MLA driver arrested ନାବାଳିକାଙ୍କୁ ଅସଦାଚରଣ କରି ଗିରଫ ହେଲେ ବିଧାୟକଙ୍କ ଡ୍ରାଇଭର
"ରାୟଗଡା (ଶିବ ପ୍ରସାଦ ଦୋରା): ଟ୍ରେନ ଯାତ୍ରା କରୁଥିବା ବେଳେ ଜଣେ ନାବାଳିକାକୁ ଅସଦାଚରଣ ଘଟଣାରେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତାଙ୍କ ଡ୍ରାଇଭର ଗିରଫ୍ ହୋଇଛନ୍ତି।
ଗିରଫ ହୋଇଥିବା ଡ୍ରାଇଭର ଜଣଙ୍କ ହେଲେ ବିକାଶ ବାଗ୍ (୨୪)।Advertisment ରାୟଗଡା ଜିଆର୍ପି ଥାନା ଅଧିକାରୀ ବିନୟ କୁମାର ମିଞ୍ଜ୍ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗତକାଲି ରାତିରେ ଆରପିଏଫ୍ ଗୁଇନ୍ଦା ବିଭାଗର ଜଣେ କର୍ମଚାରୀଙ୍କ ପରିବାର ସଦସ୍ୟ କୋରପୁଟ ଠାରୁ ହିରାଖଣ୍ଡ ଟ୍ରେନ୍ରେ ଯାତ୍ରା କରୁଥିଲେ।
ବିଧାୟକଙ୍କ ଡ୍ରାଇଭର ବିକାଶ ଲକ୍ଷ୍ମୀପୁର ଠାରେ ସେହି ଟ୍ରେନରେ ଚଢ଼ିଥିଲେ।
ଚଳନ୍ତା ଟ୍ରେନ୍ରେ ଏସି ବଗିରେ ଥିବା ନାବାଳିକାକୁ ଅସଦାଚରଣ କରିଥିଲେ ।
ନାବାଳିକଙ୍କ ମା" ତାଙ୍କୁ ବିରୋଧ କରିବାରୁ ବିକାଶ ତାଙ୍କୁ ଗାଳିଗୁଲଜ କରିଥିଲା।
ଏନେଇ ଟ୍ରେନରେ କାର୍ଯ୍ୟରତ ଥିବା ଆର୍ପିଏଫ ପୁଲିସଙ୍କୁ ଅବଗତ କରିଥିଲେ।
ଆର୍ପିଏଫ୍ ଡ୍ରାଇଭର ବିକାଶକୁ ଅଟକ ରଖିବା ସହ ରାୟଗଡା ଠାରେ ଜିଆର୍ପି ପୁଲିସକୁ ହସ୍ତାନ୍ତର କରିଥିଲେ ।
ତେବେ ଏନେଇ ଆଜି (ରବିବାର) ନାବାଳିକାଙ୍କ ବାପା ଜିଆର୍ପି ଥାନାରେ ଏକ ଲିଖିତ ଅଭିଯୋଗ ଦେବା ପରେ ପୁଲିସ ଡ୍ରାଇଭରକୁ ଗିରଫ କରିଛି।
ଥାନାରେ ପୋକ୍ସୋ ଆଇନ୍ ଓ ଭାରତୀୟ ନ୍ୟାୟ ସଂହିତାର ଧାରା ୭୯ ରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ବିକାଶକୁ ଡାକ୍ତରୀମାଇନା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା ।
ଏହାପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜିଆର୍ପି ଥାନା ଅଧିକାରୀ କହିଛନ୍ତି।
"