Weather: ମୌସୁମୀ ଛୁଇଁବାକୁ ଆହୁରି ୪ ଦିନ, ଜଳୁଛି ପଶ୍ଚିମ ଓଡ଼ିଶା
ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ଓ ମେଘୁଆ ପାଗ ଜାରି ରହିଛି। ରାଜ୍ୟର ପ୍ରାୟ ସ୍ଥାନରେ ଅଳ୍ପ ବହୁତ ବର୍ଷା ହେବା ସହ ତାପମାତ୍ରା ମଧ୍ୟ କମିଛି। ସେପଟେ ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିଛି। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ହୀରାକୁଦଠାରେ ୪୧ ଡିଗ୍ରି, ବୌଦ୍ଧରେ ୪୦.୮ ଡିଗ୍ରି, ସମ୍ବଲପୁରରେ ୪୦.୬ ଡିଗ୍ରି ଓ ଝାରସୁଗୁଡ଼ାରେ ୪୦ ଡିଗ୍ରି ଲେଖାଏଁ ରହିଥିଲା।
ତେବେ ସମ୍ପୂର୍ଣ୍ଣ ଓଡ଼ିଶାରେ ମୌସୁମୀ ସକ୍ରିୟ ହେବାକୁ ଆହୁରି ୩ରୁ ୪ ଦିନ ଲାଗିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ, ଆସନ୍ତାକାଲି ବାଲେଶ୍ବର ଓ ମୟୂରଭଞ୍ଜରେ ପ୍ରଚଣ୍ଡ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଘଣ୍ଟାପ୍ରତି ୫୦ରୁ ୬୦ କିମି ପର୍ଯ୍ୟନ୍ତ ପବନ ବହିପାରେ। ଏଣୁ ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଭଦ୍ରକ, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ ବି ଝଡ଼ବର୍ଷାର ଆଶଙ୍କାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
Weak monsoons: ଉପକୂଳ ଛୁୁୁଉଁ ଛୁଉଁ ମୌସୁମୀ ଦୁର୍ବଳ
ଉପକୂଳ ଓଡ଼ିଶା ସମୟରେ ଆଖପାଖ ଅଞ୍ଚଳରେ ବି ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପରବର୍ତ୍ତୀ ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସମ୍ଭାବନା ରହିଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ଏହିଭଳି ରହିବ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ବର୍ଷା ସମ୍ଭାବନା ବି ରହିଛି। ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ।