YGTTA Table Tennis Institute: ୱାଇଜିଟିଟିଏ ଟେବୁଲ ଟେନିସ୍ ଉଦ୍ଯାପିତ: ବାଜି ମାରିଲେ ଜିଜ୍ଞାସୁ, ମୈନକ ଓ ନେହା
"କଟକ: ଓଡ଼ିଶା ଟେବୁଲ୍ ଟେନିସ ସଂଘ ଓ ୟଙ୍ଗ ଜେନେରେସନ ଟେବୁଲ୍ ଟେନିସ୍ ସଂଘ ପକ୍ଷରୁ କଟକ ସିଡିଏ ସେକ୍ଟର-୭ସ୍ଥିତ ବିଜୁ ପଟ୍ଟନାୟକ ଇନ୍ଡୋର ହଲ୍ରେ ଚାଲିଥିବା ୩୧ତମ ୱାଇଜିଟିଟିଏ ରାଜ୍ୟ ରାକିଙ୍ଗ୍ ଟେବୁଲ ଟେନିସ୍ ପ୍ରତିଯୋଗିତା ବୁଧବାର ଉଦ୍ଯାପିତ ହୋଇଛି।
ଏହି ପ୍ରତିଯୋଗିତାର ୧୧ବର୍ଷରୁ କମ ବାଳିକା ଏକକ ବର୍ଗରେ କଟକ ସିଦ୍ଧିକ୍ଷା ଭଗତ ୩-୧ରେ ଖୋର୍ଦ୍ଧାର ଶିବାଙ୍ଗୀ ପ୍ରସାଦଙ୍କୁ ପରାସ୍ତ କରି ବିଜେତା ହୋଇଥିବା ବେଳେ ୧୧ବର୍ଷରୁ କମ ବାଳକରେ ସୟଦ ଅର୍ସଜ ଅଲ୍ଲୀ ୩-୧ରେ ଖୋର୍ଦ୍ଧାର ସୁବଂଶ ମୋହନ ସାହୁଙ୍କୁ ପରାସ୍ତ କରି ବିଜେତା ହୋଇଛନ୍ତି। ସେହିପରି ୧୩ବର୍ଷରୁ କମ୍ ବାଳିକାରେ କଟକର ଆରାଧ୍ୟା ସାହୁ ୩-୦ରେ ଖୋର୍ଦ୍ଧାର ଅନ୍ବେଷା ଅନିରୁଦ୍ଧଙ୍କୁ ପରାସ୍ତ କରି ଓ ବାଳକ ବର୍ଗରେ କଟକର ଅବନିଶ ସୁବ୍ରମନ୍ୟମ ୩-୧ରେ କଟକର ରୁଦ୍ର ରଣବୀରଙ୍କୁ ପରାସ୍ତ କରି ବିଜେତା ହୋଇଛନ୍ତି।
Advertisment Strait of Hormuz: ଆମେରିକା ଇରାନର ସର୍ତ୍ତ ନ ମାନିଲେ ଖୋଲିବନି ହର୍ମୁଜ୍: ରେଜାଇ ୧୫ବର୍ଷରୁ କମ ବାଳିକାରେ ଖୋର୍ଦ୍ଧାର ଶ୍ବେତା ବର୍ମା କଟକର ଆରାଧ୍ୟା ସାହୁଙ୍କୁ ପରାସ୍ତ କରି, ୧୫ବର୍ଷରୁ କମ୍ ବାଳକରେ ପୁରୀର ଜିଜ୍ଞାସୁ ସାଇ କିରଣ ପ୍ରଧାନ ଭୁବନେଶ୍ବରର ସୋମନାଥ ସୁବୁଦ୍ଧିଙ୍କୁ ପରାସ୍ତ କରି, ୧୭ବର୍ଷରୁ କମ୍ ବର୍ଗରେ କଟକର ଉର୍ଜା ବର୍ମା ଖୋର୍ଦ୍ଧାର ଶ୍ବେତା ବର୍ମାଙ୍କୁ ପରାସ୍ତ କରି, ବାଳକରେ ଜିଜ୍ଞାଷୁ ସାଇ କିରଣ ଭୁବନେଶ୍ବର ସୋମନାଥ ସୁବୁଦ୍ଧିଙ୍କୁ ପରାସ୍ତ କରି ବିଜେତା ହୋଇଛନ୍ତି।
୧୯ବର୍ଷରୁ କମ୍ ବୟସ ବର୍ଗରେ କଟକର ଜିଜ୍ଞାସୁ ସାହୁ ଓ ବାଳିକାରେ ଉର୍ଜା ବର୍ମା ବିଜେତା ହୋଇଥିବା ବେଳେ ମହିଳା ବର୍ଗରେ ନେହା କୁମାରୀ ଓ ପୁରୁଷରେ ମୈନକ ଦାସ ବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓସିଏ ସଂପାଦକ ସଞ୍ଜୟ ବେହେରା, ସମ୍ମାନିତ ଅତିିଥି ଭାବେ ଟେବୁଲ୍ ଟେନିସ ସଂଘ ସଂପାଦକ ରବୀନ୍ଦ୍ର କୁମାର ପରିଡ଼ା, ସଂଘ କର୍ମକର୍ତ୍ତା ଚିତ୍ତରଞ୍ଜନ ମହାନ୍ତି, ନିହାର ରଞ୍ଜନ ମିଶ୍ର ଯୋଗଦେଇ କୃତୀ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ।
Neglect: ବିପଦ ସଂକୁଳ କାଠପୋଲରେ ଚାଲିଛି ସିତାପଡ଼ି ଗ୍ରାମବାସୀଙ୍କ ଜୀବନ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
