woman: ଘର ଭିତରୁ ମିଳିଲା ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
କାଲିମେଳା: ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ଚାଞ୍ଚଲ୍ୟ।
ମୋଟୁ ଥାନା ଅନ୍ତର୍ଗତ ଏମପିଭି 78 ଗ୍ରାମର ଜଣେ ବିବାହିତା ମହିଳା ଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରିଛି ମୋଟୁ ପୁଲିସ।
ମୃତ ମହିଳାଙ୍କ ନାଁ ସୁନୀତା ମଣ୍ଡଳ (୨୫) ବୋଲି ଜଣା ପଡିଛି।
ମୃତ ମହିଳାଙ୍କ ଭିଣୋଇ ମୋଟୁ ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ ମୋଟୁ ପୁଲିସ ଶବ କୁ ଜବତ କରି ଅନୁସନ୍ଧାନ ଆରମ୍ଭ କରିଛି।
Advertisment ମୃତ ମହିଳାଙ୍କର ଦୁଇଟି ସନ୍ତାନ ଗତକାଲି ରାତିରେ ମହିଳା ଜଣଙ୍କ ଘର ଭିତରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି।
ମୃତ ମହିଳାଙ୍କର ଦୁଇଟି ସନ୍ତାନ ଥିବା ବେଳେ ଆତ୍ମହତ୍ୟାର କାରଣ ଜଣା ପଡ଼ିନାହିଁ।
ପୁଲିସର ତଦନ୍ତ ପରେ ଘଟଣା ସଂପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।
Surabhi-2026: ରାଜ୍ୟସ୍ତରୀୟ 'ସୁରଭି-୨୦୨୬' ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ଅନନ୍ୟ ସଫଳତା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
