Power plant for data center: ଡାଟା ସେଣ୍ଟର୍ ପାଇଁ ପାୱାର୍ ପ୍ଲାଣ୍ଟ୍
"ଏଆଇର ଦ୍ରୁତ ଅଭିବୃଦ୍ଧି ଟେକ୍ କମ୍ପାନିଗୁଡ଼ିକୁ ସଫ୍ଟୱେର୍ ଛଡ଼ା ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସମସ୍ୟାର ସମାଧାନ ଲାଗି ବାଧ୍ୟ କରୁଛି।
ତାହା ହେଉଛି, ଏଆଇ ସେବା ପଛରେ ଥିବା ପ୍ରକାଣ୍ଡ ଡାଟା ସେଣ୍ଟର୍ ଚଳାଇବା ପାଇଁ ଆବଶ୍ୟକ ବିପୁଳ ବିଜୁଳି ଶକ୍ତି।
ଏହି ସମସ୍ୟା ଦୂର କରିବାକୁ ଆମାଜନ୍ ଆମେରିକାର ପଶ୍ଚିମ ଟେକ୍ସାସ୍ରେ ଏକ ପ୍ରମୁଖ ପାୱାର୍ ପ୍ରକଳ୍ପ ନିର୍ମାଣ କରୁଛି।
ଏହି ପ୍ରାକୃତିକ ଗ୍ୟାସ୍ ପ୍ଲାଣ୍ଟ୍ର ନାମ "ଜିଡବ୍ଲୁ ରାଞ୍ଚ୍"।
ପିକୋସ୍ କାଉଣ୍ଟିରେ ଥିବା ପ୍ରକାଣ୍ଡ ଡାଟା ସେଣ୍ଟର୍ ପାର୍ଶ୍ବରେ ଏହାର ନିର୍ମାଣ ଚାଲିଛି।Advertisment Oil: ରୁଷୀୟ ତେଲ କିଣିବା ନେଇ ଆମେରିକାର ଶୁଳ୍କକୁ ବିରୋଧ "ଜିଡବ୍ଲୁ ରାଞ୍ଚ୍"ର ୩୫ଟି ପ୍ରାକୃତିକ-ଗ୍ୟାସ୍ ଟର୍ବାଇନ୍ ରହିଛି।
ଏହାର ସାମର୍ଥ୍ୟ ପ୍ରାୟ ୭.୬୫ ଗିଗାୱାଟ୍।
ଆମାଜନ୍ ଏଥିରୁ ଉତ୍ପାଦିତ ବିଜୁଳି ଶକ୍ତି କ୍ରୟ କରିବା ଯୋଜନା ରଖିଛି।
ଏଥିରୁ ଅଧିକାଂଶ ଇଲେକ୍ଟ୍ରିସିଟି ଗ୍ରିଡ୍ ଦ୍ବାରା ବାସଗୃହ ଓ ବ୍ୟବସାୟ କେନ୍ଦ୍ରକୁ ଯିବା ବଦଳରେ ସିଧା ଆମାଜନ୍ ଡାଟା ସେଣ୍ଟର୍କୁ ଯିବ।
ଚିନ୍ତାର କାରଣ ହେଉଛି, ପ୍ରକଳ୍ପରୁ ନିର୍ଗମନ ହେବାକୁ ଥିବା ପ୍ରଦୂଷକ।
ଡାଟା ସେଣ୍ଟର୍ ଓ ସେଗୁଡ଼ିକୁ ଚଳାଇବା ପାଇଁ ନିର୍ମିତ ଶକ୍ତି ଭିତ୍ତିଭୂମି ଉପରେ ନଜର ରଖୁଥିବା କ୍ଲିନ୍ଭ୍ୟୁ ମତରେ, ୩୩ ନିୟୁତ ଟନ୍ କାର୍ବନ୍ ଡାଇଅକ୍ସାଇଡ୍ ନିର୍ଗମନ କରିବାକୁ ଜିଡବ୍ଲୁ ରାଞ୍ଚ୍ ଅନୁମତି ପାଇଛି।
ଏତେ ପରିମାଣ କାର୍ବନ୍ ଡାଇଅକ୍ସାଇଡ୍ ଅସାଧାରଣ।
ଏହା ଆମେରିକାର ବୃହତ୍ତମ କୋଇଲା-ଦହନ ପାୱାର୍ ପ୍ଲାଣ୍ଟ୍ ନିର୍ଗମନ ପରିମାଣ ଠାରୁ ଯଥେଷ୍ଟ ଅଧିକ।
ଅବଶ୍ୟ ୩୩ ମିଲିୟନ୍ ଟନ୍ ଅର୍ଥ ନୁହେଁ ଯେ, ଆମାଜନ୍ ପାୱାର୍ ପ୍ଲାଣ୍ଟ୍ ସେତିକି ପରିମାଣର କାର୍ବନ୍ ଡାଇଅକ୍ସାଇଡ୍ ନିର୍ଗମନ କରିବ।
ପ୍ଲାଣ୍ଟ୍ର କାର୍ଯ୍ୟ ପରିମାଣ ଉପରେ ହିଁ ପ୍ରକୃତ ନିର୍ଗମନ ନିର୍ଭର କରିବ।
ତେବେ ପରିବେଶ ଉପରେ ନିଶ୍ଚୟ ଏହାର କୁପ୍ରଭାବ ପଡ଼ିବ।
Congress: ୫ ରାଜ୍ୟ ନିର୍ବାଚନରେ ୨୪୮.୬ କୋଟି ଖର୍ଚ୍ଚ କରିଛି କଂଗ୍ରେସ ଏଆଇ ସିଷ୍ଟମ୍ ବିପୁଳ ପରିମାଣ କମ୍ପ୍ୟୁଟିଂ ପାୱାର୍ ଆବଶ୍ୟକ କରେ।
ଯେଉଁ ସର୍ଭର୍ ସବୁ ସେହି କାର୍ଯ୍ୟ ପରିଚାଳନା କରନ୍ତି, ସେମାନେ ବହୁ ବିଜୁଳି ଶକ୍ତି ଆବଶ୍ୟକ କରନ୍ତି।
କମ୍ପାନି ସବୁ ଅଧିକରୁ ଅଧିକ ଏଆଇ ଭିତ୍ତିଭୂମି ନିର୍ମାଣ କରିବାକୁ ପ୍ରତିଦ୍ବନ୍ଦ୍ବିତା ଚଳାଉଥିବାରୁ ସ୍ବାଧୀନ ଭାବେ ଶକ୍ତି ଯୋଗାଣ ବ୍ୟବସ୍ଥା ମଧ୍ୟ ସେମାନଙ୍କ ଯୋଜନା ସମ୍ପ୍ରସାରଣ ପାଇଁ ସମ ଗୁରୁତ୍ବ ବହନ କରୁଛି।
ଏବେ ଯେତେ ସବୁ ଗ୍ରିଡ୍ ରହିଛି, ତା" ଉପରେ ସମ୍ପୂର୍ଣ୍ଣ ନିର୍ଭର ନ କରି କେତେକ କମ୍ପାନି ନିଜସ୍ବ ଶକ୍ତି ଉତ୍ପାଦନ କେନ୍ଦ୍ର ଅେନ୍ବଷଣ କଲେଣି।
ଆମାଜନ୍ର ଏଆଇ ଭିତ୍ତିଭୂମି କେବଳ କାର୍ବନ ଏମିସନ୍ ମଧ୍ୟରେ ସୀମିତ ନୁହେଁ।
କମ୍ପାନି କହିଛି ଯେ, ସାରା ବିଶ୍ବରେ ଥିବା ତା"ର ଡାଟା ସେଣ୍ଟର୍ଗୁଡ଼ିକ ୨୦୨୫ରେ ପ୍ରାୟ ୨.୫ ବିଲିୟନ୍ ଗ୍ୟାଲନ୍ ଜଳ ଆହରଣ କରିଥିଲେ।
ହିସାବ କରି ଦେଖିଲେ, ସେତିକି ଜଳକୁ ବର୍ଷ ତମାମ ପ୍ରାୟ ୧୩ ନିୟୁତ ଲୋକଙ୍କୁ ଦୁଇ ଲିଟର୍ କରି ଦେଇହେବ।
ଆମାଜନ୍ ଆହୁରି କହିଛି ଯେ, ତା"ର ଡାଟା ସେଣ୍ଟର୍ ମଧ୍ୟରୁ କେତେକ ଆବର୍ଜନା ଜଳ ବିଶୋଧନ କରି ବ୍ୟବହାର କରୁଛନ୍ତି।
ଶକ୍ତିଶାଳୀ କମ୍ପ୍ୟୁଟର୍ ସିଷ୍ଟମ୍ଗୁଡ଼ିକ ଅତିରିକ୍ତ ଉତ୍ତପ୍ତ ନହେବାକୁ ଡାଟା ସେଣ୍ଟର୍ ସବୁ ପାଣି ଆବଶ୍ୟକ କରିଥାନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
