ପ୍ରମାଦପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ
ନନ୍ଦିଘୋଷ ବ୍ୟୁରୋ : ପ୍ରମାଦପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ। ଦୀର୍ଘ ଦୁଇ ସପ୍ତାହରୁ ଭୁଲ ବହି ଛପା ଯୋଗୁ ଓଡ଼ିଶା ନିନ୍ଦିତ ହେଲା। ଭୁଲ ଛପା ବହିକୁ ପ୍ରତ୍ୟାହାର କରି ନୂଆ ବହି ପାଇଁ ବିଜେଡି ଦାବି କରିଥିଲା। ୩୮୦ କୋଟି ସ୍କାମରେ ମନ୍ତ୍ରୀ ଲିପ୍ତ ଅଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ବିଜେଡି ଦାବି କରିଛି। ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଓ ସେମାନଙ୍କୁ ବହିଷ୍କାର କରାଯାଉ ବୋଲି ଦଳ ଦାବି କରିଛି। ମୁଖ୍ୟମନ୍ତ୍ରୀ କହିଲେ ଷଡଯନ୍ତ୍ର ହୋଇଛି। ହେଲେ କିଏ ଷଡଯନ୍ତ୍ର କରିଛି- ମୁଖ୍ୟମନ୍ତ୍ରୀ ତା ନାଁ ସାର୍ବଜନୀନ କରନ୍ତୁ। ବିଭାଗୀୟ ମନ୍ତ୍ରୀ ହାଲୁକା ଭାବେ କହିଛନ୍ତି ଏହା ସାମାନ୍ୟ ଭୁଲ୍। ସରକାର ଠିକ ବାଟରେ ଯାଉନି। ଆସନ୍ତା ୪୮ ଘଣ୍ଟାରେ ଦାବି ପୂରଣ ନ ହେଲେ, ବିଜେଡି ରାଜାରାସ୍ତାରେ ଆନ୍ଦୋଳନ କରିବ। ଏହି ଘଟଣାର ତଦନ୍ତ CBI କରୁ। ମୁଖ୍ୟମନ୍ତ୍ରୀ ମୁଖ୍ୟ କାର୍ପଟଦାର ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉବୋଲି ଦଳ ଦାବି କରିଛି।