ବୟାନ ପାଇଁ ଅଡୁଆରେ

Jul 29, 2026 - 14:49
ବୟାନ ପାଇଁ ଅଡୁଆରେ

 

ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ ନୂଆ ପିଢ଼ିର ଭାରତୀୟ ମହିଳାମାନଙ୍କୁ ନେଇ ଏକ ବୟାନ ଦେଇଛନ୍ତି,  ଯାହାକୁ ନେଇ ସେ ବର୍ତ୍ତମାନ ଅଡୁଆରେ ପଡିଛନ୍ତି । ପୋଷ୍ଟରେ ସେମାନଙ୍କୁ ସେ ଗଟର ଜେନେରେସନ୍ବୋଲି ଆଖ୍ୟା ଦେଇଛନ୍ତି । କଙ୍ଗନା ନିଜର ଅଫିସିଆଲ୍ ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ଲେଖିଛନ୍ତି ଯେ, ସବୁଠାରୁ ଲଜ୍ଜାଜନକ କଥା ହେଉଛି ସେହି ଯୁବ ହିନ୍ଦୁ ମହିଳାମାନଙ୍କ ବ୍ୟବହାର, ଯେଉଁମାନେ ଆତ୍ମନିର୍ଭରଶୀଳ ଓ ସଫଳ ମହିଳାମାନଙ୍କ ଜୀବନଶୈଳୀକୁ ନକଲ କରିବାକୁ ଚାହାଁନ୍ତି ସତ, କିନ୍ତୁ ଏହା ସହ ଆସୁଥିବା ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ପ୍ରକୃତରେ ସ୍ୱାଧୀନ ମହିଳାମାନେ ସାହସିକ ନିଷ୍ପତ୍ତି ନିଅନ୍ତି, ସ୍ପଷ୍ଟବାଦୀ ହୁଅନ୍ତି, ପାରମ୍ପରିକ ମାର୍ଗରୁ ହଟି ନିଜ କ୍ୟାରିୟର ବାଛନ୍ତି ଏବଂ ନିଜ ପ୍ରତ୍ୟେକ କାର୍ଯ୍ୟର ସମ୍ପୂର୍ଣ୍ଣ ଦାୟିତ୍ୱ ନିଜେ ବହନ କରନ୍ତି । ସେମାନେ ନିଜ ପରିବାର କିମ୍ବା ବାପା-ମାଙ୍କ ଉପରେ ବୋଝ ହୁଅନ୍ତି ନାହିଁ । ମାତ୍ର ଆଜିକାଲି ପାଶ୍ଚାତ୍ୟ ଚିନ୍ତାଧାରାରେ ପ୍ରଭାବିତ କିଛି ଯୁବତୀ ନିଶାଦ୍ରବ୍ୟ ସେବନ, ମଦ୍ୟପାନ ଏବଂ ଅସଂଯମିତ ସମ୍ପର୍କକୁ ହିଁ ନିଜର ସ୍ୱାଧୀନତା ବୋଲି ଭାବୁଛନ୍ତି । ଏପରିକି ସେମାନେ ଜଣେ ଭଲ ଗୃହିଣୀ ହେବାର ଯୋଗ୍ୟତା ମଧଅୟ ରଖନ୍ତି ନାହିଁ । କେବଳ ଏତିକି ନୁହେଁ, କଙ୍ଗନା ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ନେଇ ମଧ୍ୟ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଜେନ ଜେଡ ପ୍ରତିବାଦକାରୀଙ୍କ ଭାଷା ଏବଂ ବ୍ୟବହାର ଅତ୍ୟନ୍ତ ଖରାପ ଓ ଘୃଣ୍ୟ। ସେମାନଙ୍କର ଏପରି ଆଚରଣ ଦେଖି ପ୍ରଶ୍ନ ଉଠୁଛି ଯେ ସେମାନଙ୍କୁ କିପରି ପାଳନ କରାଯାଇଛି । ସରକାରଙ୍କ ଉପରେ ଚାପ ପକାଇବା ପାଇଁ ରାସ୍ତାରେ ହୁଲସ୍ତୁଲ କରିବା ପରିବର୍ତ୍ତେ ସଂସଦ ହିଁ ଏପରି ଆଲୋଚନା ପାଇଁ ସଠିକ୍ ସ୍ଥାନ ବୋଲି କଙ୍ଗନା ସ୍ପଷ୍ଟ କରିଛନ୍ତି । ତେବେ କଙ୍ଗନାଙ୍କର ଏହି ପୋଷ୍ଟର କଡା ନିନ୍ଦା କରାଯାଉଥିବା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ତାଙ୍କୁ ଖୁବ ଟ୍ରୋଲର ସମ୍ମୁଖୀନ ହେବାକୁ ପଡୁଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।