ଇଡି ସିଣ୍ଡ୍ରୋମ

Nov 23, 2026 - 16:25
ଇଡି ସିଣ୍ଡ୍ରୋମ

 

ଏହଲର୍ସ - ଡାନଲୋସ୍‌ ବା ଇଡି ସିଣ୍ଡ୍ରୋମ ଏକ ବଂଶାନୁଗତ ରୋଗ ଯାହା ଆମର ବିଭିନ୍ନ କନେକ୍ଟିଭ ଟିସୁକୁ ପ୍ରଭାବିତ କରିଥାଏ । ଏହା ପ୍ରଥମେ ଆମର ଚର୍ମ, ବିଭିନ୍ନ ଗଣ୍ଠି, ରକ୍ତବାହୀ ଆଦିକୁ ପ୍ରଭାବିତ କରିଥାଏ । ସାଧାରଣ ଲୋକମାନଙ୍କର ଉପରୋକ୍ତ ଅଙ୍ଗ ଗୁଡିକ ପ୍ରୋଟିନ୍‌ର ଏକ ମିଶ୍ରଣରୁ ପ୍ରସ୍ତୁତ ହୋଇଥାଏ, ଯାହା ଶକ୍ତି ଯୋଗାଇଥାଏ । ହେଲେ ଯେଉଁ ବ୍ୟକ୍ତିମାନେ ଏହଲର୍ସ- ଡାନଲୋସ୍‌ ସିଣ୍ଡ୍ରୋମରେ ପୀଡିତ ଥାଆନ୍ତି, ସେମାନଙ୍କର ଆଣ୍ଠୁ, ଗଣ୍ଠି ଅଧିକ ଫ୍ଲେକ୍ସିବୁଲ୍‌ ହୋଇଥାଏ, ଯାହା ବିଭିନ୍ନ ସମସ୍ୟା ଉପୁଜାଇଥାଏ । ଏହି ରୋଗୀଙ୍କର ଯଦି କୌଣସି ସମୟରେ ଶରୀରରେ କିଛି ଷ୍ଟିଚ୍‌ ପଡିବାର ଆବଶ୍ୟକତା ଥାଏ, ତେବେ ସେହି ସମୟରେ ଅନେକ ଅସୁବିଧା ହୋଇଥାଏ । କାରଣ ସ୍କିନ୍‌ ଏତେ ନରମ ଥାଏ କି ଏହାକୁ ଧରିବା ମଧ୍ୟ ସମ୍ଭବ ହୋଇନଥାଏ । ଏହି ସମସ୍ୟାର ବିଭିନ୍ନ ପ୍ରକାର ରହିଛି । ତେବେ ଏହାର ଲକ୍ଷଣ ଚିହ୍ନି ଏହାକୁ ପ୍ରାଥମିକ ସ୍ତରରେ ଚିକିତ୍ସା କରାଇବାର ବେଶି ଆବଶ୍ୟକତା ରହିଛି । ଏହାର ଲକ୍ଷଣ କହିଲେ ଚର୍ମ ଅଧିକମାତ୍ରାରେ ପ୍ରସାରିତ ହେବା, ଗଣ୍ଠି ଗୁଡିକରେ ଅଧିକ ଫ୍ଲେକ୍ସିବିଲିଟି ଆସିବା, ଚର୍ମ ନଷ୍ଟ ହେବାକୁ ଆରମ୍ଭ କରିଥାଏ । ତେଣୁ ଯଦି ଏଭଳି କୌଣସି ଲକ୍ଷଣ କାହାର ଦେଖୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)