Milk: ଜୁଲାଇରେ ପୁଣି ବଢ଼ିବ କ୍ଷୀର ଦର
"ନୂଆଦିଲ୍ଲୀ: ଏଲ୍ନିନୋ ଓ ଦୁର୍ବଳ ମୌସୁମୀ ପ୍ରଭାବରେ ପଶୁ ଖାଦ୍ୟ ମହଙ୍ଗା ହେବା ଆଶଙ୍କା ଦେଖାଦେଇଛି।
ତାହାର ପ୍ରଭାବରେ ଆସନ୍ତା ଜୁଲାଇ ଓ ଅଗଷ୍ଟରେ ପୁଣି କ୍ଷୀର ଦର ବଢ଼ିପାରେ।
ଗତ ମେ ମାସରେ କ୍ଷୀର ଦାମ ୨-୩ ପ୍ରତିଶତ ବଢ଼ିଥିଲା।
ସାଧାରଣତଃ ବୃଷ୍ଟିପାତ ହ୍ରାସ ପାଇଲେ ଓ ବର୍ଷା କମ୍ ହେଲେ ପଶୁ ଖାଦ୍ୟ ଓ ପାଣି ଅଭାବ ଦେଖାଦେବ ଯାହା ଫଲରେ ଚାଷୀମାନେ ଗାଈଗୋରୁ ସଂଖ୍ୟା କମ୍ କରିବେ।
ସେଥିପାଇଁ କ୍ଷୀର ଉତ୍ପାଦନ ହ୍ରାସ ପାଇବ।Advertisment ଆହୁରି ପଢନ୍ତୁ: Maharashtra: ପିତାଙ୍କୁ ହତ୍ୟା ମାମଲାରେ ରାୟ ସପକ୍ଷରେ ନ ଆସିବାରୁ ସାଂସଦ ନିରାଶ ପରାଗ ମିଲ୍କ ଫୁଡ୍ସର ଅଧ୍ୟକ୍ଷ ଦେବେନ୍ଦ୍ର ଶାହ କହିଛନ୍ତି ଯେ ସ୍ବାଭାବିକଠାରୁ କମ୍ ବର୍ଷା ହେଲେ କ୍ଷୀର ଦର ଆଉ ୩-୪ ପ୍ରତିଶତ ବଢ଼ିବା ଆଶଙ୍କା ରହିଛି।
ପଶୁ ଖାଦ୍ୟ ଅଭାବ ଦେଖାଦେବାର ଆଶଙ୍କା ଥିବାରୁ ଉତ୍ପାଦନ ବଢ଼ାଇବାକୁ କମ୍ପାନିଗୁଡ଼ିକୁ ଆହ୍ବାନ ଦିଆଯାଇଛି।
ମହାରାଷ୍ଟ୍ର ପଶୁ ସମ୍ପଦ କମିସନର କିରଣ ପାଟିଲ କହିଛନ୍ତି ଯେ ଏଲନିନୋ ପାଇଁ ପଶୁ ଖାଦ୍ୟ ଅଭାବ ଦେଖାଦେବାର ଆଶଙ୍କା ରହିଛି।
ଏଲନିନୋ ପ୍ରଭାବର ମୁକାବିଲା କରିବା ପାଇଁ ଡେରି କମ୍ପାନିଗୁଡ଼ିକ ମଧ୍ୟ ନିଜ ଆଡ଼ୁ ପ୍ରସ୍ତୁତ ହେଉଛନ୍ତି।"