Woman Biker Road Accident : ମହିଳା ବାଇକରଙ୍କ ରାଗ ଶାନ୍ତ କରିବାକୁ ଯୁବକଙ୍କ ନିଆରା ଅନ୍ଦାଜ, ଗୋଲାପ ଦେଇ କହିଲେ 'ଚିଲ୍ ମାରୋ'
ସଡ଼କ ଦୁର୍ଘଟଣା ପରେ ରାସ୍ତା ମଝିରେ ଚାଲିଥିଲା ଜୋରଦାର ଯୁକ୍ତିତର୍କ।
ରାଗରେ ନିଆଁବାଣ ଥିଲେ ମହିଳା ବାଇକର।
ଏହି ସମୟରେ ହଠାତ୍ ଜଣେ ଅଜଣା ଯୁବକ ହାତରେ ଗୋଲାପ ଫୁଲ ଧରି ପହଞ୍ଚିଲେ।
ମହିଳାଙ୍କୁ ଫୁଲଟି ବଢ଼ାଇ ଦେଇ କହିଲେ 'ଚିଲ୍ ମାରୋ'।
ଯୁବକଙ୍କ ଏଭଳି ଅଜବ ଅନ୍ଦାଜ ଦେଖି ମହିଳା ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ।
ଏବେ ଏହି ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି।
Advertisment ଦୁର୍ଘଟଣା ପରେ ମହିଳାଙ୍କ ସହ ଚାଲିଥିଲା ଯୁକ୍ତିତର୍କ ଏହି ଘଟଣା ମୁମ୍ବାଇର।
କାଜଲ ନାମକ ଜଣେ ମହିଳା ବାଇକର ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ଶେୟାର କରିଛନ୍ତି।
ତାଙ୍କ ବାଇକ୍ରେ ଲାଗିଥିବା କ୍ୟାମେରାରେ ଦୁର୍ଘଟଣା ପରବର୍ତ୍ତୀ ସମସ୍ତ ଦୃଶ୍ୟ ରେକର୍ଡ ହୋଇଥିଲା।
ଭିଡିଓରେ ଦେଖାଯାଉଛି, ଦୁର୍ଘଟଣା ପରେ କାଜଲ ରାସ୍ତା ମଝିରେ ନିଜ ବାଇକ୍କୁ ଉଠାଉଛନ୍ତି।
ଏହାପରେ ଦୁର୍ଘଟଣା ପାଇଁ ଦାୟୀ ବୋଲି ଭାବୁଥିବା ଅନ୍ୟ ଗାଡ଼ିର ଚାଳକଙ୍କ ସହ ଯୁକ୍ତିତର୍କ କରୁଛନ୍ତି।
ଉଭୟଙ୍କ ମଧ୍ୟରେ କଥା କଟାକଟି ଚାଲିଥିବା ବେଳେ ହଠାତ୍ ଜଣେ ଅଜଣା ଯୁବକ ସେଠାରେ ପହଞ୍ଚିଥିଲେ।
Advertisment ମହିଳା ଜଣକ ରାଗରେ ଥିବାବେଳେ ଯୁବକ ଜଣକ ତାଙ୍କୁ ଏକ ଗୋଲାପ ଫୁଲ ଦେଇଥିଲେ।
ଏହା ସହ ଶାନ୍ତ ହେବାକୁ 'ଚିଲ୍ ମାରୋ' ବୋଲି କହିଥିଲେ।
ଏପରିକି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ହାଲୁକା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ।
ଯୁକ୍ତିତର୍କ ମଧ୍ୟରେ ଯୁବକଙ୍କ ଏଭଳି ଅପ୍ରତ୍ୟାଶିତ ବ୍ୟବହାର କାଜଲଙ୍କୁ ଚକିତ କରିଦେଇଥିଲା।
ପରେ ସେ ନିଜ ଭିଡିଓରେ ଭଏସ୍ଓଭର ଜରିଆରେ ଏହି ଅନୁଭୂତି ବଖାଣିଛନ୍ତି।
ଭିଡିଓ ଭାଇରାଲ୍, ଯୁବକଙ୍କ ଉଦ୍ଦେଶ୍ୟକୁ ନେଇ ଉଠିଲା ପ୍ରଶ୍ନ ଏହି ଭିଡିଓ ଭାଇରାଲ୍ ହେବା ପରେ ସୋସିଆଲ ମିଡିଆରେ ଦୁଇ ପ୍ରକାର ମତ ଦେଖିବାକୁ ମିଳୁଛି।
କିଛି ୟୁଜର୍ସ ଯୁବକଙ୍କ ଏହି ନିଆରା ଅନ୍ଦାଜକୁ ପ୍ରଶଂସା କରିଛନ୍ତି।
ସେମାନଙ୍କ ମତରେ, ରାଗ ଓ ଉତ୍ତେଜନା ଭିତରେ ଜଣେ ଅଜଣା ବ୍ୟକ୍ତିଙ୍କ ଏଭଳି ଛୋଟ ପ୍ରୟାସ ପରିସ୍ଥିତିକୁ ହାଲୁକା କରିପାରେ।
କିନ୍ତୁ ଅନ୍ୟ କିଛି ୟୁଜର୍ସ ଏହି ଘଟଣାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।
ସୋସିଆଲ ମିଡିଆରେ ଭ୍ୟୁଜ୍ ଓ ଲାଇକ୍ ପାଇବା ପାଇଁ ଏହା ପୂର୍ବରୁ ଯୋଜନା କରାଯାଇଥିବା ଭିଡିଓ ହୋଇପାରେ ବୋଲି କେତେକ ପ୍ରଶ୍ନ ଉଠାଇଛନ୍ତି।
ସେହିପରି କିଛି ଲୋକ ମହିଳାଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
ଜଣେ ଅଜଣା ବ୍ୟକ୍ତି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ହଠାତ୍ ନିକଟକୁ ଆସିବା ସବୁବେଳେ ନିରାପଦ ନୁହେଁ ବୋଲି ସେମାନଙ୍କ ମତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
