Truck Hits Cow: ଗାଈକୁ ଧକ୍କା ଦେଲା ଆଇରନ ବୋଝେଇ ଟ୍ରକ, କ୍ଷତିପୂରଣ ଓ ବେଆଇନ ଟ୍ରକ ଚଳାଚଳ ବନ୍ଦ ଦାବିରେ ରାସ୍ତାରୋକ
"କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଦଁଅଳା ପେଟ୍ରୋଲ ପମ୍ପ ନିକଟରେ ଆଜି ଭୋର ସକାଳୁ ଏକ ଗାଈକୁ ଆଇରନ ଟ୍ରକ ଧକ୍କା ଦେବା ଫଳରେ ଗାଈର ମୃତ୍ୟୁ ଘଟିଛି।
ଗାଈଟିର ମୃତ୍ୟୁ ପରେ ଦଁଅଳା ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଶୁଆକାଟି - ଦବୁନା ରାସ୍ତାକୁ ଅବରୋଧ କରିଛନ୍ତି ଗ୍ରାମବାସୀ।
ଶୁଆକାଟି - ରଙ୍ଗଡିହି ରାସ୍ତାରେ ଶ୍ରୀମେଟାଲିକଅଁରା ଓ ଆରଡେଣ୍ଟ ଷ୍ଟିଲ ଫୁଲଝର କାରଖାନାର ନିୟମିତ ହଜାର ହଜାର ଆଇରନ ଟ୍ରକ ଚଳାଚଳ କରୁଛି, ଫଳରେ ପ୍ରତିଦିନ ଦୁର୍ଘଟଣା ଘଟି ଅନେକ ଧନ ଜୀବନହାନି ହେଉଛି।
କିଛି ମାସ ମଧ୍ୟରେ ଏହି ରାସ୍ତାରେ ଆଇରନ ଟ୍ରକ ପାଇଁ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଗୃହ ପାଳିତ ପଶୁଙ୍କ ମଧ୍ୟ ଜୀବନ ଯାଇଛି।Advertisment ଟ୍ରକ ଚଳାଚଳ ବନ୍ଦକୁ ନେଇ ଦାବି ପ୍ରଶାସନ ପକ୍ଷରୁ ଏହି ରାସ୍ତାରେ ଟ୍ରକ ଚଳାଚଳ ବନ୍ଦ ପାଇଁ ନିର୍ଦ୍ଦେଶ ଥିଲେ ହେଁ ଟ୍ରକ ଓ କାରଖାନା ମାଲିକମାନେ ମନମୁଖୀ ଭାବେ ଅମାନିଆ ହୋଇ ଟ୍ରକ ଚଳାଉଛନ୍ତି।
ଡ୍ରାଇଭରମାନେ ନିଶାସକ୍ତ ହୋଇ ଦ୍ରୁତ ଗତିରେ ଗାଡ଼ି ଚଳାଉଛନ୍ତି।
ବାଂଶପାଳ ବ୍ଲକର ଏହି ରାସ୍ତା ମୁଖ୍ୟ ରାସ୍ତା ଥିବା ବେଳେ ବ୍ଲକ ବାସି, ସ୍କୁଲ, କଲେଜ ଛାତ୍ରଛାତ୍ରୀ ଏହି ରାସ୍ତାରେ ଅସୁରକ୍ଷିତ ଭାବେ ଯାତାୟତ କରୁଛନ୍ତି।
ଯାହା ଫଳରେ ଆଜି ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଦଁଅଳା ଠାରେ ରାସ୍ତା ଅବରୋଧ କରିଛନ୍ତି।
ପ୍ରଶାସନ ନିକଟରେ ବାରମ୍ବାର ଦାବି କରୁଥିବା ସତ୍ୱେ ଟ୍ରକ ଚଳାଚଳ ବନ୍ଦ ହେଉନାହିଁ।
ଏଣୁ ଉତ୍ତ୍ୟକ୍ତ ଲୋକେ ଗାଈର କ୍ଷତିପୂରଣ ପ୍ରଦାନ ସହିତ ଏହି ରାସ୍ତାରେ ବେଆଇନ ଟ୍ରକ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଦାବିରେ ସକାଳୁ ରାସ୍ତା ଅବରୋଧ କରିଛନ୍ତି।
ରାସ୍ତାରେ ଯାତାୟତ ଠପ ହୋଇଯାଇଛି।
ରାସ୍ତାର ଉଭୟ ପାର୍ଶ୍ଵରେ ହଜାର ହଜାର ଆଇରନ ଟ୍ରକ ଅଟକି ରହିଛି।
Accident: ପିପଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଷଣ୍ଢ ଓ ବରିଷ୍ଠ ନାଗରିକଙ୍କୁ ପିଟିଲା ଥାର୍, ଉଭୟଙ୍କର ଚାଲିଗଲା ଜୀବନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
