Sai Satyajit: ଯାତ୍ରା ପେଣ୍ଡାଲ ପରେ ଏବେ ସିନେମା ହଲ କମ୍ପିବ: ସିନେମା ଦୁନିଆରେ ପାଦ ଥାପିଲେ ସାଇ ସତ୍ୟଜିତ

Nov 26, 2026 - 12:15
Sai Satyajit: ଯାତ୍ରା ପେଣ୍ଡାଲ ପରେ ଏବେ ସିନେମା ହଲ କମ୍ପିବ: ସିନେମା ଦୁନିଆରେ ପାଦ ଥାପିଲେ ସାଇ ସତ୍ୟଜିତ

ଭୁବନେଶ୍ୱର: ଯାତ୍ରା ମଂଚ ଦୁଲୁକାଇବା ପରେ ଏବେ ସିନେମା ହଲରେ କମ୍ପିବେ ଯାତ୍ରା ଅଭିନେତା ସାଇ ସତ୍ୟଜିତ | ଅପେରା ସୂର୍ଯ୍ୟମନ୍ଦିରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିବା ସାଇ ସତ୍ୟଜିତ ପଣ୍ଡାଙ୍କୁ ଏବେ ସିନେମାରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ | ସୂଚନା ମୁତାବକ 'ଆଉ ଗୋଟେ ଦିୱାନା' ଶୀର୍ଷକ ଫିଲ୍ମରେ ସାଇ ସତ୍ୟଜିତଙ୍କୁ ଦେଖିବାକୁ ମିଳିବ | ଏବେ ଏହାର ଶୁଭ ମହୁରତ ହୋଇଯାଇଥିବାବେଳେ ଏହାର ନିର୍ଦ୍ଦେଶନା ଦେବେ ଅଶୋକ ପତି | ସେହିପରି ଏହାର ପ୍ରଯୋଜନା ଭାର ବିଜୟ କୁମାର କାନ୍ଦୋଇ ସମ୍ଭାଳିଥିବାବେଳେ ଏହା ୨୦୨୭ ମସିହାରେ ରିଲିଜ ହେବ ବୋଲି ଜଣାପଡିଛି | ସାଇଙ୍କ ସହ ଏହି ସିନେମାରେ ସମ୍ବିତଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ | ପ୍ରଯୋଜନା ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ମୁତାବକ ପ୍ରେମ, ପ୍ରତାରଣାର ରକ୍ତଭିଜା କାହାଣୀ ଏଥିରେ ଦେଖିବାକୁ ମିଳିବ | Advertisment ଆହୁରି ପଢନ୍ତୁ: Nepal Floods: ନେପାଳ ବନ୍ୟାକୁ ବିତିଲା ୩ ମାସ: ନିଖୋଜ ୨୧୩ ଭାରତୀୟଙ୍କୁ ମୃତ ଘୋଷଣା କରିବା ପ୍ରକ୍ରିୟା ଆରମ୍ଭ ୨୦୨୭-୨୮ରେ ଆସିବ 'ଭୈରବ' କେବଳ ସିନେମା ନୁହେଁ ଆସନ୍ତା ଯାତ୍ରା ଋତୁରେ ମଧ୍ୟ ସାଇ ସତ୍ୟଜିତଙ୍କ ହାତରେ ଅନେକ ବଡ ବଡ ପ୍ରୋଜେକ୍ଟ ଅଛି | ଏଥିମଧ୍ୟରୁ 'ଭୈରବ' ଅନ୍ୟତମ | 'ଭୈରବ'ର ନିର୍ଦ୍ଦେଶନା ମହେଶ ହାଜରା ଦେବାକୁ ଥିବାବେଳେ ଏହାକୁ ଲେଖିଛନ୍ତି ଡ଼.ଦୀପକ ଜେନା | ଏହି ନାଟକରେ ସାଇ ସତ୍ୟଜିତ ଭୈରବ ଭୂମିକାରେ ଅଭିନୟ କରିବେ | କେବେ ବିବାଦ, କେବେ ଅଭିଯୋଗ ଯାତ୍ରା ସୂର୍ଯ୍ୟମନ୍ଦିରର ଅଭିନେତା ସାଇ ସତ୍ୟଜିତଙ୍କୁ ନେଇ କେବେ ବିବାଦ ଦେଖାଦେଇଛି ତ ପୁଣି କେବେ ସେ ଅଭିଯୋଗ କରିଛନ୍ତି | ଯାତ୍ରା ପେଣ୍ଡାଲରେ ସାପ ଧରି ପ୍ରଦର୍ଶନ କରିଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା | ଏହା ସହ ଗତବର୍ଷ ସେ ଥାନାରେ ଯାତ୍ରା ମାଲିକଙ୍କ ନାମରେ ଅଭିଯୋଗ ବି ଆଣିଥିଲେ |

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)