15 JUNE 2026

Welcome!

Unlock your personalized experience.
Sign Up

West Indies: ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଲା ୱେଷ୍ଟଇଣ୍ଡିଜ: ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ୫ ୱିକେଟ୍‌ରେ ହାରିଲା

Jun 15, 2026 - 17:19
West Indies: ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଲା ୱେଷ୍ଟଇଣ୍ଡିଜ: ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ୫ ୱିକେଟ୍‌ରେ ହାରିଲା

କିଙ୍ଗଷ୍ଟନ୍‌: ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଘରୋଇ ଶୃଙ୍ଖଳାକୁ ୱେଷ୍ଟଇଣ୍ଡିଜ୍‌ ୨-୧ରେ ଜିତି ନେଇଛି। ସୋମବାର ଖେଳାଯାଇଥିବା ଶେଷ ତଥା ନର୍ଣ୍ଣାୟକ ମ୍ୟାଚ୍‌ରେ ଇଣ୍ଡିଜ୍‌ ଦଳ ୫ ୱିକେଟ୍‌‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୧୬୯ ରନ୍‌ କରିଥିଲା। ଦଳ ପକ୍ଷରୁ ଦୁନିଥ ୱେଲାଲାଗେ ୪୩, କାମିଲ ମିଶରା ୨୮ ଓ ପଥୁମ ନିଶଙ୍କ ୨୬ ରନ୍‌ କରିଥିଲେ। ଘରୋଇ ଦଳର ସାମର ଯୋଶେଫ (୪-୦-୩୩-୫) ସଫଳ ବୋଲର ଥିଲେ। ଜବାବରେ ସେର୍‌ଫାନ ରଦରଫୋର୍ଡ (୫୪*, ୪୦ ବଲ୍‌, ୩ ଚୌକା, ୪ ଛକା)ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ଜାସନ ହୋଲଡରଙ୍କ ୫ ବଲରୁ ୨୧* ରନ ବଳରେ ଇଣ୍ଡିଜ୍‌ ୨ ବଲ୍‌ ପୂର୍ବରୁ ୫ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ରୋଭମନ ପାୱେଲ ୩୩ ଓ ସିମ୍ରନ ହେଟ୍‌ମାୟର ୩୨ ରନ୍‌ କରିଥିଲେ। ସାମର ଯୋଶେଫ ଉଭୟ ମ୍ୟାଚ୍‌ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଆହୁରି ପଢ଼ନ୍ତୁ: ତୀରନ୍ଦାଜି ବିଶ୍ବକପ୍‌: ଧୀରଜଙ୍କୁ ଯୁଗଳ ସ୍ବର୍ଣ୍ଣ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।