Indian Railways: ଟ୍ରେନ୍‌ରେ ଯାତ୍ରା କରୁଥିଲେ ସାବଧାନ! ମୋବାଇଲ୍‌ ବ୍ୟବହାରକୁ ନେଇ ରେଳବାଇର ନୂଆ ନିର୍ଦ୍ଦେଶ

Oct 19, 2026 - 21:20
Indian Railways: ଟ୍ରେନ୍‌ରେ ଯାତ୍ରା କରୁଥିଲେ ସାବଧାନ! ମୋବାଇଲ୍‌ ବ୍ୟବହାରକୁ ନେଇ ରେଳବାଇର ନୂଆ ନିର୍ଦ୍ଦେଶ

"ଚେନ୍ନାଇ: ଏବେ ଟ୍ରେନ୍‌ରେ ଯାତ୍ରା କରୁଥିଲେ ଅଥବା ରେଳବାଇ ପରିସରରେ ବଡ଼ପାଟିରେ କଥାବାର୍ତ୍ତା କଲେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇପାରନ୍ତି।

ମୋବାଇଲ୍‌ ସ୍ପିକରର ଅଡିଓ-ଭିଡିଓ ଚଲାଇବା ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇପାରେ।

କାରଣ ରେଳବାଇ ତରଫରୁ ଏକ ବଡ଼ ଚେତାବନୀ ଜାରି କରାଯାଇଛି।

ଯଦି କୌଣସି ଯାତ୍ରୀ ଏଭଳି ଆଚରଣ କରନ୍ତି, ତା"ହେଲେ ଜରିମାନା ଦେବାକୁ ପଡ଼ିବ।

ଏଥି ସହିତ ଯାତ୍ରୀଙ୍କୁ ୬ମାସ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ମିଳିପାରେ।

Advertisment ଦକ୍ଷିଣ-ପଶ୍ଚିମ ରେଳପଥ ନିଜର ସମସ୍ତ ଡିଭିଜନକୁ ନିର୍ଦ୍ଦେଶ ମଧ୍ୟ ଏନେଇ ଆଦେଶ ଜାରି କରିଛି।

ଏଥିରେ କୁହାଯାଇଛି ଯେ, ଯାତ୍ରୀମାନେ ମୋବାଇଲ ଫୋନ୍‌ରେ ବଡ଼ପାଟିରେ କଥାବାର୍ତ୍ତା କରିବା ଏବଂ ସ୍ପିକର ଅଡିଓ-ଭିଡିଓ ଚଳାଇବା ବିରୋଧରେ ସଚେତନତାବାର୍ତ୍ତା ଦିଆଯାଉ।

ଯଦି ଯାତ୍ରୀମାନେ ଆଦେଶ ପାଳନ ନକରନ୍ତି ତା"ହେଲେ ରେଳବାଇର ଧାରା ୧୪୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ଶିକାର ହେବେ।

ଏହି ନିୟମ ଅନୁଯାୟୀ ଅଭିଯୁକ୍ତଙ୍କୁ ୧୦୦୦ ଟଙ୍କା ଜରିମାନା ଏବଂ ୬ମାସର ଜେଲ୍‌ଦଣ୍ଡ ବ୍ୟବସ୍ଥା ଅଛି।

RRC NWR Apprentice Recruitment: ରେଳବାଇରେ ପୁଣି ଏକ ନୂଆ ଚାକିରିର ସୁଯୋଗ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଯାତ୍ରୀମାନଙ୍କ ଯାତ୍ରା ଆରାମଦାୟକ କରିବା ଉଦ୍ଦେଶ୍ୟରେ ଏହି ଚେତାବନୀ ଜାରି କରାଯାଇଛି।

୨୦୨୬ ଅକ୍ଟୋବର ୬ରେ ଜାରି ହୋଇଥିବା ଏହି ନିର୍ଦ୍ଦେଶ ଚେନ୍ନାଇସ୍ଥିତ ଦକ୍ଷିଣ ରେଳପଥ ମୁଖ୍ୟାଳୟ ନିଜର ସମସ୍ତ ଡିଭିଜନଙ୍କୁ କହିଛି ଯେ, ଯାତ୍ରୀମାନଙ୍କୁ ସଚେତନ ରହିବା ପାଇଁ କୁହାଯାଉ।

କାରଣ ଏହିଭଳି ବ୍ୟବହାର ଦ୍ବାରା ଅନ୍ୟମାନଙ୍କୁ ଅସୁବିଧା ହୋଇଥାଏ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)