ଏଆଇ ଶିଳ୍ପକୁ ଘାରିଲାଣି ଆର୍ଥିକ ସଙ୍କଟ ଭୟ ! ଆସନ୍ତା ବର୍ଷ ଦେଖାଦେଇପାରେ ଗୁରୁତର ନଗଦ ଅଭାବ

Nov 23, 2026 - 16:34
ଏଆଇ ଶିଳ୍ପକୁ ଘାରିଲାଣି ଆର୍ଥିକ ସଙ୍କଟ ଭୟ ! ଆସନ୍ତା ବର୍ଷ ଦେଖାଦେଇପାରେ ଗୁରୁତର ନଗଦ ଅଭାବ

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ)କୁ ନେଇ ସମ୍ପ୍ରତି ସାରା ଦୁନିଆରେ ଚର୍ଚ୍ଚା ଜୋରସୋର। ଏଆଇ କ୍ଷେତ୍ରରେ ଦିନକୁ ଦିନ ନିବେଶ ବଢ଼ିବାରେ ଲାଗିଛି। ହେଲେ ଏବେ ଏହାକୁ ନେଇ ଏବେ ଏକ ବଡ଼ ଆର୍ଥିକ ସଙ୍କଟ ଆଶଙ୍କା ଦେଖାଦେଇଛି। ଏଆଇ ପାଇଁ ଆବଶ୍ୟକ ହାର୍ଡୱେର୍ କିଣିବା ଓ ଏଥିରୁ ଆୟ ଆରମ୍ଭ ହେବା ମଧ୍ୟରେ ବଢ଼ୁଥିବା ସମୟର ବ୍ୟବଧାନ ଶିଳ୍ପ ପାଥଇଁ ବର୍ତ୍ତମାନ ବଡ଼ ଚିନ୍ତାର ବିଷୟ। ନିବେଶ ଅନୁଯାୟୀ ଏଆଇରୁ ରିଟର୍ଣ୍ଣ ଏ ଯାଏ ମିଳୁନାହିଁ। ନିବେଶ ବଢ଼ୁଥ଄ବା ଯୋଗୁ  ଆସନ୍ତା ବର୍ଷ ଏଆଇ ଟେକ୍ନୋଲୋଜି କ୍ଷେତ୍ରରେ ଗୁରୁତର ନଗଦ ଅର୍ଥ ସଙ୍କଟ ସୃଷ୍ଟି ହୋଇପାରେ। ଏପରିକି ଶିଳ୍ପରେ କାର୍ଯ୍ୟକାରୀ ପୁଞ୍ଜିର ବଡ଼ ଅଭାବ ଦେଖାଦେଇପାରେ।  ଏଭଳି ଚେତାବନୀ ଦେଇଛନ୍ତି ଟେସଲା ଓ ଏକ୍ସଏଆଇର ମୁଖ୍ୟ ଏଲନ୍ ମସ୍କ। ମସ୍କଙ୍କ ଏହି ମନ୍ତବ୍ୟ ଏଆଇ ଭିତ୍ତିଭୂମି ନିର୍ମାଣ ପଛରେ ଲୁଚି ରହିଥିବା ଆର୍ଥିକ ଚାପକୁ ସାମ୍ନାକୁ ଆଣିଛି।

ଏଆଇ ଗବେଷକ ଫ୍ରାନ୍ସୱା ଶୋଲେଙ୍କ ସହ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ଆଲୋଚନାବେଳେ ମସ୍କ ଏହି ଆଶଙ୍କା ପ୍ରକାଶ କରିଛନ୍ତି। ଶୋଲେ କହିଥିଲେ ଯେ ଏବେ କମ୍ପ୍ୟୁଟିଂ ପାୱାର ବା ଗଣନା କ୍ଷମତାର ଚାହିଦା ଅତ୍ୟଧିକ ରହିଛି। ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍ ର ସ୍ପଟ୍ ମାର୍କେଟ୍ ମୂଲ୍ୟ କ୍ରମାଗତ ଭାବେ ବଢ଼ୁଥିବା ବେଳେ ହାଇ ବ୍ୟାଣ୍ଡୱିଡ୍ଥ ମେମୋରି (ଏଚ୍‌ବିଏମ୍‌) ଓ ଡିରାମ୍‌ର ଉତ୍ପାଦନ କ୍ଷମତା ମଧ୍ୟ ପ୍ରାୟ ସମ୍ପୂର୍ଣ୍ଣ ବୁକ୍ ହୋଇସାରିଛି। ତେବେ ଏଆଇର ଚାହିଦା ଯେତେ ଅଧିକ ଥାଉ ନା କାହିଁକି, ଏହାକୁ ବାସ୍ତବରେ କାର୍ଯ୍ୟକ୍ଷମ କରିବା ହିଁ କମ୍ପାନୀଗୁଡ଼ିକ ପାଇଁ ସବୁଠାରୁ ବଡ଼ ଆହ୍ୱାନ ବୋଲି ମସ୍କ କହିଛନ୍ତି। ଏଆଇ ସେବା ଆରମ୍ଭ କରି ଆୟ କରିବା ପୂର୍ବରୁ କମ୍ପାନୀଗୁଡ଼ିକୁ ଦାମୀ ଚିପ୍ସ କିଣିବା, ବିଶାଳ ଡାଟା ସେଣ୍ଟର ନିର୍ମାଣ କରିବା, ବିପୁଳ ପରିମାଣର ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ସହ ଜଟିଳ କୁଲିଂ ବ୍ୟବସ୍ଥା ସ୍ଥାପନ କରିବାକୁ ପଡ଼ୁଛି। ଏହି ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଡାଟା ସେଣ୍ଟରଗୁଡ଼ିକ ନିର୍ଭରଯୋଗ୍ୟ ଭାବେ କାମ କରିବା ପାଇଁ ଅନେକ ମାସ ସମୟ ଲାଗୁଛି। ଏତେ ପରିମାଣର କମ୍ପ୍ୟୁଟିଂ କ୍ଷମତାକୁ କାର୍ଯ୍ୟକ୍ଷମ କରିବା, ଥଣ୍ଡା ରଖିବା ଏବଂ ନିର୍ଭରଯୋଗ୍ୟ ଭାବେ ଚଳାଇବା ଅତ୍ୟନ୍ତ କଷ୍ଟକର। ଆସନ୍ତା ବର୍ଷ ନଗଦ ଅର୍ଥର ଅଭାବ ମଧ୍ୟ ଭୟଙ୍କର ରୂପ ନେଇପାରେ। କମ୍ପ୍ୟୁଟିଂ ଭିତ୍ତିଭୂମି ପାଇଁ ଅର୍ଥ ଖର୍ଚ୍ଚ କରିବାଠାରୁ ଆରମ୍ଭ କରି ଏହାକୁ ଆୟ ଉପାର୍ଜନ କରିବା ଯୋଗ୍ୟ କରିବା ପର୍ଯ୍ୟନ୍ତ ଯଦି ମାତ୍ର କିଛି ମାସର ବିଳମ୍ବ ହୁଏ, ତେବେ ସମଗ୍ର ଶିଳ୍ପକୁ କାର୍ଯ୍ୟକାରୀ ପୁଞ୍ଜି ବାବଦରେ ଅତିରିକ୍ତ ଶହ ଶହ ବିଲିୟନ୍ ଡଲାର ଆବଶ୍ୟକ ହେବ। ତେବେ ଏତେ ପରିମାଣର ଅର୍ଥ କେଉଁଠାରୁ ଆସିବ ମସ୍କ ପ୍ରଶ୍ନ କରିଛନ୍ତି।

ମସ୍କଙ୍କ ମତରେ, ଏଆଇ ଇନ୍ଫରେନ୍ସ ସେବାରେ ୭୦ରୁ ୮୫ ପ୍ରତିଶତ ପର୍ଯ୍ୟନ୍ତ ଲାଭ ହାର ରହିପାରେ। କିନ୍ତୁ ଡାଟା ସେଣ୍ଟର ନିର୍ମାଣ, ବିଦ୍ୟୁତ୍ ସଂଯୋଗ ଓ କୁଲିଂ ବ୍ୟବସ୍ଥା ପ୍ରସ୍ତୁତ କରିବାରେ ହେଉଥିବା ବିଳମ୍ବ ଯୋଗୁଁ କମ୍ପାନୀଗୁଡ଼ିକୁ ଦୀର୍ଘ ସମୟ ଧରି ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ଫଳରେ ଆୟ ଆରମ୍ଭ ହେବା ପୂର୍ବରୁ ଆର୍ଥିକ ଚାପ ବଢ଼ିଚାଲିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହି ପରିସ୍ଥିତିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇପାରନ୍ତି ଛୋଟ ଛୋଟ ଏଆଇ କ୍ଲାଉଡ୍ ସେବା ପ୍ରଦାନକାରୀ ବା ‘ନିଓକ୍ଲାଉଡ୍’  କମ୍ପାନୀଗୁଡ଼ିକ। ବଡ଼ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ପାଖରେ ନିଜସ୍ୱ ପୁଞ୍ଜି ଓ ଆର୍ଥିକ ସମ୍ବଳ ଅଧିକ ଥିବାରୁ ସେମାନେ କିଛି ମାସର ବିଳମ୍ବକୁ ସହ୍ୟ କରିପାରିବେ। କିନ୍ତୁ ଋଣ ଉପରେ ନିର୍ଭର କରି ଜିପିୟୁ କ୍ଲଷ୍ଟର ନିର୍ମାଣ କରୁଥିବା ଛୋଟ କମ୍ପାନୀଗୁଡ଼ିକ ପାଇଁ ସ୍ଥିତି ଜଟିଳ ହୋଇପାରେ। ବିଦ୍ୟୁତ୍ ଯୋଗାଣ କିମ୍ବା କୁଲିଂ ବ୍ୟବସ୍ଥାରେ ବିଳମ୍ବ ହେଲେ ସେମାନଙ୍କ ଆୟ ପ୍ରଭାବିତ ହେବା ସହ ନେଇଥିବା ଋଣ ପରିଶୋଧ ଓ ପୁନଃ ଋଣ ହାସଲ କରିବାରେ ମଧ୍ୟ ସମସ୍ୟା ଦେଖାଦେଇପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)