ଗୁଗୁଲ ବତେଇଲା ଭୁଲ ରାସ୍ତା

Jun 13, 2026 - 17:46
ଗୁଗୁଲ ବତେଇଲା ଭୁଲ ରାସ୍ତା

 

ଆଧୁନିକ ବେଳର ପ୍ରଯୁକ୍ତିବିଦ୍ୟା କେତେବେଳେ ଯେ କାହା ପାଇଁ କାଳ ସାଜିବ, ତାହା କହିବା ମୁସ୍କିଲ । ଯାହାର ଏକ ଦୁର୍ଭାଗ୍ୟଜନକ ଉଦାହରଣ ଉତ୍ତର ପ୍ରଦେଶର ମୁଜାଫରନଗର ଅଞ୍ଚଳରେ ଦେଖିବାକୁ ମିଳିଛି, ଯେଉଁଠି ଗୁଗଲ୍ ମ୍ୟାପ୍ର ଭୁଲ୍ ଲୋକେସନ ଯୋଗୁଁ ୪ ଜଣ ପରୀକ୍ଷାର୍ଥୀଙ୍କ ୟୁପି ପୋଲିସ ନିଯୁକ୍ତି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଗାଜିଆବାଦ ୪ ଜଣ ଆଶାୟୀ ପ୍ରାର୍ଥୀ ମୋଟରସାଇକେଲ ଯୋଗେ ନୂଆ ମଣ୍ଡି ସ୍ଥିତ ଏକ ସ୍କୁଲରେ ଥିବା ପରୀକ୍ଷା କେନ୍ଦ୍ରକୁ ବାହାରିଥିଲେ, କିନ୍ତୁ ଉପଯୁକ୍ତ ରାସ୍ତା ଜାଣିବା ପାଇଁ ସେମାନେ ଗୁଗଲ୍ ମ୍ୟାପ୍ର ସାହାଯ୍ୟ ନେବା ସେମାନଙ୍କୁ ମହଙ୍ଗା ପଡ଼ିଥିଲା । ମ୍ୟାପ୍ ସେମାନଙ୍କୁ ସଠିକ୍ କେନ୍ଦ୍ରକୁ ନେବା ବଦଳରେ ସାମଲିର ଏକ ନିଘଞ୍ଚ ଜଙ୍ଗଲକୁ ନେଇଯାଇଥିଲା । ଯେଉଁଥିପାଇଁ ସେମାନଙ୍କର ଅନେକ ମୂଲ୍ୟବାନ ସମୟ ନଷ୍ଟ ହୋଇଥିଲା ଏବଂ ସେମାନେ ପରୀକ୍ଷା ମଧ୍ୟ ଦେଇ ପାରିନଥିଲେ । ତେବେ ଘଟଣା ନେଇ ସେମାନେ ଅଭିଯୋଗ କରିବାପରେ ପୋଲିସ ପ୍ରଶାସନ ପକ୍ଷରୁ ଗୁଗଲ୍ କମ୍ପାନୀକୁ ଚିଠି ଲେଖି ସ୍ପଷ୍ଟୀକରଣ ମଗାଯିବ ବୋଲି ଜଣାପଡ଼ିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।