖରେ ଶିବାଙ୍ଗୀଙ୍କ ବିବାହ ଋଷିକେଶ କୁମାର ଓରଫ ଅଙ୍କିତଙ୍କ ସହ ହେବାକୁ ଯାଉଛି । ଏହି ବିବାହର ସବୁଠାରୁ ବଡ଼ ଚର୍ଚ୍ଚା ହେଉଛି ଏହାର ଭବ୍ୟ ଆୟୋଜନ । ଦାବି କରାଯାଉଛି ଯେ, ଏହି ବିବାହରେ ପ୍ରାୟ ୪ ଲକ୍ଷ ଅତିଥିଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଉଛି । ଏହା ସହ ୩ କୋଟି ଟଙ୍କାର ଡିଫେଣ୍ଡର ଗାଡ଼ି ଏବଂ ଦାମୀ ଉପହାରକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି ।

WhatsApp Image 2026-11-23 at 2.27.08 PM (1)

ତେବେ କିଏ ଏହି ଶିବାଙ୍ଗୀ ସିଂହ ଏବଂ କିଏ ତାଙ୍କ ହେବାକୁ ଥିବା ସ୍ୱାମୀ ଋଷିକେଶ କୁମାର?
ଶିବାଙ୍ଗୀ ହେଉଛନ୍ତି ବିଧାୟକ ଅନନ୍ତ ସିଂହଙ୍କ ସାନ ଝିଅ । ତାଙ୍କ ବଡ଼ ଭଉଣୀ ରାଜନନ୍ଦିନୀଙ୍କ ପୂର୍ବରୁ ବିବାହ ହୋଇସାରିଛି । ଶିବାଙ୍ଗୀ ନିଜର ପାଠପଢ଼ା ଶେଷ କରିବା ସହ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଆତ୍ମନିର୍ଭରଶୀଳ । ସେ ରାଞ୍ଚିର ସେଣ୍ଟ ଜାଭିୟର୍ସ ସ୍କୁଲରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ପରେ ରାଜସ୍ଥାନର ପିଲାନୀସ୍ଥିତ ବିର୍ଲା କଲେଜରୁ ଇଣ୍ଟରମିଡିଏଟ୍ ଶିକ୍ଷା ଶେଷ କରିଥିଲେ। ଏହାପରେ ଦିଲ୍ଲୀରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ଏମିତିକି ଏମ୍ଟି ୟୁନିଭର୍ସିଟିରୁ ଗ୍ରାଜୁଏସନ୍ ଏବଂ ଏମ୍ବିଏ ମଧ୍ୟ ସମ୍ପୂର୍ଣ୍ଣ କରିଛନ୍ତି।

ଅନ୍ୟପଟେ ଶିବାଙ୍ଗୀଙ୍କ ଭାବୀ ସ୍ୱାମୀ ଋଷିକେଶ କୁମାର ଓରଫ ଅଙ୍କିତ ବିହାରର ପାଟନା ଜିଲ୍ଲାର ବିହଟା ଅଞ୍ଚଳର ବାସିନ୍ଦା । ତାଙ୍କ ପିତା ରଣବିଜୟ କୁମାର ସିଂହ ସିଆରପିଏଫ୍ ରେ କମାଣ୍ଡାଣ୍ଟ ଭାବେ କାର୍ୟ୍ୟରତ। ଋଷିକେଶ ଆମେରିକାରେ ଚାକିରି କରୁଛନ୍ତି । ତାଙ୍କ ଭଉଣୀ କୋମଲ କୁମାରୀ ମଧ୍ୟ ଆମେରିକାରେ ରହୁଛନ୍ତି ।

ଶିବାଙ୍ଗୀଙ୍କ ପରିବାରର ମୂଳ ଘର ବିହାରର ନଦୱା ଗାଁ ଏବଂ ପାଟନାରେ ରହିଛି। ବର୍ତ୍ତମାନ ବିବାହ ପ୍ରସ୍ତୁତି ପାଇଁ ପରିବାର ସଦସ୍ୟ ସେଠାରେ ଏକାଠି ହୋଇଛନ୍ତି। ବିବାହ ପରେ ଶିବାଙ୍ଗୀ କିଛି ସମୟ ପରିବାର ସହ ରହିବା ପରେ ସ୍ୱାମୀଙ୍କ ସହ ଆମେରିକା ଯାଇପାରନ୍ତି।

ତେବେ ଏହି ବିବାହ ପ୍ରେମ ବିବାହ ନା ଆରେଞ୍ଜ ମ୍ୟାରେଜ୍? ଏହାର ଉତ୍ତର ଦେଇଛନ୍ତି ବରଙ୍କ ପିତା ରଣବିଜୟ କୁମାର ସିଂହ। ତାଙ୍କ କହିବା ଅନୁସାରେ, ଏହି ସମ୍ପର୍କ ପ୍ରଥମେ ଶିବାଙ୍ଗୀଙ୍କ ପରିବାର ପକ୍ଷରୁ ଆସିଥିଲା। ଅନନ୍ତ ସିଂହ ନିଜେ ଝିଅ ପାଇଁ ପ୍ରସ୍ତାବ ନେଇ ଋଷିକେଶଙ୍କ ପରିବାର ପାଖରେ ପହଞ୍ଚିଥିଲେ। ପରେ ଉଭୟ ପରିବାର ମଧ୍ୟରେ ଆଲୋଚନା ହେବା ସହ ପରସ୍ପରର ସହମତିରେ ବିବାହ ସ୍ଥିର ହୋଇଥିଲା। ରଣବିଜୟ ସିଂହଙ୍କ କହିବା ଅନୁସାରେ, ପୁଅର ବିବାହକୁ ନେଇ ପରିବାରରେ ଖୁସିର ମାହୋଲ ରହିଛି । ଶିବାଙ୍ଗୀ ତାଙ୍କ ଘରର ବୋହୂ ହୋଇ ଆସିବେ ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି ।

ତେବେ ନଭେମ୍ବର ୨୫ରେ ହେବାକୁ ଥିବା ଏହି ଭବ୍ୟ ବିବାହ ଏବେ ବିହାରଠାରୁ ଆରମ୍ଭ କରି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)