କେତନ ଅଗ୍ରୱାଲ ମୃତ୍ୟୁ ମାମଲା ; ଅଭିଯୁକ୍ତ ସିୟା ଗୋୟଲ ଓ ବୟ ଫ୍ରେଣ୍ଡ ଚେତନ ଚୌଧୁରୀଙ୍କୁ ନେଇ ପୋଲିସ କରିଛି ସିନ ରିକ୍ରିଏସନ

Jun 28, 2026 - 16:15
କେତନ ଅଗ୍ରୱାଲ ମୃତ୍ୟୁ ମାମଲା ; ଅଭିଯୁକ୍ତ ସିୟା ଗୋୟଲ ଓ ବୟ ଫ୍ରେଣ୍ଡ ଚେତନ ଚୌଧୁରୀଙ୍କୁ ନେଇ ପୋଲିସ କରିଛି ସିନ ରିକ୍ରିଏସନ

ନନ୍ଦିଘୋଷ ବ୍ୟୁରୋ : ବହୁଚର୍ଚ୍ଚିତ ପୁଣେ କେତନ ଅଗ୍ରୱାଲ ମୃତ୍ୟୁ ମାମଲା। ଅଭିଯୁକ୍ତ ସିୟା ଗୋୟଲ ଓ ବୟ ଫ୍ରେଣ୍ଡ ଚେତନ ଚୌଧୁରୀଙ୍କୁ ନେଇ ପୋଲିସ କରିଛି ସିନ ରିକ୍ରିଏସନ। ଉଭୟ ଅଭିଯୁକ୍ତଙ୍କୁ ନେଇ ପୁଣେସ୍ଥିତ ଲୋହାଗଡ ଦୁର୍ଗରେ ପୋଲିସ କରିଛି ସିନ ରିକ୍ରିଏସନ। ଉଭୟ ଅଭିଯୁକ୍ତଙ୍କୁ ଆଜି ସକାଳେ କଡ଼ା ସୁରକ୍ଷାରେ ଦୁର୍ଗକୁ ଅଣାଯିବା ସହ ସେମାନଙ୍କ ବୟାନ ଅନୁସାରେ ପୋଲିସ ତଦନ୍ତ କରିଛି। ସେମାନେ ଦେଇଥିବା ବୟାନ ସତ ନା ମନଗଢ଼ା ତାହାର ଛାନବିନ କରିଛି ପୋଲିସ। ସିନ ରିକ୍ରିଏସନ ଲାଗି ଏପରିକି ଦୁର୍ଗର ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଥିବାବେଳେ ପର୍ଯ୍ଯଟକଙ୍କ ଯାତାୟାତ ଉପରେ କଟକଣା ଲାଗୁ କରାଯାଇଥିଲା। ଘଟଣା ଦିନ କଣ କଣ ଘଟିଥିଲା, ହତ୍ୟା ପଛରେ କାହାର ଥିଲା ଷଡ଼ଯନ୍ତ୍ର, କେଉଁ ସ୍ଥାନରୁ କେତନଙ୍କୁ ଠେଲି ହତ୍ୟା କରାଯାଇଥିଲା, ହତ୍ୟା ଲାଗି ସିୟାଙ୍କୁ କିଏ କିଏ ସହାୟତା କରିଥିଲେ- ଏସବୁ ଜାଣିବାକୁ ଚାହିଁଛି ପୋଲିସ। ପୋଲିସ କହିଛି ଏହି ହତ୍ୟା ପଛରେ ଚେତନ ଥିଲା ମୁଖ୍ୟ ନାୟକ। ସିୟାଙ୍କ ଭାଇଙ୍କ ଦ୍ବାରା ଆୟୋଜିତ ଏକ କ୍ରିକେଟ ମ୍ୟାଚରେ ସିୟା ଓ ଚେତନଙ୍କ ସାକ୍ଷାତ ହୋଇଥିଲା ଏବଂ ତାପରଠାରୁ ସେମାନେ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ। କେତନଙ୍କ ନିର୍ବନ୍ଧ ହେବା ପୂର୍ବରୁ ସିୟା ଓ ଚେତନଙ୍କ ସମ୍ପର୍କ ନିବିଡ଼ ଥିବା ଜଣାପଡିଛି। ଚେତନଙ୍କ ସହ ସମ୍ପର୍କ ନେଇ ସିୟାଙ୍କ ପରିବାର ଜ୍ଞାତ ଥିଲେ। ଏହା ସତ୍ତ୍ବେ ସେମାନେ କେତନଙ୍କ ସହ ସିୟାଙ୍କ ବିବାହ ଲାଗି ଆଗକୁ ବଢ଼ିଥିଲେ। କେତନଙ୍କ ପରିବାରର ସମ୍ପତ୍ତିକୁ ଦୃଷ୍ଟିରେ ରଖି ସିୟାଙ୍କ ପରିବାର କେତନଙ୍କ ସହ ସିୟାଙ୍କ ବିବାହକୁ ପକ୍କା କରିଥିଲେ। ଗତ ଜୁନ ୧୮ରେ ଲୋହାଗଡ଼ ଫୋର୍ଟର ୪୦୦ ଫୁଟ ତଳକୁ ଖସିପଡ଼ିବାରୁ କେତନଙ୍କ ମୃତ୍ୟୁ ଘଟିଥିଲା।