Bomb Threat: ଜର୍ମାନୀର ୪୦୫ ସ୍କୁଲକୁ ଇମେଲରେ ବୋମା ଧମକ

Nov 23, 2026 - 18:28
Bomb Threat: ଜର୍ମାନୀର ୪୦୫ ସ୍କୁଲକୁ ଇମେଲରେ ବୋମା ଧମକ

ବର୍ଲିନ: ଜର୍ମାନୀରେ ପାଖାପାଖି ୪୫୦ ସ୍କୁଲକୁ ଇମେଲ୍‌ ମାଧ୍ୟମରେ ବୋମା ଧମକ ଦିଆଯାଇଛି।

ଧମକ ପରେ ସ୍କୁଲରୁ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ବାହାର କରାଯାଇ ତଦନ୍ତ ଆରମ୍ଭ ହୋଇଛି।

ଜର୍ମାନୀର ସ୍ଥାନୀୟ ଖବରକାଗଜ 'ବିଲ୍ଡ'ର ରିପୋର୍ଟ ଅନୁଯାୟୀ, ଫ୍ରେଇବର୍ଗ ପୁଲିସ ନିଶ୍ଚିତ କରିଛି ଯେ, ସେମାନେ ବିଭିନ୍ନ ସ୍କୁଲରେ ବୋମା ଧମକର ରିପୋର୍ଟ ପାଇଛନ୍ତି, ଯେଉଁଥିରେ ଜରୁରୀକାଳୀନ ଲାଇନ ମଧ୍ୟ ସାମିଲ ଅଛି।

Advertisment ରିପୋର୍ଟ ଅନୁଯାୟୀ, 'ମୃତ୍ୟୁ ତୁମକୁ ଅପେକ୍ଷା କରୁଛି' ସବଜେକ୍ଟ ଲାଇନ୍‌ ସହିତ ପ୍ରାୟ ୪୫୦ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ୍ ଯାଇଥିଲା।

ଧମକ ଦେଇଥିବା ଲୋକର ଚିହ୍ନଟ ପାଇଁ ତଦନ୍ତ ଚାଲିଛି।

ଏହାପୂର୍ବରୁ ୟୁରୋପର ଅନେକ ସ୍କୁଲ, ବିମାନ ଓ ଗଣମାଧ୍ୟମ କାର୍ଯ୍ୟାଳୟକୁ ଏପରି ବୋମା ଧମକ ମିଳିଥିଲା।

ନଭେମ୍ବର ୧୧ ​​ତାରିଖରେ ଇଟାଲୀର ପ୍ରାୟ ୬,୦୦୦ ସ୍କୁଲ, ସ୍କଟଲ୍ୟାଣ୍ଡ ଓ ଉତ୍ତର ଆର୍ୟଲ୍ୟାଣ୍ଡ ଓ ଆୟର୍ଲ୍ୟାଣ୍ଡ ଗଣରାଜ୍ୟର ୭୦୦ ସ୍କୁଲକୁ ମିଥ୍ୟା ବୋମା ଧମକ ମିଳିଥିଲା।

Supreme Court: ବିହାର ସେସନ୍ସ ଜଜ୍‌ଙ୍କୁ ସୁପ୍ରିମ‌କୋର୍ଟଙ୍କ ଭର୍ତ୍ସନା, ନିଜକୁ ବାହୁବଳୀ ନ ଭାବି ସୀମା ଭିତରେ ରହିବାକୁ ତାଗିଦ୍‌ କଲେ ମିଥ୍ୟା ବୋମା ଧମକର ଶିକାର ସେହିପରି ଇଟାଲୀ, ଫ୍ରାନ୍ସ, ସ୍ପେନ୍, ୟୁକେ ଓ ଅନ୍ୟାନ୍ୟ ୟୁରୋପୀୟ ଦେଶଗୁଡ଼ିକରେ ୫୦ ରୁ ଅଧିକ ବିମାନ ମିଥ୍ୟା ବୋମା ଧମକର ଶିକାର ହୋଇଥିଲା, ଯାହା ଫଳରେ ବିମାନର ଗତି ପରିବର୍ତ୍ତନ, ଜରୁରୀକାଳୀନ ଅବତରଣ ଓ କିଛି କ୍ଷେତ୍ରରେ ଲଢ଼ୁଆ ବିମାନ ଉଡ଼ାଣ କରାଯାଇଥିଲା।

ନଭେମ୍ବର ପ୍ରାରମ୍ଭରେ ବୋମା ଧମକ ଯୋଗୁ ଆୟର୍ଲ୍ୟାଣ୍ଡ ଓ ୟୁକେର ନ୍ୟୁଜରୁମଗୁଡ଼ିକୁ ଖାଲି କରାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)