WhatsApp: ହ୍ୱାଟ୍ସଆପ୍ରେ ଆଣୁଛି ନୂଆ ଫିଚର୍, ମେସେଜ୍ ପଢ଼ିବା ମାତ୍ରେ ହୋଇଯିବ ଗାଏବ!
ନୂଆଦିଲ୍ଲୀ: ଏବେ ହ୍ୱାଟ୍ସଆପ୍ ରେ କେବଳ ଫଟୋ ଓ ଭିଡିଓ ନୁହେଁ, ଟେକ୍ସଟ୍ ମେସେଜ୍ ମଧ୍ୟ ଥରେ ପଢ଼ିବା ପରେ ଗାଏବ ହୋଇଯିବ।
ବିଶେଷ କରି ପ୍ରାଇଭେଟ୍ ଚାଟ୍ କରୁଥିବା ଲୋକଙ୍କ ପାଇଁ ଏହି ସୁବିଧା ବେଶ୍ କାମରେ ଆସିବ।
ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ହ୍ୱାଟ୍ସଆପ୍ ଏବେ ଏହି ନୂଆ ଭିୟୁ ୱାନ୍ସ ଟେକ୍ଷ୍ଟ ମେସେଜ ଫିଚର୍ ଟେଷ୍ଟ କରୁଛି।
ଏହି ଫିଚର୍ ଆସିବା ପରେ ଆପଣ କାହାକୁ ଟେକ୍ସଟ୍ ମେସେଜ୍ ପଠାଇଲେ, ସେହି ବ୍ୟକ୍ତି କେବଳ ଥରେ ହିଁ ମେସେଜ୍ ଟିକୁ ପଢ଼ିପାରିବେ।
ମେସେଜ୍ ପଢ଼ିବା ପରେ ଏହା ଆପେ ଆପେ ଗାଏବ ହୋଇଯିବ।
ଆଉ ଖାସ୍ କଥା ହେଉଛି, ଏହି ମେସେଜ୍ର ସ୍କ୍ରିନସଟ୍ ନେବା, କପି କରିବା କିମ୍ବା ଅନ୍ୟ କାହାକୁ ଫରୱାର୍ଡ କରିବା ମଧ୍ୟ ସମ୍ଭବ ହେବ ନାହିଁ।
Advertisment ଆହୁରି ପଢ଼ନ୍ତୁ- Fast Breathing in Babies : ଶିଶୁ ଶୀଘ୍ର ନିଶ୍ୱାସ ନେଉଛି କି?
ଏହାକୁ ଅବହେଳା କରନ୍ତୁ ନାହିଁ, ପଛରେ ଲୁଚି ଥାଇପାରେ ବଡ଼ ବିପଦ!
ଫିଚର୍ ଟ୍ରାକର୍ ୱାବିଟାଇନ୍ଫୋର ରିପୋର୍ଟ ଅନୁସାରେ, ହ୍ୱାଟ୍ସଆପ୍ର ଆଇଓଏସ୍ ବିଟା ଭର୍ସନ୍ ୨୬.୪୫.୧୦.୭୩ରେ କିଛି ୟୁଜର୍ସ ଙ୍କ ପାଇଁ ଏହି ଫିଚର୍ ଆସିଛି।
ଆପଲ୍ର ଟେଷ୍ଟଫ୍ଲାଇଟ୍ ପ୍ରୋଗ୍ରାମ୍ ଜରିଆରେ କିଛି ବିଟା ଟେଷ୍ଟର୍ସ ଏହାକୁ ବ୍ୟବହାର କରିପାରୁଛନ୍ତି।
ତେବେ ଏବେ ସମସ୍ତ ବିଟା ୟୁଜର୍ସଙ୍କୁ ଏହି ସୁବିଧା ମିଳିନାହିଁ।
କେମିତି ବ୍ୟବହାର କରିବେ?
ଏହି ଫିଚର୍ ବ୍ୟବହାର କରିବା ବହୁତ ସହଜ।
ପ୍ରଥମେ ଆପଣଙ୍କୁ କୌଣସି ପ୍ରାଇଭେଟ୍ କିମ୍ବା ଗ୍ରୁପ୍ ଚାଟ୍ ଖୋଲି ମେସେଜ୍ ଟାଇପ୍ କରିବାକୁ ପଡ଼ିବ।
ଏହାପରେ ସେଣ୍ଡ ବଟନ୍କୁ ସିଧାସଳଖ ଟ୍ୟାପ୍ ନକରି କିଛି ସମୟ ଚାପି ଧରିବାକୁ ହେବ।
ଏହା କରିବାପରେ ଏକ ମେନ୍ୟୁ ଖୋଲିବ।
ସେଠାରେ ମେସେଜ୍ ସିଡ୍ୟୁଲ୍ କରିବା ସହ ଭିୟୁ ୱାନ୍ସ ଅପ୍ସନ୍ ମଧ୍ୟ ଦେଖିବାକୁ ମିଳିପାରେ।
ଭିୟୁ ୱାନ୍ସ ଚୟନ କଲେ ମେସେଜ୍ ପଠାଇ ହେବ।
ଆହୁରି ପଢ଼ନ୍ତୁ- Supreme Court: ବିହାର ସେସନ୍ସ ଜଜ୍ଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ନିଜକୁ ବାହୁବଳୀ ନ ଭାବି ସୀମା ଭିତରେ ରହିବାକୁ ତାଗିଦ୍ କଲେ ମେସେଜ୍ ପଢ଼ିବା ପରେ କ'ଣ ହେବ?
ରିସିଭରଙ୍କୁ ଏହି ମେସେଜ୍ ସାଧାରଣ ଚାଟ୍ ବବଲ୍ ଭଳି ଦେଖାଯିବ।
ଏହାକୁ ପଢ଼ିବା ପାଇଁ ମେସେଜ୍ ଉପରେ ଟ୍ୟାପ୍ କରିବାକୁ ହେବ।
ଏହାପରେ ମେସେଜ୍ଟି ଏକ ଅଲଗା ସ୍କ୍ରିନ୍ରେ ଖୋଲିବ।
ରିପୋର୍ଟ ଅନୁସାରେ, ସେହି ସ୍କ୍ରିନ୍ରେ ସ୍କ୍ରିନସଟ୍ କିମ୍ବା ସ୍କ୍ରିନ୍ ରେକର୍ଡିଂ କରିହେବ ନାହିଁ।
ଏମିତିକି ମେସେଜ୍କୁ କପି କିମ୍ବା ଫରୱାର୍ଡ ମଧ୍ୟ କରିହେବ ନାହିଁ।
ମେସେଜ୍ ପଢ଼ିବା ପରେ ଯେତେବେଳେ ରିସିଭର ସେହି ସ୍କ୍ରିନ୍କୁ ବନ୍ଦ କରିଦେବେ, ମେସେଜ୍ଟି ଆଉ ଦେଖିହେବ ନାହିଁ।
ଏହା ବଦଳରେ ଚାଟ୍ରେ 'ଓପନ୍ଡ' ଲେଖା ଦେଖାଯିବ।
ଅର୍ଥାତ୍, ଆପଣଙ୍କ ମେସେଜ୍ ସାମ୍ନା ବ୍ୟକ୍ତି ପଢ଼ିସାରିଛନ୍ତି ବୋଲି ଆପଣ ମଧ୍ୟ ଜାଣିପାରିବେ।
ତେବେ ଏବେ ଏହି ଫିଚର୍ ଟେଷ୍ଟିଂ ଷ୍ଟେଜ୍ରେ ରହିଛି।
କେବେ ଏହା ସବୁ ଆଇଫୋନ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ, ସେନେଇ ହ୍ବାଟ୍ସଆପ୍ ପକ୍ଷରୁ କୌଣସି ଅଫିସିଆଲ୍ ତାରିଖ ଘୋଷଣା ହୋଇନାହିଁ।
ଅଧିକ ଦେଖନ୍ତୁ-
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
