World Yoga Day ଓଡ଼ିଶା ସରକାରଙ୍କ ପକ୍ଷରୁ ସପ୍ତାହବ୍ୟାପୀ ଯୋଗ ମହୋତ୍ସବ ଆରମ୍ଭ
"ଭୁବନେଶ୍ୱର: ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଅବ୍ୟବହିତ ପୂର୍ବରୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଯୋଗ ମହୋତ୍ସବ ସମିତିର ମିଳିତ ସହଯୋଗରେ ସପ୍ତାହବ୍ୟାପୀ ଯୋଗ ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି।
ସପ୍ତାହବ୍ୟାପୀ ଯୋଗ ମହୋତ୍ସବ ଆସନ୍ତା ୨୦ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଚାଲିବ ।
ଜୁନ୍ ୨୧ ତାରିଖରେ କଳିଙ୍ଗ ଷ୍ଟାଡ଼ିଅମ୍ଠାରେ ଅନ୍ତର୍ଜାତୀୟ ଯୋଗ ମହୋତ୍ସବ ୨୦୨୬ ପାଳିତ ହେବ।
Advertisment ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମର ଇନ୍ଡୋର ଆଥ୍ଲେଟିକ୍ସ ସେଣ୍ଟରଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ ଅତିଥି ଭାବେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ, ଓଡ଼ିଶା ଯୋଗ ମହୋତ୍ସବ ସମିତିର ସଭାପତି ଆଲୋକ ଦାସ, ସମ୍ପାଦକ ଡ ଦେବକାନ୍ତ ବେହେରା ଏବଂ ରାଜ୍ୟ ସଂଗଠକ ପ୍ରେମାନନ୍ଦ ନାଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସହ ଅଂଶଗ୍ରହଣକାରୀଙ୍କୁ ଯୋଗାଭ୍ୟାସ ଓ ଶପଥ ପାଠ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଶୋକ କୁମାର ପଣ୍ଡା, ଅତିରିକ୍ତ ସାଶନ ସଚିବ ବିଜୟ କୁମାର ସ୍ୱାଇଁ ଓ ସୁଧାକର ନାୟକଙ୍କ ସମେତ ବିଭାଗର ବହୁ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ପରିପ୍ରେକ୍ଷୀରେ କ୍ରୀଡ଼ା ମନ୍ତ୍ରୀ କହିଛନ୍ତି, ବ୍ୟକ୍ତିଗତ ଭାବରେ ସୁସ୍ଥ ରହିବା ହିଁ ସାମୂହିକ ସୁସ୍ଥତାର ପ୍ରଥମ ଚରଣ।
ବ୍ୟକ୍ତିଗତ ସୁସ୍ଥତା ପାଇଁ ଯୋଗଠାରୁ ଆଉ ବଡ଼ ମାଧ୍ୟମ ଆଉ କିଛି ନାହିଁ ।
ସୂଚନାଯୋଗ୍ୟ, କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ଚଳିତ ବର୍ଷ (୨୦୨୬) ଅନ୍ତର୍ଜାତୀୟ ଯୋଗ ଦିବସ ଓ ଓଡ଼ିଶା ଯୋଗ ମହୋତ୍ସବ ମାଧ୍ୟମରେ ଗ୍ରାମାଞ୍ଚଳ ଓ ସୀମାନ୍ତ ଅଞ୍ଚଳର ସାଧାରଣ ଲୋକଙ୍କ ପାଖରେ ଯୋଗ ପ୍ରୋଟୋକଲ୍ ପହଞ୍ଚାଇବାକୁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖିଛି।
ଡିଜିଟାଲ୍ ମାଧ୍ୟମ ଏବଂ ତୃଣମୂଳ ସ୍ତରର ବ୍ୟାପକ ଅଭିଯାନ ଯୋଗୁଁ ଚଳିତ ବର୍ଷ ପୂର୍ବ ଅପେକ୍ଷା ବହୁତ ଅଧିକ ଲୋକ ଏଥିରେ ଭାଗନେବେ ବୋଲି ଆଶା କରାଯାଉଛି।
ଏହି ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଅନ୍ଲାଇନ୍ ପ୍ଲାଟଫର୍ମରେ ଏକ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସିଧାସଳଖ ଯୋଡ଼ି ଏକ ନୂଆ 'ଗିନିଜ୍ ବିଶ୍ୱ ରେକର୍ଡ' ସୃଷ୍ଟି କରିବା ପାଇଁ ମନ୍ତ୍ରାଳୟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ଲକ୍ଷ୍ୟ ରଖିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।