ଅଲ ଓଡିଶା ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ ଅଭିଯୋଗ

Jul 30, 2026 - 16:21
ଅଲ ଓଡିଶା ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ ଅଭିଯୋଗ

ଭୁବନେଶ୍ୱର : ନିଟ ପେପର ଲିକ ଘଟଣା ବିବାଦ ନ ଥମୁଣୁ ଓଡ଼ିଶାରେ ପୁଣି ପ୍ରଶ୍ନପତ୍ର ଲିକ ! ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଅନୁଷ୍ଠିତ ପିଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ଆସିଛି । ଲକ୍ଷ ଲକ୍ଷ ଟଙ୍କାରେ ପ୍ରଶ୍ନପତ୍ର ବିକ୍ରି ହୋଇଥିବା ନେଇ ହ୍ୱାଟ୍ସଅପ ଗ୍ରୁପରେ ପ୍ରଶ୍ନପତ୍ର କପି ଭାଇରାଲ ହେଉଛି । ରାଜ୍ୟ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ଗୁରୁତର ଅନିୟମିତତା ଦେଖିବାକୁ ମିଳିଛି । ଏହି ପ୍ରଶ୍ନପତ୍ର ଲିକ ରାକେଟରେ ଜଣେ ଡାକ୍ତରୀ ଛାତ୍ର ଓ ଅନୁଷ୍ଠାନର ବରିଷ୍ଠ କିରାଣୀ ସମ୍ପୃକ୍ତ ଥିବା ନେଇ ଅନୁମାନ କରାଯାଉଛି । 

ସେହିପରି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଏହି ପ୍ରଶ୍ନପତ୍ର ବିକ୍ରି ହୋଇଥିବା ସୂଚନା ମିଳିଛି। ଘଟଣା ପ୍ରଘଟ ହେବା ପରେ ବିଶ୍ୱବିଦ୍ୟାଳୟରେ ହୋଇଥିବା ଅଭିଯୋଗ ଭିତ୍ତିରେ ତଦନ୍ତ ଆରମ୍ଭ ହୋଇଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।