ଅବସାଦଗ୍ରସ୍ତ ଗରିଲା

Jun 13, 2026 - 17:46
ଅବସାଦଗ୍ରସ୍ତ ଗରିଲା

 

ଜାପାନର ଏକ ଚିଡ଼ିଆଖାନାରେ ରହୁଥିବା ୧୩ ବର୍ଷର ଏକ ଅଣ୍ଡିରା ଗରିଲା କିୟୋମାସାଏବେ ନିଜର ଏକ ଅପୂର୍ବ ଅନ୍ଦାଜ ପାଇଁ ଇଣ୍ଟରନେଟ୍ରେ ସେନସେସନ ପାଲଟିଛି । ରିପୋର୍ଟ ଅନୁଯାୟୀ, ନିଜ ମହିଳା ସାଥୀ ସହିତ କୌଣସି କଥାକୁ ନେଇ କଳିତକରାଳ ହେବା ପରେ କିୟୋମାସା ଅଭିମାନ କରି ପିଞ୍ଜରା ଭିତରେ ଥିବା କଂକ୍ରିଟ୍ ସିଡ଼ି ଉପରେ ଚୁପଚାପ୍ ଏକାକୀ ଯାଇ ବସିପଡ଼ିଥିଲା । ଭାଇରାଲ ହେଉଥିବା ଏହି ୬୨ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳୁଛି ଯେ, ସେ ବିଲକୁଲ ଜଣେ ମଣିଷ ଭଳି ନିଜ ଜିଭ ଓ ଥୋଡ଼ିରେ ହାତ ଦେଇ ଗଭୀର ଚିନ୍ତାରେ ବୁଡ଼ି ରହିଛି । ଯାହାକୁ ଦେଖି ସୋସିଆଲ ମିଡିଆ ୟୁଜର୍ସମାନେ କହୁଛନ୍ତି କି ଏହା କୌଣସି ଅସନ୍ତୁଷ୍ଟ କିମ୍ବା ମନଦୁଃଖ କରିଥିବା ମଣିଷର ପ୍ରତିରୂପ ଭଳି ମନେହେଉଛି । ଅନ୍ୟପଟେ ଚିଡ଼ିଆଖାନାର ଅଧିକାରୀମାନଙ୍କ କହିବା କଥା ଯେ, ଦୁଇ ଗରିଲାଙ୍କ ମଧ୍ୟରେ କେବଳ ଏକ ଛୋଟ ମତଭେଦ ହୋଇଥିଲା, କିନ୍ତୁ କିୟୋମାସା ସେହି କଥାକୁ ଗୁରୁତର ସହ ନେଇଛି ଏବଂ କିଛି ସମୟ ପାଇଁ ଏକା ବସି ଶାନ୍ତ ରହିବାକୁ ନିଷ୍ପତ୍ତି ନେଇଛି । ତେବେ ସୋସିଆଲ ମିଡିଆରେ ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । କିଛିଲୋକ ଗରିଲା ଟି ଡିପ୍ରେସନକୁ ଚାଲି ଯାଇଛିବୋଲି ମତ ଦେବାରେ ଲାଗିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।