Women Reservation: ମହିଳାଙ୍କୁ ନ୍ୟାୟ ଦେବାରୁ କେହି ରୋକିପାରିବେନି: ବିରୋଧୀଙ୍କୁ ମୋଦୀଙ୍କ ଟାର୍ଗେଟ
ନୂଆଦିଲ୍ଲୀ: ମହିଳାଙ୍କୁ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ଅଣାଯାଇଥିବା ସାମ୍ବିଧାନିକ ସଂଶୋଧନ ବିଲ୍ ସଂସଦରେ ପାରିତ ହେବାରେ ବିଫଳ ହେବା ପାଇଁ ପ୍ରମୁଖ ବିରୋଧୀ ଦଳ କଂଗ୍ରେସକୁ ପରୋକ୍ଷରେ ତୀବ୍ର ସମାଲେଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ମହିଳାଙ୍କୁ ରାଜନୀତିରେ ଅଧିକ ଭାଗୀଦାରି ଦେବା ଓ ସେମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାରେ କୌଣସି ଶକ୍ତି ବାଧା ସୃଷ୍ଟି କରିପାରିବ ନାହିଁ।
ଦେଶର ମହିଳା ଶକ୍ତିଙ୍କୁ ଏଭଳି ଆଶ୍ୱାସନା ଦେବା ସହ ମହିଳା ସଂରକ୍ଷଣ ବିଲ୍ ସଂସଦରେ ପାରିତ ନ ହେବା ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
Advertisment ଗୁରୁବାର ପ୍ରମୁଖ ଖବରକାଗଜଗୁଡ଼ିକରେ ପ୍ରକାଶିତ ନିଜର ଏକ ସ୍ୱତନ୍ତ୍ର ଲେଖାରେ ମୋଦୀ କହିଛନ୍ତି, ଚଳିତ ବର୍ଷ ଏପ୍ରିଲରେ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍ ପରାଜିତ ହେବା ଅତ୍ୟନ୍ତ ଲଜ୍ଜାଜନକ।
ଏହା ସମ୍ବିଧାନର ମୂଲ୍ୟବୋଧ ପ୍ରତି ବିରୋଧୀଙ୍କ ଅସମ୍ମାନକୁ ଦର୍ଶାଉଛି।
କଂଗ୍ରେସର ନାମ ନ ନେଇ ସେ ଏହି ସମାଲୋଚନା କରିଛନ୍ତି।
ମୋଦୀ କହିଛନ୍ତି, ଗଣତନ୍ତ୍ରରେ ବିରୋଧୀ ଦଳର ଏକ ନିର୍ଦ୍ଦିଷ୍ଟ ଭୂମିକା ରହିଛି।
କିନ୍ତୁ କଂଗ୍ରେସ ଏବେ ବିରୋଧୀ ଦଳ ପରିବର୍ତ୍ତେ 'ଅବରୋଧ ସୃଷ୍ଟିକାରୀ ଦଳ' ପାଲଟିଛି।
ଗଣତାନ୍ତ୍ରିକ ପ୍ରକ୍ରିୟାରେ ବାଧା ଦେବା ସମ୍ବିଧାନ ପ୍ରତି ଥିବା ଦାୟିତ୍ୱ ପାଳନର ବିକଳ୍ପ ହୋଇପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି।
୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ପ୍ରସ୍ତାବ ଉଲ୍ଲେଖଯୋଗ୍ୟ, ସମ୍ବିଧାନର ୧୩୧ତମ ସଂଶୋଧନ ବିଲ୍ରେ ଲୋକସଭା ଆସନ ସଂଖ୍ୟା ୫୪୩ରୁ ବୃଦ୍ଧି କରି ସର୍ବାଧିକ ୮୫୦ କରିବା ସହ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବାର ପ୍ରସ୍ତାବ ରହିଥିଲା।
୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ଲାଗୁ କରିବା ଲକ୍ଷ୍ୟ ରଖାଯାଇଥିଲା।
ଏଥିପାଇଁ ଲୋକସଭାରେ ଦୁଇ-ତୃତୀୟାଂଶ ସମର୍ଥନ ଆବଶ୍ୟକ ଥିବାବେଳେ ଏପ୍ରିଲରେ ସରକାର ଆବଶ୍ୟକ ସଂଖ୍ୟା ଯୋଗାଡ଼ କରିବାରେ ବିଫଳ ହୋଇଥିଲେ।
ଦେଶର ବିକାଶରେ ବାଧା ସୃଷ୍ଟି ଏହାସହିତ ମୋଦୀ ବିରୋଧୀଙ୍କ ଉପରେ ଅନ୍ୟ ପଛୁଆବର୍ଗଙ୍କ ସଂରକ୍ଷଣ ହ୍ରାସ କରିବା ଓ ମୁସଲମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଆଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି।
ଏହା ସମ୍ବିଧାନ ପ୍ରଣେତା ଡ.
ବି.ଆର୍.
ଆମ୍ବେଦକରଙ୍କ ବିଚାରଧାରାର ବିରୋଧୀ ବୋଲି ସେ କହିଛନ୍ତି।
ନିଜ ଲେଖାରେ ମୋଦୀ ନକ୍ସଲବାଦ ଦମନ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି।
ନକ୍ସଲବାଦର ଅନ୍ତ ଯୋଗୁଁ ଆଦିବାସୀ ଅଞ୍ଚଳ ସମେତ ଦେଶର ଗରିବ ଲୋକେ ଭୟମୁକ୍ତ ହୋଇ ସମ୍ବିଧାନ ପ୍ରଦତ୍ତ ଅଧିକାର ଉପଭୋଗ କରିପାରୁଛନ୍ତି ବୋଲି ସେ ଦାବି କରିଛନ୍ତି।
Winter Session: ସଂସଦର ଶୀତକାଳୀନ ଅଧିବେଶନକୁ ନେଇ ଅନିଶ୍ଚିତତା: ଡିସେମ୍ବର ପ୍ରଥମ ସପ୍ତାହରେ ଡକାଯାଇପାରେ ସ୍ବତନ୍ତ୍ର ଅଧିବେଶନ ପ୍ରଧାନମନ୍ତ୍ରୀ ପୁଣି ଥରେ ବିରୋଧୀଙ୍କୁ 'ଦିମାଗୀ ନକ୍ସଲ' କରି ଟାର୍ଗେଟ କରିଛନ୍ତି।
ସେ କହିଛନ୍ତି, ବର୍ତ୍ତମାନ ଆମ ପାଖରେ କେବଳ ''ଦିମାଗୀ ନକ୍ସଲ'' ରହିଯାଇଛନ୍ତି, ଯେଉଁମାନେ ସମୟର ବାସ୍ତବତାଠାରୁ ବହୁତ ଦୂରରେ ଅଛନ୍ତି କିନ୍ତୁ ଆମର ବିକାଶ ପଥକୁ ପଥଭ୍ରଷ୍ଟ କରିବା ପାଇଁ ସେମାନଙ୍କର ପ୍ରୟାସରେ ଅଟଳ ଅଛନ୍ତି, ଦେଶର ବିକାଶରେ ବାଧା ସୃଷ୍ଟି କରୁଥିବା ଅଭିଯୋଗକାରୀମାନଙ୍କୁ ଟାର୍ଗେଟ କରିବାକୁ ମୋଦୀ ଏହି ଶବ୍ଦ ବ୍ୟବହାର କରି କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
