Earths Future: ବୈଜ୍ଞାନିକଙ୍କ ବଡ଼ ଚେତାବନୀ; ପୃଥିବୀକୁ ବଞ୍ଚାଇବା ପାଇଁ ତୁରନ୍ତ ପଦକ୍ଷେପ ଆବଶ୍ୟକ

Oct 22, 2026 - 22:05
Earths Future: ବୈଜ୍ଞାନିକଙ୍କ ବଡ଼ ଚେତାବନୀ; ପୃଥିବୀକୁ ବଞ୍ଚାଇବା ପାଇଁ ତୁରନ୍ତ ପଦକ୍ଷେପ ଆବଶ୍ୟକ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଆଉ କେବଳ ବହିରେ ପଢ଼ିବା କଥା କିମ୍ବା ଭବିଷ୍ୟତର ଆଶଙ୍କା ହୋଇ ରହିନାହିଁ।

ଏହା ଏବେ ବାସ୍ତବତାରେ ପରିଣତ ହୋଇଛି।

ଆସୁଥିବା ଝଡ଼, ବଦଳୁଥିବା ପାଣିପାଗ ଏବଂ ବଢ଼ୁଥିବା ବାତ୍ୟା ଏହାର ପରିଣାମକୁ ସ୍ପଷ୍ଟ କରୁଛି।

ସମୁଦ୍ରର ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିବା ସହିତ ମରୁଡ଼ି, ବନ୍ୟା, ଜଙ୍ଗଲରେ ନିଆଁ ଏବଂ ପ୍ରବଳ ଗ୍ରୀଷ୍ମପ୍ରବାହ ଦର୍ଶାଉଛି ଯେ ପୃଥିବୀର ପ୍ରାକୃତିକ ବ୍ୟବସ୍ଥା ଉପରେ ଚାପ ବଢ଼ୁଛି।

Advertisment ପ୍ରକୃତି ଆମକୁ ଅନେକ କିଛି ଦେଇଛି।

କିନ୍ତୁ ଆମେ ଏହାର ସଂରକ୍ଷଣ କରିବା ପରିବର୍ତ୍ତେ ଅତ୍ୟଧିକ ଶୋଷଣ କରିବାରେ ଲାଗିଛୁ।

ଏହାର ପରିଣାମ ଏପରି ହୋଇଛି ଯେ, ପୃଥିବୀ ନିଜର 'ସ୍ୱାସ୍ଥ୍ୟ ପରୀକ୍ଷା'ରେ ବିଫଳ ହୋଇଛି।

ମଣିଷ ପ୍ରକୃତିର ନିର୍ଦ୍ଧାରିତ ସୀମାକୁ ଅତିକ୍ରମ କରିସାରିଛି।

ପୃଥିବୀର ସ୍ୱାସ୍ଥ୍ୟ ଯାଞ୍ଚ କରୁଥିବା ବୈଜ୍ଞାନିକମାନେ ଏବେ ବଡ଼ ଚେତାବନୀ ଦେଇଛନ୍ତି।

ନୂଆ 'ପ୍ଲାନେଟାରୀ ହେଲ୍ଥ ରିପୋର୍ଟ'ରେ ଜଣାପଡ଼ିଛି ଯେ ମଣିଷ ପୃଥିବୀର ଅଧିକାଂଶ ପ୍ରାକୃତିକ ସୀମାକୁ ଅତିକ୍ରମ କରିସାରିଛି।

ଏହି ନୂତନ ରିପୋର୍ଟକୁ ପଟ୍ସଡାମ୍ ଇନ୍‌ଷ୍ଟିଚ୍ୟୁଟ୍ ଫର୍ କ୍ଲାଇମେଟ୍ ଇମ୍ପାକ୍ଟ ରିସର୍ଚ୍ଚର ପ୍ଲାନେଟାରୀ ବାଉଣ୍ଡାରିଜ୍ ସାଇନ୍ସ ଲ୍ୟାବ୍ ପ୍ରସ୍ତୁତ କରିଛି।

ଏହି ଗବେଷଣାରେ ୬୦ରୁ ଅଧିକ ବୈଜ୍ଞାନିକ ଭାଗ ନେଇଥିଲେ।

ପୃଥିବୀର ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ବୈଜ୍ଞାନିକମାନେ ୯ଟି ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି।

'ପ୍ଲାନେଟାରୀ ବାଉଣ୍ଡାରିଜ୍' ବା ପୃଥିବୀର ପ୍ରାକୃତିକ ସୀମା ହେଉଛି ସେହି ଗୁରୁତ୍ୱପୂର୍ଣ୍ଣ ସୀମା, ଯାହା ପୃଥିବୀର ପ୍ରାକୃତିକ ବ୍ୟବସ୍ଥାକୁ ସ୍ଥିର ଓ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ।

୨୦୨୬ର ଏହି ରିପୋର୍ଟ ଅନୁଯାୟୀ, ଅଧିକାଂଶ ମାନଦଣ୍ଡରେ ପୃଥିବୀ ନିର୍ଦ୍ଧାରିତ ସୁରକ୍ଷିତ ସୀମାକୁ ଅତିକ୍ରମ କରିସାରିଛି।

ଜଳବାୟୁ, ଜଙ୍ଗଲ, ଜଳ, ସମୁଦ୍ର ଓ ପ୍ରଦୂଷଣ ଆଦି ଏହି ୯ଟି ଗୁରୁତ୍ୱପୂର୍ଣ୍ଣ ସୀମାର ଅନ୍ତର୍ଭୁକ୍ତ।

ଏହି ସୀମାଗୁଡ଼ିକ ଅତିକ୍ରମ ହେଲେ ପୃଥିବୀର ପ୍ରାକୃତିକ ସନ୍ତୁଳନ ବିଗିଡ଼ିପାରେ।

ସଦ୍ୟତମ ରିପୋର୍ଟ ଅନୁଯାୟୀ, ପୃଥିବୀ ପାଇଁ ନିର୍ଦ୍ଧାରିତ ୯ଟି ସୀମା ମଧ୍ୟରୁ ୭ଟି ପୂର୍ବରୁ ହିଁ ଅତିକ୍ରମ ହୋଇସାରିଛି।

ପୃଥିବୀର ଯେଉଁ ୭ଟି ସୀମା ଅତିକ୍ରମ ହୋଇସାରିଛି ତାହା ନିମ୍ନ‌ରେ ପ୍ରଦତ୍ତ ୧.

ଜଳବାୟୁ ପରିବର୍ତ୍ତନ ୨.

ଜୈବ ବିବିଧତାର ହ୍ରାସ ୩.

ଭୂମି ବ୍ୟବସ୍ଥାରେ ପରିବର୍ତ୍ତନ ( ଯେପରିକି ଜଙ୍ଗଲ କାଟିବା) ୪.

ମଧୁର ଜଳ ବ୍ୟବସ୍ଥାରେ ପରିବର୍ତ୍ତନ ୫.

ରାସାୟନିକ ଚକ୍ରରେ ବିଭ୍ରାଟ (ବିଶେଷକରି ନାଇଟ୍ରୋଜେନ୍ ଓ ଫସ୍‌ଫରସ୍‌ର ଅସନ୍ତୁଳନ) ୬.

ନୂଆ ପ୍ରଦୂଷକ ପଦାର୍ଥର ପ୍ରବେଶ (ଯେପରିକି ପ୍ଲାଷ୍ଟିକ୍ ଓ ବିଭିନ୍ନ ରାସାୟନିକ ପଦାର୍ଥ) ୭.

ସମୁଦ୍ରର ଅମ୍ଳୀକରଣ।

ରିପୋର୍ଟ ଅନୁଯାୟୀ, ୨୦୨୫ରେ ସମୁଦ୍ରର ଅମ୍ଳୀକରଣ ସମ୍ପର୍କିତ ସୀମା ମଧ୍ୟ ଅତିକ୍ରମ ହୋଇଥିଲା।

ଅନ୍ୟପଟେ, ୯ଟି ସୀମା ମଧ୍ୟରୁ ମାତ୍ର ୨ଟି କ୍ଷେତ୍ରରେ ପରିସ୍ଥିତି ତୁଳନାତ୍ମକ ଭାବେ ଭଲ ରହିଛି।

ସେଗୁଡ଼ିକ ହେଉଛି ଓଜୋନ୍ ସ୍ତର ଏବଂ ବାୟୁମଣ୍ଡଳରେ ଏରୋସୋଲ୍‌ (ଧୂଳିକଣା ଓ ଅନ୍ୟ କ୍ଷୁଦ୍ର କଣିକା)ର ପରିମାଣ।

ତେବେ କେତେକ ଅଞ୍ଚଳରେ ପ୍ରଦୂଷଣ ଏବେ ମଧ୍ୟ ବିପଜ୍ଜନକ ସ୍ତରରେ ରହିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି।

ପୃଥିବୀକୁ ବଞ୍ଚାଇବା ପାଇଁ ତୁରନ୍ତ ପଦକ୍ଷେପ ଆବଶ୍ୟକ ପିଆଇକେର ନିର୍ଦ୍ଦେଶକ ତଥା ଏହି ରିପୋର୍ଟର ସହ-ଲେଖକ ଜୋହାନ୍ ରକ୍‌ଷ୍ଟ୍ରମ୍ କହିଛନ୍ତି ଯେ ଆମ ପାଖରେ ଆଉ ସମୟ ନାହିଁ।

ତଥାପି ଏହି ସଙ୍କଟର ସମାଧାନ ପାଇଁ ଆବଶ୍ୟକ ଜ୍ଞାନ, କ୍ଷମତା ଓ ଉପାୟ ଆମ ପାଖରେ ରହିଛି।

ପୃଥିବୀର ସମସ୍ତ ପ୍ରାକୃତିକ ସୀମାକୁ ପୁନର୍ବାର ସୁରକ୍ଷିତ ସ୍ତରକୁ ଆଣିବା ପାଇଁ ତୁରନ୍ତ ଓ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ।

ଏହାଦ୍ୱାରା ହିଁ ଆମେ ଜୀବନ ଓ ଜୀବିକାକୁ ସୁରକ୍ଷା ଦେବା ସହ ଏକ ସମୃଦ୍ଧ ଭବିଷ୍ୟତର ସ୍ୱପ୍ନ ପୂରଣ କରିପାରିବା।

ଏହି ରିପୋର୍ଟରୁ ସ୍ପଷ୍ଟ ହେଉଛି ଯେ ପୃଥିବୀ ଉପରେ ଚାପ କ୍ରମାଗତ ଭାବେ ବଢ଼ୁଛି।

ଏହାଦ୍ୱାରା ବଡ଼ ଧରଣର ଓ ଦୀର୍ଘକାଳୀନ କ୍ଷତିର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି।

ବିଶ୍ୱର ବିଭିନ୍ନ ସ୍ଥାନରେ ଘଟୁଥିବା ଅନେକ ପ୍ରାକୃତିକ ବିପର୍ଯ୍ୟୟ ଏହି ସୀମାଗୁଡ଼ିକ ଅତିକ୍ରମ ହେବା ସହ ଜଡ଼ିତ।

ଉଦାହରଣ ସ୍ୱରୂପ, ଗତବର୍ଷ ପାକିସ୍ତାନରେ ବନ୍ୟା ଯୋଗୁଁ ୬୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ।

ଅନ୍ୟପଟେ ସମୁଦ୍ରର ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିଛି, ଯାହା ଅନେକ ଉପକୂଳ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରୁଛି।

ବିଶ୍ୱର ୮୪ ପ୍ରତିଶତ ପ୍ରବାଳ ପ୍ରାଚୀର ବା କୋରାଲ୍ ରିଫ୍‌ରେ ବ୍ଲିଚିଂର ପ୍ରଭାବ ଦେଖାଯାଇଛି।

ୟୁରୋପ, କାନାଡା, ଜାପାନ ଓ ମଧ୍ୟପ୍ରାଚ୍ୟରେ ମଧ୍ୟ ଗତବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଜଙ୍ଗଲରେ ନିଆଁ ଲାଗିବା ଭଳି ଘଟଣା ଦେଖିବାକୁ ମିଳିଥିଲା।

ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ଏହି ସବୁ ସଙ୍କଟକୁ ଅଲଗା ଅଲଗା ଘଟଣା ଭାବେ ଦେଖିବା ଉଚିତ୍ ନୁହେଁ।

ପୃଥିବୀର ବିଭିନ୍ନ ପ୍ରାକୃତିକ ବ୍ୟବସ୍ଥା ଏକାସାଙ୍ଗରେ ଅସନ୍ତୁଳିତ ହେଉଥିବାର ସଙ୍କେତ ଏହା ଦେଉଛି।

ଏବେଠାରୁ ଠୋସ୍ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ଏହାର ପରିଣାମ ଆହୁରି ଭୟଙ୍କର ହୋଇପାରେ।

ଆର୍ଥିକ ଠକେଇ ମାମଲାରେ ଗିରଫ ପ୍ରଧାନଶିକ୍ଷକ ନିଲମ୍ବିତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)