Workshop: ହରିପୁରରେ ୩ ଦିନିଆ ଗୁରୁଦିବସ କର୍ମଶାଳା

Sep 09, 2026 - 00:52
Workshop: ହରିପୁରରେ ୩ ଦିନିଆ ଗୁରୁଦିବସ କର୍ମଶାଳା

"କାଳିଆପାଣି: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ହରିପୁର ଭାରତୀ ବିହାର ଉଚ୍ଚ ମାଧ୍ୟମିକ ସ୍କୁଲ ଛାତ୍ର ସଂସଦ ପକ୍ଷରୁ ଅଭ୍ୟର୍ଥନା ଗୃହରେ ୩ ଦିନିଆ ଗୁରୁଦିବସ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଅଧ୍ୟକ୍ଷ ନନ୍ଦ କିଶୋର ଖଣ୍ଡାଇଙ୍କ ଅଧ୍ୟକ୍ଷତାରେ ଅଭ୍ୟର୍ଥନା ଗୃହରେ ପ୍ରଥମ ଦିନରେ "ଭାରତୀୟ ସଂସ୍କୃତି ଓ ଗୁରୁଶିଷ୍ୟ ପରମ୍ପରା" ଶୀର୍ଷକ ଆ‌ଲୋଚନାଚକ୍ରରେ ଅଧ୍ୟାପକ ରଞ୍ଜନ କୁମାର ନାୟକ, ମହେନ୍ଦ୍ର କୁମାର ଜେନା, ରୋଶନ କୁମାର ମଲ୍ଲିକ, ରଞ୍ଜନ କୁମାର ମଲ୍ଲିକ, ମନୋରଞ୍ଜନ ସାହୁ, ଶୁଭଶ୍ରୀ ରାଉତ ଓ ଅନିତା ମେହେର ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରାଇଥିଲେ।

Advertisment ସୋମବାର ଦ୍ବିତୀୟ ଦିନରେ "ବିଦ୍ୟାର୍ଥୀ ଜୀବନ ଗଠନରେ ଶିକ୍ଷକଙ୍କ ଭୂମିକା" ଶୀର୍ଷକ କର୍ମଶାଳାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ଟିମ୍‌ ଲିଡର ଡ.

ସତ୍ୟ ସ୍ବରୂପ ପଣ୍ଡା ମୁଖ୍ୟବକ୍ତା, ସୁକିନ୍ଦା ମହାବିଦ୍ୟାଳୟ ଅଧ୍ୟାପିକା ବିନିତା କର ଓ ସାମ୍ବାଦିକ ରବି ନାରାୟଣ କର ସମ୍ମାନିତ ଅତିଥି ତଥା ସମ୍ବଳ ଶିକ୍ଷକ ଭାବେ ପ୍ରାଚୀନ ଗୁରୁକୂଳ ପରମ୍ପରା, ବିଦ୍ୟାର୍ଥୀଙ୍କ ଅନ୍ତର୍ଜ୍ଞାନ ଓ ଆଦର୍ଶ ଆଚରଣ ଆଲୋଚନା କରିଥିଲେ।

ଶ୍ରୀମନ୍ଦିରରେ ବଦଳିବ ଦର୍ଶନ ବ୍ୟବସ୍ଥା: ଅଭ୍ୟର୍ଥନା କେନ୍ଦ୍ରରେ ତିନିପଟୁ ପଶିବେ ଭକ୍ତ ସାମ୍ବାଦିକ ଦୟାନିଧି ମହାନ୍ତ ଅତିଥି ଭାବ‌େ ଉପସ୍ଥିତ ଥିଲେ।

ଛାତ୍ରଛାତ୍ରୀମାନେ ଅନୁଭୂତି ବଖାଣିଥିଲେ।

ଆଜି ଉଦ୍‌ଯାପନୀ ଦିବସରେ "ଡ.

ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନ ଓ ଦର୍ଶନ" ବର୍ଣ୍ଣନା କରାଯାଇଥିଲା।

ଛାତ୍ର ପ୍ରତିନିଧି ଆଶୁତୋଷ ରାଉତ, ଶକ୍ତି ପ୍ରସାଦ ଦାଶ ଓ ମ‌ୋହନ ମହାନ୍ତି ଏବଂ ଛାତ୍ରୀ ପ୍ରତିନିଧି ମଧୁସ୍ମିତା ରାଉତ, ସୋନାଲି ମଲ୍ଲିକ, ସାଗରୀକା ଓଝା,ଜ୍ୟୋତିର୍ମୟୀ ପଲେଇ, ଅର୍ପିତା ନାୟକ ପ୍ରମୁଖ ସହଯୋଗ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)