19 AUGUST 2026

Welcome!

Unlock your personalized experience.
Sign Up
block-728

Pali hill: ଗ୍ରାନାଇଟ୍‌ ନେଇଗଲେ ଆନ୍ଧ୍ର ମାଫିଆ

Aug 13, 2026 - 05:30
Pali hill: ଗ୍ରାନାଇଟ୍‌ ନେଇଗଲେ ଆନ୍ଧ୍ର ମାଫିଆ

ଚିକିଟି: ଗଞ୍ଜାମ ଜିଲ୍ଲାରେ ନିୟମିତ ପାହାଡ଼ କଟାଯାଉଥିବାର ଚିତ୍ର ଦେଖିବାକୁ ମିଳୁଛି। ଗ୍ରାନାଇଟ୍‌ ଲୋଭରେ ଆବଶ୍ୟକତାଠାରୁ ଅଧିକ ଖନନ କରାଯାଉଛି। ଫଳରେ ଜିଲ୍ଲାର ଅନେକ ପାହାଡ଼ ମାଟିରେ ମିଶିଲାଣି। ପୂର୍ବଘାଟ ପର୍ବତମାଳା ସଂଲଗ୍ନ ଚିକିଟି ତହସିଲରେ ରହିଥିବା କେରାଣ୍ଡିମାଳ ପର୍ବତ ଧ୍ୱଂସ ହେବାକୁ ବସିଛି। ଏହି ତାଲିକାରେ ଯୋଡ଼ି ହୋଇଛି ଚିକିଟି ତହସିଲ ଗୋବିନ୍ଦନଗର ପଞ୍ଚାୟତ ଅଧୀନସ୍ଥ ପଲ୍ଲୀ ଗ୍ରାମକୁ ଲାଗି ରହିଥିବା ପଲ୍ଲୀ ପାହାଡ଼। ସରକାରୀ ଖାତାରେ ଏହି ପାହାଡ଼ ‘ମେଜର୍ ମିନେରାଲ’ ଶ୍ରେଣୀ ଅନ୍ତର୍ଭୁକ୍ତ। ସମୟ ଥିଲା ଏଠାରୁ ପ୍ରଚୁର ପରିମାଣରେ ଗ୍ରାନାଇଟ୍ ମହଜୁଦ ରହିଥିଲା। ହେଲେ ଆନ୍ଧ୍ର ମାଫିଆଙ୍କ ନଜର ପଡ଼ିବା ପରେ ପ୍ରାକୃତିକ ସଂପଦ ଅସୁରକ୍ଷିତ ପାଲଟିଲା। ଗ୍ରାନାଇଟ୍ ଉତ୍ତୋଳନ ପାଇଁ ୫ ବର୍ଷ ପୂର୍ବରୁ ଟେଣ୍ଡର୍ ହୋଇଥିଲା। ଆନ୍ଧ୍ରର ଏକ କମ୍ପାନିକୁ ପଲ୍ଲୀ ପାହାଡ଼ରୁ ଗ୍ରାନାଇଟ୍‌ ଉତ୍ତୋଳନ ପାଇଁ ଲିଜ୍ ପ୍ରଦାନ କରାଯାଇଥିଲା। ହେଲେ ସରକାରୀ ନିୟମାନୁସାରେ ଉକ୍ତ ପାହାଡ଼ରୁ କମ୍ପାନି ଯେତିକି ଉତ୍ତୋଳନ କରିବା କଥା ତା’ଠାରୁ ଅଧିକ ଗ୍ରାନାଇଟ୍ କୋରି ନେଇଛି। ଫଳରେ ପଲ୍ଲୀ ପାହାଡ଼ ଏବେ ମାନଚିତ୍ରରୁ ହଜିବାକୁ ବସିଛି। 

ଗ୍ରାନାଇଟ୍‌ ନେଇଗଲେ ଆନ୍ଧ୍ର ମାଫିଆ
ବିପଦରେ ପରିବେଶ, ଗୁରୁତ୍ବ ଦେଉନି ବିଭାଗ

ଏହା ଉପରୁ ଏବେ ବି ମାଫିଆଙ୍କ ଲୋଲୁପ ଦୃଷ୍ଟି ହଟିନି। ବର୍ତ୍ତମାନ ସବଲିଜ୍ ନାମରେ ପଲ୍ଲୀ ପାହାଡ଼ରେ ପଥର ବ୍ଲାଷ୍ଟିଂ ଜାରି ରହିଛି। ଅନେକ ବୁଦ୍ଧିଜୀବୀ ଓ ପରିବେଶବିତ୍ ଏହା ଉପରେ ପ୍ରଶ୍ନ ଉଠାଉଥିଲେ ମଧ୍ୟ ବିଭାଗ ଦୃଷ୍ଟି ଦେଉନି। କନିଷ୍ଠ ଖଣି ଅଧିକାରୀ (ମେଜର୍‌ ମିନେରାଲ୍) କାହ୍ନୁଚରଣ ଦେହୁରୀ କହିଛନ୍ତି, ‘ମୁଁ ନୂଆରେ ଆସିଥିବାରୁ ତଥ୍ୟ ଦେବା ମୋ ପକ୍ଷେ ସମ୍ଭବ ନୁହେଁ’। ଖଣିଜ ସମ୍ପଦ ଲୁଟ୍ ସହ ସ୍ଥାନୀୟ ଅଞ୍ଚଳରେ ପରିବେଶ ନଷ୍ଟ ହେବାରେ ଲାଗିଛି। ବିଶେଷ କରି ପାହାଡ଼ ପାଖାପାଖି ଅଞ୍ଚଳବାସୀଙ୍କ ଉପରେ ଏହା କୁପ୍ରଭାବ ପକାଉଛି। ଏଣୁ ପରିବେଶ ସମ୍ପୂର୍ଣ୍ଣ ନଷ୍ଟ ହେବା ପୂର୍ବରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media