Pension Applications: ଭତ୍ତା ଆବେଦନ ଅନୁମୋଦନ କରୁନାହାନ୍ତି ବାବୁ, ଶୋଚନୀୟ ଅବସ୍ଥାରେ ୫୮୦୯ଅସହାୟ
ନବରଙ୍ଗପୁର (ସୁରେଶ ନାଇଡୁ): ଭତ୍ତା ପାଇବା ପାଇଁ ଆବେଦନ କରି ବହୁ ବୃଦ୍ଧ, ବୃଦ୍ଧା, ଅସହାୟ ମହିଳା, ବିଧବା, ଦିବ୍ୟାଙ୍ଗ ଆଦି ବର୍ଷ ପରେ ବର୍ଷ ଧରି ଅପେକ୍ଷା କରି ରହିଛନ୍ତି।
କରିଥିବା ଆବେଦନ କେଉଁ ସ୍ଥିତିରେ ରହିଛି ସେମାନେ ଜାଣି ନାହାନ୍ତି।
ଆଗାମୀ ଦିନରେ ଭତ୍ତା ମିଳିବ କି ନାହିଁ ତାହା ବି ଜାଣି ନାହାନ୍ତି।
Advertisment ବର୍ଷବର୍ଷ ଧରି ଅନୁମୋଦନ ଓ ଯାଂଚ ନାଁରେ ବିଭିନ୍ନ ଅଧିକାରୀ ମାନେ ନିଜ ନିକଟରେ ଏଭଳି ଅତ୍ୟନ୍ତ ଜରୁରୀ ଶ୍ରେଣୀର ଲୋକଙ୍କ ଆବେଦନପତ୍ର ସରକାରୀ ବିଭାଗର ବାବୁ ମାନଙ୍କ ନିକଟରେ ପଡି ରହିଛି।
ଏହି ବାବୁମାନେ ଅନୁମୋଦନ କରିକି ଦେବା ପରେ ପୁଣି ସରକାରଙ୍କ ନୂଆ ଟାର୍ଗେଟ ଜିଲ୍ଲାକୁ ଆସିଲେ କିମ୍ବା କେହି ମରିଗଲେ ଏମାନେ ପାଇବେ।
ସେ ଯାଏଁ ପୁଣି ୱେଟିଂଲିଷ୍ଟରେ ରହିବେ।
ଅନ୍ୟପକ୍ଷରେ ସରକାର ତୁରନ୍ତ ଅସହାୟ, ଭିନ୍ନକ୍ଷମ, ଜରୁରୀ ଶ୍ରେଣୀରେ ଥିବା ମହିଳାଙ୍କୁ ତୁରନ୍ତ ଭତ୍ତା ଦେବାକୁ ବି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମାଜିକ ସଶକ୍ତିକରଣ ବିଭାଗ ବି ନିର୍ଦ୍ଦେଶ ଦେଇଛି।
ଏହା ବାଦେ ବି ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ସରକାରୀ ବାବୁ ଓ ବାବୁଆଣୀଙ୍କ ନିକଟରେ ୫୮୦୯ଟି ଆବେଦନପତ୍ର ଅନୁମୋଦନ ନ ହୋଇ ରହିଥିବା ସାମାଜିକ ସଶକ୍ତିକରଣ ବିଭାଗର ପୋର୍ଟାଲରେ ଉଲ୍ଲେଖ ରହିଛି।
ଜିଲ୍ଲାରେ ସର୍ବାଧିକ ଆବେଦନପତ୍ର ଏସଏସଏସଓଙ୍କ ସ୍ତରରେ ୨୮୩୫ଟି, ଉପଜିଲ୍ଲାପାଳଙ୍କ ନିକଟରେ ୨୧୫୧ଟି, ବିଡିଓଙ୍କ ନିକଟରେ ୩୦୬ଓ ବିଏସଏସଏଓ/ଏମଇଓଙ୍କ ନିକଟରେ ୫୦୪ଟି ପଡିଛି।
ବ୍ଲକୱାରୀ ଯଦି ଦେଖାଯାଏ ତେବେ କୋଷାଗୁମୁଡା ବ୍ଲକର ସର୍ବାଧିକ ୧୨୪୦ଟି ପଡିଛି।
ସେହିପରି ତେନ୍ତୁଳିଖୁଣ୍ଟି ବ୍ଲକର ୧୦୮୭ଟି, ଉମରକୋଟ ବ୍ଲକର ୮୧୪, ଝରିଗାଁ ବ୍ଲକର ୬୪୨, ଚନ୍ଦାହାଣ୍ଡି ବ୍ଲକର ୧୬୧, ଡାବୁଗାଁ ବ୍ଲକର ୩୯, ନବରଙ୍ଗପୁର ବ୍ଲକର ୪୧୩,ନନ୍ଦାହାଣ୍ଡି ବ୍ଲକର ୩୯୩, ପାପାଡାହାଣ୍ଡି ବ୍ଲକର ୩୯୩, ରାଇଘର ବ୍ଲକର ୪୮୦ , ନବରଙ୍ଗପୁର ପୌରପାଳିକାର ୧୨୧ଟି ଓ ଉମରକୋଟ ପୌରପାଳିକାର ୨୬ଟି ଏଭଳି ସର୍ବମୋଟ ୫୮୦୯ଟି ଆବେଦନପତ୍ର ସରକାରୀ ଅଧିକାରୀଙ୍କ ନିକଟରେ ଅନୁମୋଦନ ହେବା ସହ ପୋର୍ଟାଲରେ ଅପଲୋଡ ପାଇଁ ଅପେକ୍ଷାରେ ରହିଛି।
ଅନୁମୋଦନ ହେବା ପରେ ବିଭାଗୀୟ ପୋର୍ଟାଲରେ ଅପଲୋଡ ହେବା ପରେ ଜିଲ୍ଲାସ୍ତରରେ ଅନୁମୋଦନ କରି ଅପେକ୍ଷା କରିଥିବା ହିତାଧିକାରୀଙ୍କୁ ଭତ୍ତା ଦେବାର ବ୍ୟବସ୍ଥା କରାଯାଉଛି।
ଜରୁରୀ ଅସହାୟ ଲୋକଙ୍କ ସମ୍ପର୍କରେ ବିଡିଓ କିମ୍ବା ପୌର ନିର୍ବାହୀ ଅଧିକାରୀ ଅବଗତ କରିବା ମାତ୍ରକେ ଭତ୍ତା ଦିଆଯାଉଛି ବୋଲି କହିଛନ୍ତି ଡିଏସଏସଓ ଦମୟନ୍ତୀ ନାୟକ।
DA: ମହଙ୍ଗା ଭତ୍ତା ବୃଦ୍ଧିକୁ କର୍ମଚାରୀଙ୍କ ଅପେକ୍ଷା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
