ଆତଙ୍କବାଦ ପ୍ରସଙ୍ଗରେ ଭାରତ ସହ ଆମେରିକାର ଚିନ୍ତା ସମାନ: ରୁବିଓ
ନୂଆଦିଲ୍ଲୀ: ଆତଙ୍କବାଦକୁ ନେଇ ଭାରତ ଓ ଆମେରିକାର ଚିନ୍ତା ସମାନ।
ପାକିସ୍ତାନ ସହ ଆମେରିକାର ସମ୍ପର୍କ ଭାରତ ସହ ରହିଥିବା ଭାଗୀଦାରିକୁ କୌଣସି ପ୍ରକାରେ ପ୍ରଭାବିତ କରିବନି ବୋଲି କହିଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ।
ଭାରତ ଗସ୍ତରେ ଥିବା ରୁବିଓ ଗୁରୁବାର ମୁମ୍ବାଇର ତାଜ୍ ମହଲ ପ୍ୟାଲେସ୍ ହୋଟେଲ୍ରେ ଗଣମାଧ୍ୟମକୁ ଏକ ସାକ୍ଷାତ୍କାର ଦେବା ଅବସରରେ ଏହା କହିଛନ୍ତି।
୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏହି ହୋଟେଲ୍କୁ ଟାର୍ଗେଟ୍ କରାଯାଇଥିଲା।
Advertisment ପାକିସ୍ତାନ ସହ ୱାସିଂଟନର ବଢ଼ୁଥିବା ସମ୍ପର୍କ ଭାରତର ଆତଙ୍କବାଦ ବିରୋଧୀ ଲଢ଼େଇକୁ ଦୁର୍ବଳ କରିବ କି ବୋଲି ପ୍ରଶ୍ନର ଉତ୍ତରରେ ରୁବିଓ କହିଥିଲେ, ପାକିସ୍ତାନ ସହ ସମ୍ପର୍କ ଭାରତ ସହ ସମ୍ପର୍କର ମୂଲ୍ୟରେ ହେବ ନାହିଁ।
ଉଭୟ ଦେଶ ଆତଙ୍କବାଦ ବିରୋଧରେ ସମାନ ଚିନ୍ତାଧାରା ରଖିଛନ୍ତି।
ଆମେରିକା ସାରା ବିଶ୍ୱରେ ଆତଙ୍କବାଦ ଏବଂ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶର ବିରୋଧୀ ବୋଲି ସେ କହିଛନ୍ତି।
ପାକିସ୍ତାନ ସହ ସମ୍ପର୍କ ରଖିବା ପଛରେ ଆମେରିକାର ରଣନୈତିକ ସ୍ୱାର୍ଥ ରହିଛି ବୋଲି ରୁବିଓ ସ୍ପଷ୍ଟ କରିଛନ୍ତି।
ପାକିସ୍ତାନ ଏକ ଆଣବିକ ଅସ୍ତ୍ରସମ୍ପନ୍ନ ଦେଶ ଏବଂ ଭୌଗୋଳିକ ଦୃଷ୍ଟିରୁ ଏହାର ଗୁରୁତ୍ୱ ରହିଛି।
ତେଣୁ ମତଭେଦ ଥିଲେ ମଧ୍ୟ ଆମେରିକାକୁ ପାକିସ୍ତାନ ସହ କୂଟନୈତିକ ସମ୍ପର୍କ ବଜାୟ ରଖିବାକୁ ପଡ଼ିବ।
ଭାରତ ମଧ୍ୟ ଇରାନ ସହ ସମ୍ପର୍କ ରଖୁଥିବାରୁ ଏହାକୁ ଏକ ବ୍ୟାପକ ବୈଦେଶିକ ନୀତିର ଅଂଶ ଭାବେ ଦେଖିବା ଉଚିତ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି।
Marco Rubio: ଭାରତ ଆମର ପ୍ରମୁଖ ସହଯୋଗୀ ଏବଂ ଅଂଶୀଦାର, କିନ୍ତୁ ଏବେ ବି ରୁଷରୁ ବହୁ ପରିମାଣର ତେଲ କିଣୁଛି: ମାର୍କୋ ରୁବିଓ ପାକିସ୍ତାନ ସହ ଯୋଗାଯୋଗ ଜାରି ରଖିଲେ ଆମେରିକା ସେଠାକାର ନିଷ୍ପତ୍ତିକୁ ପ୍ରଭାବିତ କରିବାର ସୁଯୋଗ ପାଇପାରିବ।
ଏହା ଭାରତର ସୁରକ୍ଷା ସମ୍ପର୍କିତ ଚିନ୍ତାକୁ ଦୂର କରିବାରେ ସହାୟକ ହୋଇପାରେ ବୋଲି ରୁବିଓ ଆଶା ପ୍ରକାଶ କରିଛନ୍ତି।
ଆମେରିକାର ବୈଦେଶିକ ନୀତିରେ ଏଭଳି ସମ୍ପର୍କ ରକ୍ଷା କରିବା ଏକ ଜଟିଳ ସନ୍ତୁଳନ ବୋଲି ସେ ସ୍ୱୀକାର କରିଛନ୍ତି।
ରୁବିଓ ଏହା ମଧ୍ୟ କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଆମେରିକା ଦୀର୍ଘଦିନ ଧରି ଲଢ଼େଇ କରିଆସୁଛି।
ଇସ୍ଲାମିକ୍ ଷ୍ଟେଟ୍ର ଆଞ୍ଚଳିକ ନିୟନ୍ତ୍ରଣକୁ ଭାଙ୍ଗିବା, ଅଲ୍-କାଏଦାକୁ ଦୁର୍ବଳ କରିବା ଏବଂ ଏହାର ପ୍ରତିଷ୍ଠାତା ଓସାମା ବିନ୍ ଲାଡେନ୍କୁ ନିପାତ କରିବା ଆମେରିକାର ଆତଙ୍କବାଦ ବିରୋଧୀ ଅଭିଯାନର ଉଦାହରଣ ବୋଲି ସେ ଦର୍ଶାଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
