Weather: ମୁମ୍ବାଇରେ ବର୍ଷା, ମୌସୁମୀ ଆଗକୁ ବଢ଼ିବା ଆଶା

Jun 21, 2026 - 20:35
Weather: ମୁମ୍ବାଇରେ ବର୍ଷା, ମୌସୁମୀ ଆଗକୁ ବଢ଼ିବା ଆଶା

"ମୁମ୍ବାଇ: ଶେଷରେ ମୁମ୍ବାଇରେ ରବିବାର ସକାଳେ ପ୍ରବଳ ବର୍ଷା ହୋଇଛି।

ସହରର ଅନେକ ଅଞ୍ଚଳରେ ଋତୁର ପ୍ରଥମ ଭଲ ବର୍ଷା ହୋଇଛି, ଯାହା ଦୀର୍ଘ ଦିନ ହେଲା ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଥିବା ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଛି।

ଚଳିତ ଜୁନ୍‌ ମାସର ଆରମ୍ଭରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ କୋଙ୍କଣରେ ପହଞ୍ଚିଥିଲା, ​​କିନ୍ତୁ ଜୁନ୍ ୮ ତାରିଖରୁ ସୋଲାପୁର ନିକଟରେ ଅଟକି ଯାଇଥିଲା।Advertisment ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ, ଜୁନ୍ ୨୩ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମହାରାଷ୍ଟ୍ର ଓ ଏହା ଆଗକୁ ଅଗ୍ରସର ହେବା ନେଇ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଛି।

ପଶ୍ଚିମଘାଟ ବାଦଲ ଯୋଗୁ ମୁମ୍ବାଇରେ ବର୍ଷା ହେଉଛି।

ଦେଶର ଅଧିକାଂଶ ଅଞ୍ଚଳରେ ବର୍ତ୍ତମାନ ପ୍ରାକ୍‌ ମୌସୁମୀ ସକ୍ରିୟ ରହିଛି।

ଏହାସତ୍ତ୍ବେ ୮ଟି ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି।

ଉତ୍ତର ପ୍ରଦେଶର ବାନ୍ଦା ପୁଣି ଥରେ ଦେଶରେ ସବୁଠୁ ଉତ୍ତପ୍ତ ସ୍ଥାନ ରହିଛି।

ଏଠାରେ ଶନିବାର ୪୪.୨ ଡିଗ୍ରି ତାପମାତ୍ରା ରେକର୍ଡ଼ କରାଯାଇଥିଲା।

ଦିଲ୍ଲୀରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରି ଉପରେ ରେକର୍ଡ଼ କରାଯାଇଥିଲା।

Changing Weather: ପାଣିପାଗ ବଦଳିବା ସହ ପର୍ଯ୍ୟଟକଙ୍କ ଚାପ ଯୋଗୁଁ ବିପଦରେ 'ଥର୍ଡ ପୋଲ୍' ପାଣିପାଗ ବିଭାଗ ଅନୁଯାୟୀ, ଜୁନ୍ ୨୩ ତାରିଖ ସୁଦ୍ଧା ମୌସୁମୀ ମହାରାଷ୍ଟ୍ର, ତେଲେଙ୍ଗାନା, ଓଡ଼ିଶା, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼ର କିଛି ଅଂଶକୁ ପ୍ରବେଶ କରିବ ବୋଲି ଆଶା କରାଯାଉଛି।

ମୌସୁମୀ ଆଗକୁ ବଢ଼ିବାର ସିଷ୍ଟମ ସକ୍ରିୟ ଥିବା କୁହାଯାଇଛି।

ଜୁନ୍ ୨୧ ରୁ ୨୬ ତାରିଖ ମଧ୍ୟରେ ମଧ୍ୟପ୍ରଦେଶ, ବିଦର୍ଭ ଓ ଛତିଶଗଡ଼ରେ ବର୍ଷା ହେବାର ସମ୍ଭାବନା ରହିଛି।

ସାଟେଲାଇଟ୍ ଚିତ୍ରଗୁଡ଼ିକ ମଧ୍ୟ ମେଘ ଆବରଣ ବୃଦ୍ଧି ପାଉଥିବା ଦେଖାଉଛି।

ମୌସୁମୀ ୧୫ ଦିନରେ ୧୯ଟି ରାଜ୍ୟ ପର୍ଯ୍ୟନ୍ତ ପହଞ୍ଚିଛି।

ମୌସୁମୀ ୯ ଦିନ ହେଲା ଉତ୍ତରପ୍ରଦେଶ-ବିହାର ସୀମା ନିକଟ ମହାରାଜଗଞ୍ଜ ନିକଟରେ ଅଟକି ରହିଛି।

ଏହାସତ୍ତ୍ବେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର ଓ ତେଲଙ୍ଗାନାର ଅନେକ ସହରରେ ତାପାମତ୍ରା ୪୦ ଡିଗ୍ରି ଉପରେ ରହୁଛି।

ପ୍ରୟାଗରାଜରେ ତାପମାତ୍ରା ୪୩.୬ ଡିଗ୍ରି, ଖଜୁରାହୋ (ମଧ୍ୟପ୍ରଦେଶ)ରେ ୪୨.୪ ଡିଗ୍ରି, ମହାରାଷ୍ଟ୍ରର ବହ୍ମାପୁରୀରେ ୪୨.୧ ଡିଗ୍ରି, ଛତିଶଗଡ଼ର ରାଜନନ୍ଦଗାଓଁରେ ୪୨ ଡିଗ୍ରି, ବିହାରର ଛାପ୍ରାରେ ୪୧.୮ ଡିଗ୍ରି ଓ ଝାଡ଼ଖଣ୍ଡର ଡାଲଟନଗଞ୍ଜରେ ୪୦ ଡିଗ୍ରି ତାପମାତ୍ରା ରେକର୍ଡ଼ କରାଯାଇଛି।

"