ଉମରକୋଟରେ ଘଟିଛି ହୃଦୟବିଦାରକ ସଡ଼କ ଦୁର୍ଘଟଣା ;୪ ବର୍ଷର ଶିଶୁ ଉପରେ ଚଢିଗଲା ମିନିଟ୍ରକ୍
ନନ୍ଦିଘୋଷ ବ୍ୟୁରୋ : ଉମରକୋଟରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା । ପୁରୁଣା ବସଷ୍ଟାଣ୍ଡ ନିକଟରେ ଏକ ମିନିଟ୍ରକ୍ ଚଢ଼ିଯିବାରୁ ଜଣେ ୪ ବର୍ଷର ଶିଶୁର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ସେହି ସମୟରେ ମା’ଙ୍କ ସହ ଥିବା ଅନ୍ୟ ଦୁଇ ଶିଶୁ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଉମରକୋଟ ପୁରୁଣା ବସଷ୍ଟାଣ୍ଡ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ବର୍ଷର କୁନି ଶିଶୁଟି ଟ୍ରକ୍ ଚକା ତଳେ ପଡ଼ିଯାଇଥିବାବେଳେ ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ଘଟିଥିଲା ।ତେବେ ମା’ ଓ ସାଙ୍ଗରେ ଥିବା ଅନ୍ୟ ଦୁଇ ଶିଶୁ ଅଳ୍ପକେ ପ୍ରାଣରକ୍ଷା ପାଇଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ଘଟାଇଥିବା ମିନି ଟ୍ରକ୍ କୁ ଜବତ କରିଛି ଉମରକୋଟ ପୋଲିସ । ଏଥିସହ ଡ୍ରାଇଭର କୁ ଅଟକ ରଖିଛି ପୋଲିସ । ଏହି ଅଭାବନୀୟ ଘଟଣା ପୁଣିଥରେ ସଡ଼କ ସୁରକ୍ଷା ଏବଂ ବେପରୁଆ ଗାଡ଼ି ଚାଳନାକୁ ନେଇ ପ୍ରଶ୍ନ ଉଠାଇଛି ।