କାହିଁକି ଡ୍ର ହେଲା ଟେଷ୍ଟ ମ୍ୟାଚ?

Nov 23, 2026 - 15:34
କାହିଁକି ଡ୍ର ହେଲା  ଟେଷ୍ଟ ମ୍ୟାଚ?

ଟିମ୍ ଇଣ୍ଡିଆର WTC ଫାଇନାଲ୍ ଖେଳିବା ସ୍ୱପ୍ନକୁ ଲାଗିଛି ବଡ଼ ଝଟକା । ଗୋଟିଏ ଡ୍ର’ ମ୍ୟାଚ୍ ଭାରତର ପଏଣ୍ଟ ପ୍ରତିଶତକୁ ହ୍ରାସ କରିଦେଇଛି। ଯେଉଁଠି ଭାରତ ଫାଇନାଲ୍ ଦୌଡ଼ରେ ନିଜ ସ୍ଥିତି ମଜବୁତ କରିବାକୁ ଚାହୁଁଥିଲା, ସେଠି ଏବେ ଦଳକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲ୍ରେ ଆଗରେ ରହିଛନ୍ତି। ତେବେ କେଉଁ ଦଳ କେତୋଟି ମ୍ୟାଚ୍ ଖେଳି କେତେ ପଏଣ୍ଟ ହାସଲ କରିଛି? ଭାରତ ପାଇଁ ଫାଇନାଲ୍ ରାସ୍ତା କେତେ କଷ୍ଟକର? ଆସନ୍ତୁ ଜାଣିବା। ବନ୍ଧୁଗଣ, WTCର ପୂରା ନାମ ହେଉଛି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ , @ûAiòiò ପକ୍ଷରୁ ଆୟୋଜିତ ଏହି ଚାମ୍ପିୟନସିପ୍ର ୨୦୨୫-୨୭ ସଂସ୍କରଣରେ ମୋଟ ୯ଟି ଦେଶ ଭାଗ ନେଉଛନ୍ତି। ଏହି ଦେଶଗୁଡ଼ିକ ହେଉଛନ୍ତି ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ୍।

ଏହି ସଂସ୍କରଣରେ ମୋଟ ୨୭ଟି ଟେଷ୍ଟ ସିରିଜ୍ ଖେଳାଯିବ। ଏଥିରେ ମୋଟ ୭୧ଟି ଟେଷ୍ଟ ମ୍ୟାଚ୍ ରହିଛି। ପ୍ରତ୍ୟେକ ଦଳ ୬ଟି ସିରିଜ୍ ଖେଳିବେ। ସେଥିମଧ୍ୟରୁ ୩ଟି ସିରିଜ୍ ନିଜ ଘରୋଇ ମାଟିରେ ଏବଂ ୩ଟି ସିରିଜ୍ ବିଦେଶରେ ଖେଳିବେ। ଲିଗ୍ ପର୍ଯ୍ୟାୟ ଶେଷରେ ପଏଣ୍ଟ ପ୍ରତିଶତ ଆଧାରରେ ଶ୍ରେଷ୍ଠ ଦୁଇଟି ଦଳ ଫାଇନାଲ୍ ଖେଳିବେ।WTCରେ ପ୍ରତ୍ୟେକ ମ୍ୟାଚ୍ ପାଇଁ ପଏଣ୍ଟ ବ୍ୟବସ୍ଥା ମଧ୍ୟ ରହିଛି। ଗୋଟିଏ ମ୍ୟାଚ୍ ଜିତିଲେ ଦଳକୁ ୧୨ ପଏଣ୍ଟ ମିଳୁଥିବା ବେଳେ ମ୍ୟାଚ୍ ଟାଇ ହେଲେ ୬ ପଏଣ୍ଟ ଏବଂ ଡ୍ର’ ହେଲେ ୪ ପଏଣ୍ଟ ମିଳିଥାଏ। ମ୍ୟାଚ୍ ହାରିଲେ କୌଣସି ପଏଣ୍ଟ ମିଳେ ନାହିଁ । ତେବେ ପଏଣ୍ଟ ଟେବୁଲ୍ରେ କେବଳ ମୋଟ ପଏଣ୍ଟ ନୁହେଁ, ବରଂ ପଏଣ୍ଟ ପ୍ରତିଶତ ବା PCT ଅଧିକ ଗୁରୁତ୍ୱ ରଖେ ।

ଏବେ ଆସନ୍ତୁ ନଜର ପକାଇବା ପଏଣ୍ଟ ଟେବୁଲ୍ ଉପରେ। ନଭେମ୍ବର ୨୩ ସୁଦ୍ଧା ଦକ୍ଷିଣ ଆଫ୍ରିକା ୮ଟି ମ୍ୟାଚ୍ ଖେଳି ୬ଟିରେ ବିଜୟ ଓ ୨ଟିରେ ପରାଜୟ ସହ ୭୫ ପ୍ରତିଶତ _òiòUò ରଖି ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆ ରହିଛି। ଅଷ୍ଟ୍ରେଲିଆ ୧୩ଟି ମ୍ୟାଚ୍ ଖେଳି ୯ଟିରେ ବିଜୟ ଓ ୪ଟିରେ ପରାଜୟ ସହ ୬୯.୨୩ ପ୍ରତିଶତ _òiòUò ହାସଲ କରିଛି। ସେହିପରି ନ୍ୟୁଜିଲାଣ୍ଡ ୭ଟି ମ୍ୟାଚ୍ ଖେଳି ୪ଟିରେ ବିଜୟ, ଗୋଟିଏରେ ପରାଜୟ ଏବଂ ୨ଟି ମ୍ୟାଚ୍ ଡ୍ର ରଖି ୬୬.୬୭ ପ୍ରତିଶତ PCT ସହ ତୃତୀୟ ସ୍ଥାନରେ ରହିଛି।

ଅନ୍ୟପଟେ ଭାରତ ୧୨ଟି ମ୍ୟାଚ୍ ଖେଳି ୫ଟିରେ ବିଜୟ, ୪ଟିରେ ପରାଜୟ ଏବଂ ୩ଟି ମ୍ୟାଚ୍ ଡ୍ର’ ରଖିଛି। ଭାରତର ମୋଟ ପଏଣ୍ଟ ୭୨ ଥିବାବେଳେ PCT ରହିଛି ୫୦ ପ୍ରତିଶତ। ଏହା ସହିତ ଭାରତ ଚତୁର୍ଥ ସ୍ଥାନରେ ରହିଛି।ଏହାପରେ ବାଂଲାଦେଶ ୯ଟି ମ୍ୟାଚ୍ରୁ ୩ଟି ବିଜୟ, ୪ଟି ପରାଜୟ ଓ ୨ଟି ଡ୍ର ସହ ୪୦.୭୪ ପ୍ରତିଶତ PCT ରଖି ପଞ୍ଚମ ସ୍ଥାନରେ ରହିଛି। ଇଂଲଣ୍ଡ ୧୬ଟି ମ୍ୟାଚ୍ ଖେଳି ୭ଟି ବିଜୟ, ୮ଟି ପରାଜୟ ଓ ଗୋଟିଏ ଡ୍ର’ ସହ ୩୮.୫୪ ପ୍ରତିଶତ PCT ପାଇ ଷଷ୍ଠ ସ୍ଥାନରେ ଅଛି। ୱେଷ୍ଟଇଣ୍ଡିଜ୍ ୧୪ଟି ମ୍ୟାଚ୍ରୁ ୩ଟି ବିଜୟ, ୮ଟି ପରାଜୟ ଓ ୩ଟି ଡ୍ର’ ସହ ସପ୍ତମ ସ୍ଥାନରେ ରହିଛି। ଶ୍ରୀଲଙ୍କା ଅଷ୍ଟମ ଏବଂ ପାକିସ୍ତାନ ନବମ ସ୍ଥାନରେ ରହିଛନ୍ତି।

ତେବେ ଭାରତ ପାଇଁ ଏହି ଡ୍ର’ ମ୍ୟାଚ୍ ଏକ ବଡ଼ ଚିନ୍ତାର କାରଣ ହୋଇଛି । କାରଣ ଫାଇନାଲ୍ ଦୌଡ଼ରେ ଆଗକୁ ବଢ଼ିବା ପାଇଁ ଦଳକୁ ଆଗାମୀ ମ୍ୟାଚ୍ଗୁଡ଼ିକରେ ଅଧିକ ବିଜୟ ହାସଲ କରିବାକୁ ପଡ଼ିବ। ବିଶେଷକରି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ।ତେଣୁ ବନ୍ଧୁଗଣ, ଏବେ ସମସ୍ତଙ୍କ ନଜର ଭାରତର ପରବର୍ତ୍ତୀ ମ୍ୟାଚ୍ ଉପରେ ରହିଛି। ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ନିଜ ସ୍ଥାନ ବଜାୟ ରଖିପାରିବେ ନା ଭାରତ ଜବରଦସ୍ତ କମ୍ବ୍ୟାକ୍ କରି ଫାଇନାଲ୍ ଟିକେଟ୍ ହାତେଇବ? ତାହା ଆଗାମୀ ମ୍ୟାଚ୍ଗୁଡ଼ିକରେ ସ୍ପଷ୍ଟ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)