World athletics: ଆଜି ବିଶ୍ବ ଦୌଡ଼କୁଦର ମହାଦେଶୀୟ ଲଢ଼େଇ

Aug 22, 2026 - 05:52
World athletics: ଆଜି ବିଶ୍ବ ଦୌଡ଼କୁଦର ମହାଦେଶୀୟ ଲଢ଼େଇ

"ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ହେବ ବିଶ୍ବ କଣ୍ଟିନେଣ୍ଟାଲ୍ ଟୁର୍ (ରୌପ୍ୟ) ଦୌଡ଼କୁଦ ପ୍ରତିଯୋଗିତା।

ଭାରତ ସହିତ ୧୨ ଏସୀୟ ଦେଶ, ମୋଟ ୨୩ ଦେଶରୁ ୧୮୭ ଖେଳାଳି ଏହି ମହାଦେଶୀୟ ଲଢ଼େଇରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି।

ପୁରୁଷ ଓ ମହିଳା ବର୍ଗରେ ସମାନ ୯ ଲେଖାଏଁ ‌ମୋଟ ୧୮ ଇଭେଣ୍ଟ୍‌ରେ ଏହାର ପ୍ରତିଦ୍ବନ୍ଦ୍ବିତା ହେବ।

ଭାରତରୁ ୮୮ ଜଣ ଅଂଶଗ୍ରହଣ କରୁଥିବାବେଳେ ଓଡ଼ିଶାରୁ ଅଛନ୍ତି ୬ ଜଣ।

Advertisment Education: ନିସ୍‌ ଇନଷ୍ଟିଚ୍ୟୁଟ୍‌ର ସ୍ବାଗତ ଉତ୍ସବ ଏସୀୟ କ୍ରୀଡ଼ା ପୂର୍ବରୁ ପ୍ରସ୍ତୁତି ପଥରେ ଥିବା ଅନିମେଷ କୁଜୁରଙ୍କ ବ୍ୟତୀତ ବାପି ହାଁସଦା (ପୁରୁଷ ୮୦୦ ମିଟର), ସ୍ବାଧୀନ କୁମାର ମାଝୀ (ପୁରୁଷ ୮୦୦ ମିଟର), କିଶୋର କୁମାର ଜେନା (ପୁରୁଷ ଜାଭଲିନ), ଶ୍ରାବଣୀ ନନ୍ଦ (ମହିଳା ୧୦୦ ମିଟର) ଓ ପ୍ରଜ୍ଞାପ୍ରଶାନ୍ତି ସାହୁ (ମହିଳା ୧୦୦ ମିଟର ହର୍ଡଲ୍‌ସ)ଙ୍କ ଉପରେ ରହିବ ସ୍ଥାନୀୟ ପ୍ରଶଂସକଙ୍କ ନଜର।।

ବାପି ଏହି ପ୍ରତିଯୋଗିତାରେ ପଦାର୍ପଣ କରିବେ।

ଭାରତୀୟ ତାରକାଙ୍କ ମଧ୍ୟରେ ସ୍ପ୍ରିଣ୍ଟର୍‌ ଗୁରିନ୍ଦରବୀର ସିଂହ, ଜ୍ୟୋତି ୟାରାଜୀ, ସଟ୍‌ ପୁଟର୍‌ ତଜିନ୍ଦରପାଲ ସିଂହ ତୁରଙ୍କ ଉପରେ ନିଶ୍ଚିତ ନଜର ରହିବ।

କଳିଙ୍ଗ ଷ୍ଟାଡିୟମ୍‌ରେ ଏହି ବିଶ୍ବସ୍ତରୀୟ ଆକ୍ସନକୁ  ଉପଭୋଗ କରିବା ପାଇଁ ଦର୍ଶକଙ୍କ ପାଇଁ ଦେୟମୁକ୍ତ କରିଦିଆଯାଇଛି।

ଅପରାହ୍ଟ ୪ଟାରୁ ଆରମ୍ଭ କରି ରାତି ୮ଟା ପର୍ଯ୍ୟନ୍ତ ଏହାର ଲଢ଼େଇ ଚାଲିବ।

Neglect: ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ଭିତ୍ତିଭୂମିର ହେଉନି ସୁଧାର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)