Sevashram: ସେବାଶ୍ରମରେ ଛାତ୍ରଙ୍କୁ ନିସ୍ତୁକ ମାଡ଼, ଉତ୍ତେଜନା
"ବଡ଼ଗାଁ: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍ ଜରଙ୍ଗଲୋଇଠାରେ ଥିବା ଦେଓକରଣପୁର ହାଇସ୍କୁଲର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନବମ ଶ୍ରେଣୀର ୪ ଜଣ ଛାତ୍ର ନିସ୍ତୁକ ମାଡ଼ ମାରି ଆହତ କରିଥିବା ଅଭିଯୋଗ ହୋଇଛି।
ଆହତ ଛାତ୍ରଙ୍କ ପରିବାର ଲୋକଙ୍କୁ ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ସୂଚନା ନଦେବା ଏବଂ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇନଥିବା ଭଳି ଗୁରୁତର ଅଭିଯୋଗ କରି ପରିବାର ଓ ଗ୍ରାମବାସୀ ସ୍କୁଲକୁ ଆସି ପ୍ରବଳ ଅସନ୍ତୋଷ ପ୍ରକାଶ କରିଥିଲେ।
ଘଟଣାସ୍ଥଳରେ ସ୍ଥାନୀୟ ସମିତିସଭ୍ୟାଙ୍କ ସମେତ ୫୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ପହଞ୍ଚି ଏହି ଘଟଣା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ପାଟିତୁଣ୍ଡ କରିବାରୁ ଉତ୍ତେଜନା ଦେଖାଦେଇଥିଲା।
Advertisment Father's teachings: କଥାଟିଏ-ଯାଯାବର: ବାପାଙ୍କ ଶିକ୍ଷା ପୀଡ଼ିତ ଛାତ୍ରଙ୍କ ବାପା ବାଇବାଇ ଗ୍ରାମର ମନ ଲାକ୍ରା ଓ ମା" ଲକ୍ଷ୍ମୀ ଲାକ୍ରାଙ୍କ କହିବାନୁସାରେ, ଗୁରୁବାର ଦିନ ନବମଶ୍ରେଣୀର ପିଲାମାନେ ମାଡ଼ ମାରିବାରୁ ତାଙ୍କ ପୁଅର ଜଙ୍ଘ, ପିଠି ସମେତ ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିଲା।
ବିଳମ୍ବରେ ଖବର ପାଇ ସେମାନେ ଆହତ ପୁଅକୁ ୧୦୮ ଆମ୍ବୁଲାନ୍ସରେ ବଡ଼ଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିବା କହିଛନ୍ତି।
ଏ ସଂକ୍ରାନ୍ତରେ ପୁଲିସକୁ ମଧ୍ୟ ସୂଚନା ଦେଇଥିବା କହିଛନ୍ତି।
ଘଟଣା ସମ୍ପର୍କରେ ହଷ୍ଟେଲ ଅଧୀକ୍ଷକ ଦୀପ୍ତିମୟୀ ମେହେରଙ୍କୁ ପଚାରିବାରୁ ପିଅନଙ୍କ କଥାରେ ପଡ଼ି ଆହତ ଛାତ୍ରଙ୍କୁ ଡାକ୍ତରଖାନା ନିଆନଯିବା ଏବଂ ଅବହେଳା ହୋଇଥିବା ସ୍ୱୀକାର କରିଥିଲେ।
ବଡ଼ଗାଁ ଡବ୍ଲୁଇଓ ଦିଲୀପ ମାଝୀ ଘଟଣା ସମ୍ପର୍କରେ ପଚାରି ବୁଝିଥିବା ଜଣାପଡ଼ିଛି।
ଘଟଣାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଅଭିଭାବକମାନେ ଦାବି କରିଛନ୍ତି l Neglect: ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ଭିତ୍ତିଭୂମିର ହେଉନି ସୁଧାର"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

