Gandhi's view: ଗାନ୍ଧୀ ଦୃଷ୍ଟି: ‘ଡିଅର ଟଲଷ୍ଟୟ, ୟର୍ସ ଗାନ୍ଧୀ’

Aug 22, 2026 - 05:36
Gandhi's view: ଗାନ୍ଧୀ ଦୃଷ୍ଟି: ‘ଡିଅର ଟଲଷ୍ଟୟ, ୟର୍ସ ଗାନ୍ଧୀ’

""ଡିଅର ଟଲଷ୍ଟୟ, ୟର୍ସ ଗାନ୍ଧୀ" ହେଉଛି ଏକ ବହିର ନାଁ।

ଏହା ଏକ ଐତିହାସିକ ଚରିତ୍ର ଉପନ୍ୟାସ।

ବହିଟି ଲେଖିଛନ୍ତି ଇସ୍ରାଏଲୀ ଲେଖକ ତଥା ପ୍ରସିଦ୍ଧ ଚିତ୍ରକର ଜୋନାଥନ କିସ୍-ଲେଭ୍।

ବହିର ମୁଖ୍ୟ ଚରିତ୍ରରେ ଅଛନ୍ତି ଲିଓ ଟଲଷ୍ଟୟଙ୍କ ବଡ଼ ଝିଅ କୁମାରୀ ଟାଟିଆନା ଟଲଷ୍ଟୟ।

ଟାଟିଆନା ଏଥିରେ ନିଜ ଜୀବନ କାହାଣୀ ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କ ଜୀବନ କିପରି ତାଙ୍କ ବାପା ଟଲଷ୍ଟୟ ଓ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କ ଦ୍ୱାରା ପ୍ରଭାବିତ ହୋଇଛି, ତା"ର ଉଲ୍ଲେଖ କରିଛନ୍ତି।

ଟାଟିଆନା କହନ୍ତି, ଟଲଷ୍ଟୟ ଓ ଗାନ୍ଧୀଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା ୧୯୦୯ ମସିହା ଅକ୍‌ଟୋବର ୧ ତାରିଖରେ, ଗାନ୍ଧୀ ଟଲଷ୍ଟୟଙ୍କ ପାଖକୁ ଲେଖିଥିବା ଏକ ଚିଠିରୁ।

ଭାରତର ସେବର ଜଣେ ଅପେକ୍ଷାକୃତ ଅଜଣା ଯୁବ ଓକିଲଙ୍କର ଚିଠିର ସମ୍ବୋଧନ ଏବଂ ଇତି ଖୁବ୍ ଆତ୍ମିକ ଲାଗିଥିଲା ତତ୍କାଳୀନ ପୃଥିବୀର ସର୍ବଶ୍ରେଷ୍ଠ ତଥା ବରିଷ୍ଠ ସାହିତ୍ୟିକ ଟଲଷ୍ଟୟଙ୍କୁ।

ଗାନ୍ଧୀଙ୍କୁ କେବେ ଦେଖି ନଥିଲେ ବି ଗାନ୍ଧୀଙ୍କ ଅହିଂସା ଓ ସ୍ୱାର୍ଥହୀନ ତ୍ୟାଗର ପ୍ରଶଂସକ ଥିଲେ ଟଲଷ୍ଟୟ ଏବଂ ସଂଗ୍ରାମ ପାଇଁ ଟଲଷ୍ଟୟଙ୍କ ନିଷ୍କ୍ରିୟ ପ୍ରତିରୋଧ (ପାସିଭ୍ ରେଜିଷ୍ଟାନ୍‌ସ) ଓ ପ୍ରେମ ତତ୍ତ୍ବକୁ ଆପଣାଇ ପ୍ରୟୋଗ କରିଥିଲେ ଗାନ୍ଧୀ।

ଉଭୟଙ୍କ ଭିତରେ ସମ୍ପର୍କର ସେତୁ ଥିଲେ ଟାଟିଆନା।

ଟାଟିଆନା ଗାନ୍ଧୀଙ୍କ ଚିଠିକୁ ରୁଷୀୟ ଭାଷାରେ ଅନୁବାଦ କରି ଟଲଷ୍ଟୟଙ୍କୁ ଶୁଣେଇ ଦେଉଥିଲେ ଏବଂ ଟଲଷ୍ଟୟଙ୍କ ଚିଠିକୁ ଇଂରେଜୀରେ ଅନୁବାଦ କରି ଗାନ୍ଧୀଙ୍କ ପାଖକୁ ପଠେଇ ଦେଉଥିଲେ।

Advertisment Women entrepreneurs Odisha: ମହିଳା ଉଦ୍ୟୋଗୀଙ୍କ ପାଇଁ "ଉଦ୍ୟମୀ ଶକ୍ତି" ଗାନ୍ଧୀଜୀଙ୍କ ସହ ଟାଟିଆନାଙ୍କ ପ୍ରଥମ ସାକ୍ଷାତ ହୋଇଥିଲା ଇଟାଲିର ରାଜଧାନୀ ରୋମରେ, ୧୯୩୧ ମସିହା ଡିସେମ୍ବର ୧ ୩ ତାରିଖରେ।

ଛୋଟିଆ ଆପାର୍ଟମେଣ୍ଟର ବଖୁରିଆ କୋଠରି ଭିତରେ ଗାନ୍ଧୀଙ୍କୁ ସ୍ୱାଗତ ଜଣାଇ ଟାଟିଆନା କହିଥିଲେ, “ଆପଣଙ୍କୁ ଦେଖିବାକୁ ବହୁ ଦିନରୁ ସୁଯୋଗ ଖୋଜୁଥିଲି।

ବାପା ଥିଲେ ଭାରତର ସ୍ୱାଧୀନତା ପାଇଁ ଆପଣଙ୍କର ଅହିଂସ ଆନ୍ଦୋଳନ ଦେଖି ନିଶ୍ଚୟ ଖୁସି ହୋଇଥାଆନ୍ତେ।"" ଗାନ୍ଧୀଜୀ ପ୍ରଶ୍ନ କଲେ, “ଟାଟିଆନା, ମୁଁ ଶୁଣିଥିଲି, ରୋମାଁ ରୋଲାଁଙ୍କ ସହ ତୁମର ଭଲ ବନ୍ଧୁତ୍ୱ ଥିଲା।

ଏବେ କେମିତି?

ଟଲଷ୍ଟୟଙ୍କ ପରେ ରୋମାଁ ରୋଲାଁ ହିଁ ୟୁରୋପର ବର୍ତ୍ତମାନର ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ୱ।

ସେ ବି ବୟସ୍କ ହୋଇଗଲେଣି।

ସମ୍ପର୍କ ରଖିଲେ ଆଶୀର୍ବାଦ ପାଇବ।"" ଟାଟିଆନା ଉତ୍ତର ଦେଲେ, “ମୁଁ ଗତ ଦୁଇ ବର୍ଷ ହେଲା ରୋମାଁ ରୋଲାଁଙ୍କୁ ଆଉ କିଛି ଚିଠି ଦେଇନି।

ତାଙ୍କ ପ୍ରତି ମୋର ବହୁତ ଭକ୍ତି ଥିଲା।

ମୋ ବାପାଙ୍କ ଉପରେ ସେ ଭଲ ବହିଟିଏ ଲେଖିଛନ୍ତି।

ଯୁଦ୍ଧକୁ ସେ ସାହସର ସହ ବିରୋଧ କରିଥିଲେ।

କିନ୍ତୁ ଯେତେବେଳେ ସେ ଏବେ ବଲସେଭିଜିମକୁ ସମର୍ଥନ କରି ଲେଖା ଲେଖିଲେ, ମୁଁ ତାକୁ ଗ୍ରହଣ କରି ପାରି ନଥିଲି।

ମୁଁ ବଲସେଭିକମାନଙ୍କୁ ସମର୍ଥନ କରେନି।

ସେମାନେ ଲକ୍ଷ୍ୟ ହାସଲ ପାଇଁ ବାଟ ଯେତେ ଅପବିତ୍ର ହେଲେବି ତାକୁ ଯଥାର୍ଥ ବୋଲି କହନ୍ତି।

ମୁଁ ୟାକୁ ବିରୋଧ କରେ।

ଏହା ଯେ ଗାନ୍ଧୀ ଆଦର୍ଶ ନୁହେଁ, ମୁଁ କହେ।

ଆପଣ ଯଦି ଚାହାନ୍ତି, ମୁଁ ରୋମାଁ ରୋଲାଁଙ୍କ ପାଖକୁ ପୁଣି ଚିଠି ଦେବି ଏବଂ ପଚାରିଲେ ଆପଣଙ୍କ ନାଁ କହିବି।"" ଟାଟିଆନାଙ୍କ ନିଷ୍ପାପ ସରଳତା ଗାନ୍ଧୀଙ୍କୁ ଭଲ ଲାଗିଥିଲା।

ଟାଟିଆନା ସାଇତି ରଖିଥିବା ଗାନ୍ଧୀ-ଟଲଷ୍ଟୟ ପତ୍ରାଳାପର ମୂଳ ଚିଠିକୁ ଗାନ୍ଧୀ ଦେଖିଲେ।

ଗାନ୍ଧୀ ଲେଖିଥିବା ପ୍ରଥମ ଚିଠି ଠିକ୍ ଥିଲା ଏମିତି-“ଡିଅର ସାର, ନିଷ୍କ୍ରିୟ ପ୍ରତିରୋଧ (ପାସିଭ୍ ରେଜିଷ୍ଟାନ୍‌ସ) ନେଇ ଆପଣଙ୍କ ଲେଖା ସବୁ ମୁଁ ପଢ଼ିଛି।

ଏ ଲେଖା ମୋ ଉପରେ ଅନେକ ପ୍ରଭାବ ପକାଇଛି। “ଗତ ୩ ବର୍ଷ ଧରି ଦକ୍ଷିଣ ଆଫ୍ରିକାର ଟ୍ରାନ୍‌ସବାହାଲରେ ଥିବା ଆମେ ବ୍ରିଟିସ ଭାରତୀୟମାନେ ସେଠାର ବର୍ଣ୍ଣବୈଷମ୍ୟ ନୀତିକୁ ଆଧାର କରି ତିଆରି ହୋଇଥିବା ଏକ ଅନୁଚିତ ଆଇନ ବିରୁଦ୍ଧରେ ଏକ ଅହିଂସ ଆନ୍ଦୋଳନ କରୁଛୁ।

ଟ୍ରାନ୍‌ସବାହାଲରେ ଥିବା ବ୍ରିଟିସ ଭାରତୀୟଙ୍କ ସଂଖ୍ୟା ଏବେ ତେର ହଜାରରୁ ଅଧିକ।

ସେଥିରୁ ପ୍ରାୟ ଅଢ଼େଇ ହଜାର ଭାରତୀୟ ଜେଲ ଯାଇ ସାରିଲେଣି।

ଏମାନଙ୍କ ଅଧିକାଂଶ ଗରିବ ଶ୍ରେଣୀର।

କୁଲି, ଶ୍ରମିକ, ଛୋଟ ଛୋଟ ବ୍ୟବସାୟ କରି ଏମାନେ ଜୀବିକା ନିର୍ବାହ କରନ୍ତି।

ଜେଲ ଯାଉଥିବା ବ୍ୟକ୍ତିଙ୍କ ପରିବାରର ସ୍ତ୍ରୀ ପିଲାଙ୍କୁ ଆମେ ଚାନ୍ଦା ଦେଇ ବଞ୍ଚେଇ ରଖିଛୁ। “ଭାରତରେ ଚାଲିଥିବା ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନ କରି ଆପଣ ଲେଖିଥିବା ଏକ ଚିଠି ଭାରତର ଏକ ସ୍ଥାନୀୟ ଖବରକାଗଜ "ହିନ୍ଦୁ"ରେ ପ୍ରକାଶ ପାଇଛି।

ମୋର ବନ୍ଧୁମାନେ ଆପଣଙ୍କ ଲେଖାକୁ ଅନୁବାଦ କରି ଏହାର କୋଡ଼ିଏ ହଜାର କପି ଛାପି ଦକ୍ଷିଣ ଆଫ୍ରିକାରେ ବାଣ୍ଟିବାକୁ ଚାହାନ୍ତି।

ଆମ ପାଖରେ କିନ୍ତୁ ଆପଣଙ୍କ ଚିଠିର ମୂଳ କପି ନାହିଁ।

ପ୍ରକାଶିତ ଆପଣଙ୍କ ଲେଖାକୁ ଛାପି ଦେଲେ କିଛି ଅସୁବିଧା ଅଛି କି ନା, ଆମେ ଜାଣିବାକୁ ଚାହୁଁ।"" Protest: ଯନ୍ତର-ମନ୍ତରରେ "ଆରକ୍ଷଣ ହଟାଅ" ଆନ୍ଦୋଳନ, ୟୁଜିସି ନିୟମକୁ ନେଇ ବିକ୍ଷୋଭ  ଗାନ୍ଧୀ ତାଙ୍କ ଚିଠିରେ ଟଲଷ୍ଟୟଙ୍କୁ ଲେଖିଥିଲେ, “କୌଣସି "ଅବତାର ତତ୍ତ୍ବ"କୁ ଗ୍ରହଣ ନକରିବାକୁ ଆପଣ ଆପଣଙ୍କ ଲେଖାରେ ପରାମର୍ଶ ଦେଇଛନ୍ତି।

ଆମେ ଭାରତୀୟମାନେ କିନ୍ତୁ ଈଶ୍ୱରଙ୍କ ଅବତାର ଉପରେ ବିଶ୍ୱାସ ରଖୁ।

ଆପଣ ଯଦି ଅନୁମତି ଦେବେ, ଆପଣଙ୍କ ଚିଠି ପୁନଃ ଛାପିଲା ବେଳେ ସେ "ଅବତାର" ଶବ୍ଦଟି ବାଦ ଦେଇଦେବୁ।"" ଗାନ୍ଧୀଙ୍କ ଚିଠିର ଶେଷ କଥା ଟି ଥିଲା, “ମୁଁ ଆପଣଙ୍କ ପ୍ରତି ଅଜଣା।

ଆପଣଙ୍କ ମୂଲ୍ୟବାନ ସମୟ ନଷ୍ଟ ନକରିବା ମୋର କର୍ତ୍ତବ୍ୟ।

ମୁଁ କିନ୍ତୁ ଭାବେ, ସତ୍ୟର ଅନ୍ବେଷଣ କରିବା ପାଇଁ ମୋର ସ୍ୱାଧୀନତା ଅଛି।ଆପଣଙ୍କର, ଏମ୍ କେ ଗାନ୍ଧୀ।"" ଗାନ୍ଧୀଙ୍କ ଚିଠିର ଉତ୍ତରରେ ଟଲଷ୍ଟୟ ତୁରନ୍ତ ଏକ ଚିଠି ଲେଖି କହିଲେ, “ମିଷ୍ଟର ଗାନ୍ଧୀ, ତୁମ ଚିଠି ପଢ଼ି ମୁଁ ବହୁତ ଆନନ୍ଦ ପାଇଛି। "ହିନ୍ଦୁ"ରେ ପ୍ରକାଶିତ ଚିଠିଟି ତୁମେ ଛାପିପାର।

ଅବତାରବାଦ ନେଇ ମୋ ମତ ଅପରିବର୍ତ୍ତିତ।

ଅବତାରଠାରୁ ମୁଁ ଆତ୍ମାକୁ ଗୁରୁତ୍ୱ ଦିଏ।

ଅମର ବୋଲି ଗ୍ରହଣ କରେ।

ତୁମ ସହିତ ମୁଁ ଅଧିକ ସମ୍ପର୍କ ରଖିଲେ ଖୁସି ହେବି।

ତୁମେ ମୋର ଭାଇ।

ଶୁଭେଚ୍ଛା ଜଣାଉଛି।""ଗାନ୍ଧୀ-ଟଲଷ୍ଟୟ ସମ୍ପର୍କର ଏକ ଅମ୍ଳାନ ପ୍ରତୀକ ହେଉଛି "ଡିଅର ଟଲଷ୍ଟୟ, ୟର୍ସ ଗାନ୍ଧୀ।"(ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୮୬୧୪୬୯୩୨୮"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)