ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ; ଡାକ୍ତରଖାନାରେ ଆମ୍ବୁଲାନ୍ସ ନମିଳିବାରୁ ରୋଗୀ ହନ୍ତସନ୍ତ

Jun 28, 2026 - 16:15
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ; ଡାକ୍ତରଖାନାରେ ଆମ୍ବୁଲାନ୍ସ ନମିଳିବାରୁ ରୋଗୀ ହନ୍ତସନ୍ତ

ନନ୍ଦିଘୋଷ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ। ଡାକ୍ତରଖାନାରେ ଆମ୍ବୁଲାନ୍ସ ନମିଳିବାରୁ ରୋଗୀ ହନ୍ତସନ୍ତ ହେଲେ ଅନ୍ୟପଟେ ଖତ ଖାଉଛି ଚାରୋଟି ଆମ୍ବୁଲାନ୍ସ। କେନ୍ଦୁଝର ଡିଏମ୍ଏଫରୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଚାରୋଟି ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା। ହେଲେ କିଛି ଦିନ ବ୍ୟବଧାନରେ ଚାରୋଟି ଯାକ ଆମ୍ବୁଲାନ୍ସ ବିଭିନ୍ନ ସ୍ଥାନରେ ଖତ ଖାଉଥିବା ଦେଖିବାକୁ ମିଳିଛି। କେଉଁ ଆମ୍ବୁଲାନ୍ସରେ ଡ୍ରାଇଭର ନାହିଁ ତ ଆଉ କେଉଁଟା ଖରାପ ହୋଇ ପଡି ରହିଛି।  ଫଳରେ ଗୁରୁତର ରୋଗୀମାନେ ବିଭିନ୍ନ ସମୟରେ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ବିଶେଷ କରି ରାତିରେ ଦୁର୍ଦ୍ଦଶା ଆହୁରି ବଢ଼ିଯାଉଛି। କେନ୍ଦୁଝର ଡିଏମଏଫ ଫଣ୍ଡରେ କୋଟି କୋଟି ଟଙ୍କା ପଡିରହିଥିବା ବେଳେ ଆମ୍ବୁଲାନ୍ସ ଗୁଡିକ ମରାମତି ନହୋଇପାରିବା ଦୁର୍ଭାଗ୍ୟ ଜନକ। ତେବେ ତୁରନ୍ତ ଘଟଣା ଉପରେ ଦୃଷ୍ଟି ଦେଇ ପୁନର୍ବାର ଏହି ସେବାକୁ ଚାଲୁ କରିବାକୁ ସାଧାରଣରେ ଦାବୀ ହେଉଛି।