Puri Police: ରଥଯାତ୍ରା ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୁଲିସ: ୨୪ ଘଣ୍ଟାରେ ୨୩ ଅପରାଧୀ ଗିରଫ

Jun 15, 2026 - 17:19
Puri Police: ରଥଯାତ୍ରା ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୁଲିସ: ୨୪ ଘଣ୍ଟାରେ ୨୩ ଅପରାଧୀ ଗିରଫ

"ପୁରୀ: ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ପୁଲିସ "କ୍ଲିନ୍ ସିଟି ଡ୍ରାଇଭ୍"କୁ ଜୋରଦାର କରିଛି।

ସହରକୁ ଅପରାଧମୁକ୍ତ ଓ ସୁରକ୍ଷିତ ରଖିବା ପାଇଁ ପୁଲିସ ଆକ୍ସନ ମୋଡକୁ ଆସିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୨୩ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ୮ଟି ମାମଲା ରୁଜୁ ହୋଇଛି।Advertisment ଭକ୍ତଙ୍କୁ ଶୋଷଣ କରୁଥିବା ଅଭିଯୁକ୍ତ ଗିରଫ ସିଂହଦ୍ୱାର ପୁଲିସ ପକ୍ଷରୁ ଦର୍ଶନ କରାଇଦେବା ନାମରେ ଜୋରଜବରଦସ୍ତ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଜଣକୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଶୋଷଣ କରୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯାଇଛି।

ଚଢ଼ାଉ ସମୟରେ ପୁଲିସ ବିପୁଳ ପରିମାଣର ମାରଣାସ୍ତ୍ର ଓ ନିଶାଦ୍ରବ୍ୟ ଜବତ କରିଛି।

ପୁଲିସ ୩ଟି ଖଣ୍ଡା, ୪ଟି ଛୁରୀ, ଲୁହା ରଡ୍, କୋରେକ୍ସ ବୋତଲ ସହ ୭୫୦ ଲିଟରରୁ ଅଧିକ ମଦ ଜବତ କରିଛି।

ବର୍ଷକର କାର୍ଯ୍ୟାନୁଷ୍ଠାନର ହିସାବ   ପୁଲିସ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ୩୦୭ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

କୋରେକ୍ସ କାରବାର ପାଇଁ ୧୯ଟି କେସରେ ୨୯ ଜଣଙ୍କୁ ଗିରଫ କରାଯାଇ ୧୬୦୦ରୁ ଅଧିକ ବୋତଲ ଜବତ ହୋଇଛି।

ସେହିପରି ବ୍ରାଉନ ସୁଗାର ମାମଲାରେ ୪୭ଟି କେସରେ ୨୮ ଜଣ, ଡ୍ରଙ୍କ ଆଣ୍ଡ ଡ୍ରାଇଭ୍‌ରେ ୬୨୩ଟି ଏବଂ ମଦ କାରବାର ପାଇଁ ୩୫୦ଟି ମାମଲା ରୁଜୁ ହୋଇଛି।

ମନ୍ଦିର ପ୍ରଶାସନ ସହ ସମନ୍ୱୟ   ଏ ସମ୍ପର୍କରେ ପୁରୀ ପୁଲିସ ପକ୍ଷରୁ କୁହାଯାଇଛି, “ଦର୍ଶନାର୍ଥୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି।

ମନ୍ଦିର ପ୍ରଶାସନ ସହ ସମନ୍ୱୟ ରଖି କାର୍ଯ୍ୟ କରୁଛୁ।

ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି।

ରଥଯାତ୍ରା ସମୟରେ ଭକ୍ତମାନେ ଯେପରି ଶାନ୍ତିଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିପାଇଁ ପୁଲିସ ପ୍ରସ୍ତୁତ ଅଛି।” Prime Minister Narendra Modi: ୨୦ରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।