Coffee table book: ସମ୍ବାଦ ସାହିତ୍ୟଘରର କଫି ଟେବୁଲ୍ ବୁକ୍: ‘ବୃକ୍ଷରୋପଣ-୨୦୨୫’ ଉନ୍ମୋଚିତ
ଭୁବନେଶ୍ବର: ଆଜି ସମ୍ବାଦ ସାହିତ୍ୟଘର ପକ୍ଷରୁ ଏହାର କଫି ଟେବୁଲ୍ ବୁକ୍ ‘ବୃକ୍ଷରୋପଣ-୨୦୨୫ ଗଛ ବଞ୍ଚିଲେ ଆମେ ବଞ୍ଚିବା’ ସମ୍ବାଦ ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ଏଥିରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଏହାର ଉନ୍ମୋଚନ କରିଛନ୍ତି। ସମ୍ବାଦ ସାହିତ୍ୟଘର ପକ୍ଷରୁ ୨୦୧୯ ମସିହା ଜୁନ୍ ୫ ତାରିଖରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗତ ୬ ବର୍ଷ ଧରି ନିରନ୍ତର ଭାବେ ରାଜ୍ୟର ୩୧୪ ବ୍ଲକ୍ ଓ ପଡ଼ୋଶୀ ବିଚ୍ଛିନ୍ନାଞ୍ଚଳରେ ସର୍ବମୋଟ୍ ୭ ଲକ୍ଷ ୨୦ ହଜାର ୬୬୪ଟି ଚାରାରୋପଣ କରାଯାଇଛି।
Letter: ଚଳନ୍ତିକା: ଏଇଠୁ ଲେଖାଯାଏ ନିଜ ଠିକଣାରେ ନିଜକୁ ଚିଠି
୬ ବର୍ଷରେ ଲାଗିଛି, ୭ ଲକ୍ଷରୁ ଅଧିକ ଗଛ
୨୦୧୯ ମସିହାରେ ୨୭,୪୫୩ଟି ଚାରା, ୨୦୨୦ ମସିହାରେ ୧୭,୭୬୭ଟି ଚାରା, ୨୦୨୧ ମସିହାରେ ୬୮,୪୫୯ଟି ଚାରା , ୨୦୨୨ ମସିହାରେ ୧,୧୯,୪୬୭ଟି ଚାରା, ୨୦୨୩ ମସିହାରେ ୧,୫୯,୬୧୪ଟି ଚାରା, ୨୦୧୪ ମସିହାରେ ୧୭,୨୨୧୩ଟି ଚାରା ଓ ୨୦୨୫ ମସିହାରେ ୧,୫୫,୭୧୧ଟି ଚାରାରୋପଣ କରାଯାଇଛି। ଏହି ସବୁ ବୃକ୍ଷରୋପଣରେ ସାହିତ୍ୟକ, ସାମ୍ବାଦିକଙ୍କଠାରୁ ଆରମ୍ଭ କରି ସ୍ବେଚ୍ଛାସେବୀ ଅନୁଷ୍ଠାନ, ସ୍ଥାନୀୟ ବାସିନ୍ଦା, ଜଙ୍ଗଲ ବିଭାଗ, ଜାତୀୟ ରାଜପଥ ପ୍ରାଧିକରଣ, ସ୍କୁଲ ଓ କଲେଜ ଆଦି ସାମଲ ହୋଇଛନ୍ତି। କେବେ, କାହା ସହଯୋଗରେ, କେଉଁଠାରେ, କେତେ ବୃକ୍ଷରୋପଣ କରାଯାଇଛି, ସମସ୍ତ ତଥ୍ୟ ଏହି କଫି ଟେବୁଲ୍ବୁକ୍ରେ ରହିଥିବା ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ସୂଚନା ଦେଇଛନ୍ତି। ଆଜିର ଉନ୍ମୋଚନ ଉତ୍ସବରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ପରାମର୍ଶଦାତା କମଳାକାନ୍ତ ମହାପାତ୍ର, ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ, ରବିବାର ଫିଚର୍ ମୁଖ୍ୟ ଧୃତିକାମ ମହାନ୍ତି, ପ୍ରଭାସ ସାହୁ ଓ ଆଶିଷ ଗଡ଼ନାୟକ ଉପସ୍ଥିତ ଥିଲେ।