World's Fastest Maglev Train: ଦୁନିଆର ସବୁଠୁ ହାଇସ୍ପିଡ୍ ମ୍ୟାଗ୍ଲେଭ୍ ଟ୍ରେନ୍; ଟ୍ରାକରେ ଗଡ଼ିବନି, ୬୦୦ କି.ମି. ବେଗରେ ଉଡ଼ିବ

Nov 14, 2026 - 14:23
World's Fastest Maglev Train: ଦୁନିଆର ସବୁଠୁ ହାଇସ୍ପିଡ୍ ମ୍ୟାଗ୍ଲେଭ୍ ଟ୍ରେନ୍; ଟ୍ରାକରେ ଗଡ଼ିବନି, ୬୦୦ କି.ମି. ବେଗରେ ଉଡ଼ିବ

ଦୁନିଆର ସବୁଠାରୁ ଦ୍ରୁତଗତିରେ ଟ୍ରେନ୍ ଚଳାଇବାକୁ ନେଇ ଜାପାନ ଓ ଚୀନ୍ ମଧ୍ୟରେ ଚାଲିଛି କଡ଼ା ପ୍ରତିଯୋଗିତା।

ହାଇସ୍ପିଡ୍ ଟ୍ରେନ୍ କ୍ଷେତ୍ରରେ ଏହି ଦୁଇ ଦେଶ ଆଗରେ ରହିଛନ୍ତି।

ଜାପାନ ୧୧ ବର୍ଷ ପୂର୍ବରୁ ଟ୍ରେନ୍‌କୁ ଘଣ୍ଟାପ୍ରତି ୬୦୩ କିଲୋମିଟର ବେଗରେ ଚଳାଇ ବିଶ୍ୱ ରେକର୍ଡ କରିଥିଲା।

ଆଜି ମଧ୍ୟ ଏହି ରେକର୍ଡ ଅତୁଟ ରହିଛି।

ଅନ୍ୟପଟେ ଜାପାନକୁ ଟକ୍କର ଦେବାକୁ ଚୀନ୍ ମଧ୍ୟ ୬୦୦ କିଲୋମିଟର ବେଗରେ ଚାଲିପାରୁଥିବା ନୂଆ ମ୍ୟାଗ୍ଲେଭ୍ ଟ୍ରେନ୍ ପ୍ରସ୍ତୁତ କରୁଛି।

Advertisment ଜାପାନର ସେଣ୍ଟ୍ରାଲ୍ ଜାପାନ ରେଲୱେ କମ୍ପାନୀ ଜେଆର ସେଣ୍ଟ୍ରାଲ ୨୦୧୫ ଏପ୍ରିଲ୍ ୨୧ ତାରିଖରେ ନିଜର L0 ସିରିଜ୍ ମ୍ୟାଗ୍ଲେଭ୍ ଟ୍ରେନ୍‌କୁ ଟ୍ରାଏଲ୍ ରନ୍ ସମୟରେ ଘଣ୍ଟାପ୍ରତି ୬୦୩ କିଲୋମିଟର ବେଗରେ ଚଳାଇଥିଲା।

ଏହା ଯେକୌଣସି ଟ୍ରେନ୍‌ର ସର୍ବାଧିକ ରେକର୍ଡ ହୋଇଥିବା ବେଗ।

ତେବେ ଏହି ରେକର୍ଡ ସାଧାରଣ ଯାତ୍ରୀ ସେବା ସମୟରେ ନୁହେଁ, ବରଂ ଜାପାନର ୟାମାନାଶି ମ୍ୟାଗ୍ଲେଭ୍ ଟେଷ୍ଟ ଲାଇନ୍‌ରେ ପରୀକ୍ଷଣ ସମୟରେ ହାସଲ ହୋଇଥିଲା।

ଜାପାନ ଏହି ଟ୍ରେନ୍‌କୁ ସାଧାରଣ ଯାତ୍ରୀଙ୍କ ପାଇଁ ଚଳାଇବାକୁ ଯୋଜନା କରୁଛି।

କିନ୍ତୁ ଏହାର ସର୍ବାଧିକ ପରିଚାଳନା ବେଗ ଘଣ୍ଟାପ୍ରତି ୫୦୦ କିଲୋମିଟର ରଖାଯାଇଛି।

ଅର୍ଥାତ୍ ଟ୍ରାଏଲ୍‌ରେ ୬୦୩ କିମି ବେଗ ହାସଲ କରିଥିଲେ ମଧ୍ୟ ନିୟମିତ ଯାତ୍ରା ସମୟରେ ଟ୍ରେନ୍‌ଟି ୫୦୦ କିମି ବେଗରେ ଚାଲିବ।

Advertisment ଜାପାନର ଜେଆର ସେଣ୍ଟ୍ରାଲ ଓ ରେଲୱେ ଟେକ୍ନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ମିଳିତ ଭାବେ ଏହି ଟ୍ରେନ୍‌ର ବିକାଶ କରୁଛନ୍ତି।

ମିତ୍ସୁବିଶି ହେଭି ଇଣ୍ଡଷ୍ଟ୍ରିଜ୍ ଓ ନିପ୍ପନ୍ ଶାର୍ୟୋ ଭଳି କମ୍ପାନୀ ଏହାର ନିର୍ମାଣରେ ସାମିଲ ଅଛନ୍ତି।

ଏହି ଟ୍ରେନ୍‌କୁ ନିର୍ମାଣାଧୀନ ଚୁଓ ଶିଙ୍କାନସେନ୍ ରୁଟ୍‌ରେ ଚଳାଇବାକୁ ଯୋଜନା ରହିଛି।

ଏହା ଟୋକିଓକୁ ନାଗୋୟା ସହ ଯୋଡ଼ିବ।

ବର୍ତ୍ତମାନ ଟୋକିଓରୁ ନାଗୋୟାର ୨୮୬ କିଲୋମିଟର ଦୂରତା ଅତିକ୍ରମ କରିବାକୁ ଟ୍ରେନ୍‌କୁ ପ୍ରାୟ ୧୦୦ ମିନିଟ୍ ଲାଗୁଛି।

କିନ୍ତୁ ମ୍ୟାଗ୍ଲେଭ୍ ଟ୍ରେନ୍ ଚାଲିଲେ ଏହି ଯାତ୍ରା ମାତ୍ର ୪୦ ମିନିଟ୍‌ରେ ଶେଷ ହେବ।

ପରବର୍ତ୍ତୀ ସମୟରେ ଏହାକୁ ଓସାକା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାର ଯୋଜନା ରହିଛି।

ତେବେ ଏହି ପ୍ରକଳ୍ପଟି ୨୦୩୬ ପରେ ଆରମ୍ଭ ହେବାର ଆଶା କରାଯାଉଛି।

ଜାପାନକୁ ପଛରେ ପକାଇବା ପାଇଁ ଚୀନ୍ ମଧ୍ୟ ନିଜସ୍ୱ ହାଇସ୍ପିଡ୍ ମ୍ୟାଗ୍ଲେଭ୍ ଟ୍ରେନ୍ ପ୍ରସ୍ତୁତ କରୁଛି।

ଏହାର ନାମ CRRC 600 ମ୍ୟାଗ୍ଲେଭ୍ ଟ୍ରେନ୍।

ଚୀନ୍‌ର ସରକାରୀ ରେଳ କମ୍ପାନୀ ସିଆରଆରସିର ଚାଙ୍ଗଚୁନ୍ ୟୁନିଟ୍ ଏହାକୁ ଡିଜାଇନ୍ କରିଛି।

୨୦୨୪ ଜୁଲାଇରେ ଏହି ଟ୍ରେନ୍‌ର ପ୍ରୋଟୋଟାଇପ୍ ପ୍ରଦର୍ଶିତ ହୋଇଥିଲା।

ଏହାପରେ ୨୦୨୫ରେ ବେଜିଂରେ ଟ୍ରେନ୍‌ର ସାମନା ଭାଗ ବା ଲିଡ୍ କାର୍ ପ୍ରଦର୍ଶିତ ହୋଇଥିଲା।

ଏହି ଟ୍ରେନ୍‌କୁ ଘଣ୍ଟାପ୍ରତି ସର୍ବାଧିକ ୬୦୦ କିଲୋମିଟର ବେଗରେ ଚଳାଇବା ପାଇଁ ଡିଜାଇନ୍ କରାଯାଉଛି।

ଏହା ସଫଳ ହେଲେ ବେଜିଂରୁ ସାଂଘାଇ ପର୍ଯ୍ୟନ୍ତ ପ୍ରାୟ ୧୨୦୦ କିଲୋମିଟର ଯାତ୍ରା ମାତ୍ର ଅଢେଇରୁ ୩ ଘଣ୍ଟାରେ ସମ୍ଭବ ହୋଇପାରିବ।

ବର୍ତ୍ତମାନ ବିମାନରେ ଏହି ଯାତ୍ରା ପାଇଁ ପ୍ରାୟ ସାଢ଼େ ୪ ଘଣ୍ଟା ଏବଂ ବୁଲେଟ୍ ଟ୍ରେନ୍‌ରେ ପ୍ରାୟ ସାଢ଼େ ୫ ଘଣ୍ଟା ସମୟ ଲାଗୁଛି।

ତେବେ ଚୀନ୍ ପାଖରେ ଏହି ଟ୍ରେନ୍‌କୁ ୬୦୦ କିମି ବେଗରେ ପରୀକ୍ଷା କରିବା ପାଇଁ ଆବଶ୍ୟକ ଦୀର୍ଘ ଟେଷ୍ଟ ଟ୍ରାକ୍ ଏବେ ଉପଲବ୍ଧ ନାହିଁ।

ତେଣୁ ଏହାର ସର୍ବାଧିକ ବେଗ ଏଯାଏଁ ପରୀକ୍ଷଣ ଦ୍ୱାରା ପ୍ରମାଣିତ ହୋଇନାହିଁ।

କେମିତି ଚାଲେ ମ୍ୟାଗ୍ଲେଭ୍ ଟ୍ରେନ୍?

ମ୍ୟାଗ୍ଲେଭ୍ ଟ୍ରେନ୍‌ର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହା ପାରମ୍ପରିକ ଟ୍ରେନ୍ ଭଳି ଚକ ଦ୍ୱାରା ରେଳ ଧାରଣା ଉପରେ ଗଡ଼େ ନାହିଁ।

ଏହା ଶକ୍ତିଶାଳୀ ଚୁମ୍ବକୀୟ ଶକ୍ତି ସାହାଯ୍ୟରେ ଟ୍ରାକ୍‌ଠାରୁ କିଛି ଉପରେ ଭାସି ଚାଲିଥାଏ।

ଜାପାନର L0 ସିରିଜ୍ ଓ ଚୀନ୍‌ର CRRC 600 ଟ୍ରେନ୍‌ରେ ସୁପରକଣ୍ଡକ୍ଟିଂ ମ୍ୟାଗ୍ଲେଭ୍ (EDS) ଟେକ୍ନୋଲୋଜି ବ୍ୟବହାର କରାଯାଉଛି।

ଏଥିରେ ଟ୍ରେନ୍‌ରେ ଲାଗିଥିବା ଚୁମ୍ବକ ଓ ରେଳ ଟ୍ରାକ୍‌ରେ ଥିବା କଏଲ୍‌ ମଧ୍ୟରେ ଚୁମ୍ବକୀୟ ଶକ୍ତି ସୃଷ୍ଟି ହୁଏ।

ଫଳରେ ଟ୍ରେନ୍‌ଟି ଟ୍ରାକ୍‌ଠାରୁ ଉପରକୁ ଉଠି ଯାଇଥାଏ।

ଜାପାନର L0 ଟ୍ରେନ୍ ପ୍ରାୟ ୧୫୦ କିମି ବେଗ ପର୍ଯ୍ୟନ୍ତ ଚକ ଉପରେ ଚାଲିଥାଏ।

ଏହାପରେ ଟ୍ରାକ୍‌ଠାରୁ ପ୍ରାୟ ୧୦ ସେଣ୍ଟିମିଟର ଉପରକୁ ଉଠି ଚୁମ୍ବକୀୟ ଶକ୍ତିରେ ଆଗକୁ ବଢ଼ିଥାଏ।

ଏହି ଟେକ୍ନୋଲୋଜି ଯୋଗୁଁ ଚକ ଓ ରେଳ ଧାରଣା ମଧ୍ୟରେ ଘର୍ଷଣ କମିଥାଏ ଏବଂ ଅତ୍ୟଧିକ ବେଗରେ ଟ୍ରେନ୍ ଚଳାଇବା ସମ୍ଭବ ହୋଇଥାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)