15 JUNE 2026

Welcome!

Unlock your personalized experience.
Sign Up

Inflation: ପାଇକାରୀ ମୁଦ୍ରାସ୍ଫୀତି ୯.୬୮%କୁ ବୃଦ୍ଧି

Jun 15, 2026 - 17:19
Inflation: ପାଇକାରୀ ମୁଦ୍ରାସ୍ଫୀତି ୯.୬୮%କୁ ବୃଦ୍ଧି

ନୂଆଦିଲ୍ଲୀ: ମେ ମାସରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୯.୬୮ ପ୍ରତିଶତ ହୋଇଛି। ଏପ୍ରିଲ୍‌ରେ ତାହା ୮.୨୬ ପ୍ରତିଶତ ଥିଲା। ଇନ୍ଧନ, ଶସ୍ୟ ଓ ତେଲ ମହଙ୍ଗା ହେବାରୁ ପାଇକାରୀ ମୁଦ୍ରାସ୍ଫୀତି ହାର ୪୩ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଶେଷ ଥର ପାଇଁ ରୁଷ୍‌-ୟୁକ୍ରେନ ଯୁଦ୍ଧ ପରେ ୨୦୨୨ ସେପ୍ଟେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ୧୦.୭୦ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଏବେ ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ବିଭିନ୍ନ ଜିନିଷର ଦରଦାମ୍‌ ବଢ଼ୁଛି। ଯୁଦ୍ଧ ଲାଗିରହିଲେ ଦରଦାମ୍‌ ଆହୁରି ବଢ଼ିବା ଆଶଙ୍କା ରହିଛି।

ଆହୁରି ପଢନ୍ତୁ: Prime Minister Narendra Modi: ୨୦ରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବାଣିଜ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଦୈନନ୍ଦିନ ବ୍ୟବହାର କରାଯାଉଥିବା ଜିନିଷର ମୁଦ୍ରାସ୍ଫୀତି ୪.୯୯ ପ୍ରତିଶତ, ଖାଦ୍ୟ ମୁଦ୍ରାସ୍ଫୀତି ୪.୪୯ ପ୍ରତିଶତ, ଇନ୍ଧନ ଓ ଶକ୍ତି ମୁଦ୍ରାସ୍ଫୀତି ୩୦.୩୩ ପ୍ରତିଶତ ଓ ବିନିର୍ମାଣ ସାମଗ୍ରୀ ମୁଦ୍ରାସ୍ଫୀତି ୭.୪୮ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ଚାରିଟି ବର୍ଗରେ ଆସୁଥିବା ଜିିନିଷଗୁଡ଼ିକର ପାଇକାରୀ ମୂଲ୍ୟରେ ହେଉଥିବା ପରିବର୍ତନ ବିଚାରକୁ ନେଇ ମୁଦ୍ରାସ୍ଫୀତି ହିସାବ କରାଯାଇଥାଏ। ଉଲ୍ଲେଖଯୋଗ୍ୟ, ଯୁଦ୍ଧ ପ୍ରଭାବରେ ଚଳିତ ବର୍ଷ ମେ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୩.୯୩ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଗତ ଏପ୍ରିଲ୍‌ରେ ୩.୪୮ ପ୍ରତିଶତ ଥିଲା। ଖୁଚୁରା ମୁଦ୍ରାସ୍ଫୀତି ୫ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ୪ ପ୍ରତିଶତ ସୀମାକୁ ମଧ୍ୟ ଅତିକ୍ରମ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।