Woman Dies After Hearing of Two Brothers-in-Law's Death: ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ, ଶୋକ ସହି ନପାରି ଆଖି ବୁଜିଲେ ଭାଉଜ

Nov 27, 2026 - 09:25
Woman Dies After Hearing of Two Brothers-in-Law's Death: ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ, ଶୋକ ସହି ନପାରି ଆଖି ବୁଜିଲେ ଭାଉଜ

ମୟୂରଭଞ୍ଜ ଜିଲ୍ଲାରେ ଅଭାବନୀୟ ଘଟଣା।

ଦୁର୍ଘଟଣାରେ ଦୁଇ ଦିଅରଙ୍କ ମୃତ୍ୟୁ ଖବର ଶୁଣି ଶୋକରେ ଭାଙ୍ଗିପଡ଼ି ଜୀବନ ହାରିଲେ ଜଣେ ମହିଳା।

ମୃତ ମହିଳା ହେଉଛନ୍ତି ରାସଗୋବିନ୍ଦପୁର ବ୍ଲକ୍ ନଳଗଜା ପଞ୍ଚାୟତ ନୁଣଚାଟି ଗାଁର ୩୨ ବର୍ଷୀୟା ଶ୍ରଦ୍ଧାଞ୍ଜଳି ସେନାପତି।

ସୂଚନା ଅନୁଯାୟୀ, ତାଙ୍କ ସ୍ୱାମୀଙ୍କ ଦୁଇ ମାଉସୀ ପୁଅ ଭାଇ ଓ ଅନ୍ୟ ସମ୍ପର୍କୀୟ ଏକ କାରରେ ପଶ୍ଚିମବଙ୍ଗ ଯାଇଥିଲେ।

ଫେରିବା ବାଟରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାର ପ୍ରାୟ ୨୦ ଫୁଟ୍ ତଳକୁ ଖସିପଡ଼ିଥିଲା।

ଏହି ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ ଖବର ପାଇ ଶ୍ରଦ୍ଧାଞ୍ଜଳି ଅତ୍ୟଧିକ ମାନସିକ ଆଘାତ ପାଇ କାନ୍ଦି କାନ୍ଦି ଚେତାଶୂନ୍ୟ ହୋଇପଡ଼ିଥିଲେ।

Advertisment ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ୱାମୀ ଆଶିଷ ଗିରିଙ୍କ କହିବା ଅନୁଯାୟୀ, ଶ୍ରଦ୍ଧାଞ୍ଜଳିଙ୍କର ପ୍ରାୟ ୪ରୁ ୫ ବର୍ଷ ପୂର୍ବେ ହୃଦ୍ ରୋଗ ଜନିତ ଅସ୍ତ୍ରୋପଚାର ହୋଇଥିଲା ଏବଂ ହୃଦୟରେ ଦୁଇଟି ଭାଲଭ ପ୍ରତିରୋପଣ କରାଯାଇଥିଲା।

ଏହି ଘଟଣାରେ ରାସଗୋବିନ୍ଦପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)