FTA: ନ୍ୟୁଜିଲାଣ୍ଡ ସହିତ ବୁଝାମଣାରୁ ଭାରକୁ କ’ଣ ମିଳିବ? ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ

Oct 19, 2026 - 18:26
FTA: ନ୍ୟୁଜିଲାଣ୍ଡ ସହିତ ବୁଝାମଣାରୁ ଭାରକୁ କ’ଣ ମିଳିବ? ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ

"ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ବୁଝାମଣା (ଏଫ୍‌ଟିଏ) ଆଜି ଠାରୁ ଲାଗୁ ହୋଇଛି।

ଏହି ଅବସରରେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ଆଜିର ଦିନଟି ବହୁତ ଶୁଭ ଦିନ।

ନବରାତ୍ରିର ନବମ ଦିନ ଏବଂ ଭାରତରେ ଏହି ୯ଦିନ ବୋଧେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ।

ସଂଯୋଗ ବଶତଃ ନ୍ୟୁଜିଲାଣ୍ଡ ସହିତ ମୁକ୍ତ ବାଣିଜ୍ୟ ବୁଝାମଣା ଲାଗୁ କରିବା ପାଇଁ ଏହାଠାରୁ ଆଉ ଭଲ ଦିନ ହୋଇ ନପାରେ।

ଆମେ ଦଶହରା ଅବସରରେ ଏହାକୁ ଆରମ୍ଭ କରିବା।

ମୁଁ ଭାବୁଛି ଉଭୟ ପକ୍ଷ ଦ୍ବାରା ପ୍ରସ୍ତୁତ କରାଯାଇଥିବା ମହତ୍ବାକାଂକ୍ଷୀ ଯୋଜନାଗୁଡ଼ିକର ଭବିଷ୍ୟତ ପାଇଁ ଏହା ଏକ ଭଲ ସଂକେତ।

Advertisment ଆୟୋଜିତ ସମାରୋହରେ କେନ୍ଦ୍ରୀୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ଏହି ବୁଝାମଣାର ସଫଳତା ଏହି ଆଧାରରେ ବୁଝାଯାଇ ପାରିବ ଯେ, ଏହା କେତେ ସୁଯୋଗ ସୃଷ୍ଟି କରିବ।

ଏହା ଦ୍ବାରା ଭାରତ ଏବଂ ନ୍ୟୁଜିଲାଣ୍ଡର ଲୋକଙ୍କ ଜୀବନରେ କ"ଣ ପରିବର୍ତ୍ତନ କରିବ।

କେନ୍ଦ୍ରମନ୍ତ୍ରୀ ଗୋୟଲ କହିଛନ୍ତି, ନ୍ୟୁଜଲାଣ୍ଡର ବଜାରରେ ୧୦୦ ପ୍ରତିଶତ ଟିକସ ମୁକ୍ତ ପହଞ୍ଚିଥିବା ଆମର ବିଶେଷଜ୍ଞମାନେ ଏମ୍‌ଏସ୍‌ଏମ୍‌ଇ, କାରିଗର, ଚାଷୀ ଏବଂ ମହିଳା ବ୍ୟବସାୟୀମାନଙ୍କ ପାଇଁ ବଡ଼ ଅବସର ପାଇବେ।

ଆମର କୃଷି ଏବଂ ଖାଦ୍ୟ ପ୍ରଶସ୍ତୀକରଣ ବିଭାଗ, ଫଳ-ପନିପରିବା, କଫି, ମସଲା, ଖାଦ୍ୟଶସ୍ୟ ଏବଂ ରିଫାଇନ ରପ୍ତାନୀ ବଢ଼ାଇପାରେ।

ଏଗୁଡ଼ିକ ନ୍ୟୁଜିଲାଣ୍ଡରେ ଅଭାବ ରହିଛି।

ଚୀନ୍‌ ଉପରେ ଆମେରିକା କ୍ଷୁବ୍ଧ, ଦ୍ବିତୀୟ ପର୍ଯ୍ୟାୟ ବାଣିଜ୍ୟ ବୁଝାମଣା ଅଟକିଲା ଗୋୟଲ କହିଛନ୍ତି, ଏହି ବୁଝାମଣା ସମୟରେ ଭାରତରେ ୨୦ ମିଲିୟନ ଡଲାର ନିବେଶ ଆସିବ।

ଏହା ଦ୍ବାରା ଭିତ୍ତିଭୂମି, କୃଷି ଆଦି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବ।

ଏକ ସଫଳ ମୁକ୍ତ ବାଣିଜ୍ୟ ବୁଝାମଣାକୁ ସନ୍ତୁଳିତ, ପାରସ୍ପରିକ ଏବଂ ଉଭୟ ବୁଝାମଣା ପାଇଁ ସମାନ ଭାବରେ ଲାଭକାରୀ ହୋଇଥାଏ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)