I like to laugh: ପ୍ରିୟ-ଅପ୍ରିୟ: ମୋତେ ହସିବା ଓ ହସେଇବା ପସନ୍ଦ

Jun 21, 2026 - 06:20
I like to laugh: ପ୍ରିୟ-ଅପ୍ରିୟ: ମୋତେ ହସିବା ଓ ହସେଇବା ପସନ୍ଦ

"ପିଲାଦିନରୁ ଅଭିନୟ ପ୍ରତି ଆଗ୍ରହ ଥିଲା।

ସୌଭାଗ୍ୟକୁ ଏକ ଘରୋଇ ଚ୍ୟାନେଲ୍‌ରୁ ଅଭିନୟ କରିବାକୁ ଅଫର୍‌ ମିଳିଲା।

ଫଳରେ ତାଙ୍କ ସ୍ବପ୍ନକୁ ଉଡ଼ାଣ ଭରିବାର ସୁଯୋଗଟିଏ ମିଳିଗଲା!

୨୦୨୨ ମସିହାରେ ଷ୍ଟାର୍‌ କିରଣ ଚ୍ୟାନେଲ୍‌ରେ ପ୍ରଥମ କରି ଧାରାବାହିକ "ଜୀବନ ସାଥୀ"ରେ ଅଭିନୟ କରିବାର ସୁଯୋଗ ପାଇଲେ ରୂପାଲି ମିଶ୍ର।

ପରେ ପରେ ଜୀ-ସାର୍ଥକ‌ରେ "ତୁ ଖରା ମୁଁ ଛାଇ"ରେ ବି ତାଙ୍କୁ ଦେଖିବାକୁ ମିଳିଲା।

ହେଲେ ରୂପାଲିଙ୍କୁ ଭିନ୍ନ ପରିଚୟ ପ୍ରଦାନ କଲା ଗତ ଅଢ଼େଇ ବର୍ଷ ଧରି "ସିଦ୍ଧାର୍ଥ" ଟିଭିରେ  ପ୍ରସାରିତ ହେଉଥିବା ମେଗା ଧାରାବାହିକ "କେଦାର‌ଗୌରୀ"।

ଏଥିରେ ମୁଖ୍ୟ ନାୟିକା ଗୌରୀ ଭୂମିକାରେ ଅବତୀର୍ଣ୍ଣ ହୋଇ ସେ ଦର୍ଶକଙ୍କ ପ୍ରଶଂସା ସାଉଁଟିଲେ।

ଅଭିନେତ୍ରୀ ରୂପାଲି ଆମ ସହ ତାଙ୍କ ଜୀବନର ପ୍ରିୟ ଓ ଅପ୍ରିୟ କଥାକୁ ବାଣ୍ଟିଛନ୍ତି।Advertisment Weekly Horoscope 2026 June 21 to 27: ଜାଣନ୍ତୁ ଏ ସପ୍ତାହର ରାଶିଫଳ ସେ କହନ୍ତି, ""ମୋତେ ବିନ୍ଦାସ୍‌ ରହିବା ଭାରି ପସନ୍ଦ।

ମୁଁ ଭାରି ବନ୍ଧୁପ୍ରେମୀ।

ମୋତେ ସମସ୍ତଙ୍କ ସହ ମିଶିବାକୁ, ବନ୍ଧୁତ୍ବ ନିଭାଇବାକୁ ଭଲଲାଗେ।

ମୁଁ ଯେଉଁ ବି କଳାକାରଙ୍କ ସହ କାମ କରେ, ସେମାନଙ୍କ ସହ ଭଲ ସଂପର୍କ ରଖିବାକୁ ପସନ୍ଦ କରେ।

କେବଳ କାର୍ଯ୍ୟକ୍ଷେତ୍ରରେ ନୁହେଁ; ବନ୍ଧୁପରିଜନ, ଚିହ୍ନାପରିଚିତ ସମସ୍ତଙ୍କ ସହ ମିଳାମିଶା କରିବାକୁ ଭଲପାଏ।

ମୋଟାମୋଟି କହିବାକୁ ଗଲେ, ମଜାମସ୍ତିରେ ଜୀବନ ବିତାଇବା ହିଁ ମୋର ଲକ୍ଷ୍ୟ।"" Weather: ମୌସୁମୀ ଛୁଇଁବାକୁ ଆହୁରି ୪ ଦିନ, ଜଳୁଛି ପଶ୍ଚିମ ଓଡ଼ିଶା ସେହିପରି ନିଜର ଅପ୍ରିୟ କଥାଟି ପ୍ରକାଶ କରିବାକୁ ଯାଇ ରୂପାଲି କହନ୍ତି, ""ମୋତେ ମୁହଁ ଶୁଖେଇ ବସିବାକୁ ଭଲ ଲାଗେନା।

ମୁଁ ନିଜେ ହୁଏ କି ମୋର ସାମ୍ନା ଲୋକ ହେଉ, ଶୁଖିଲା ମୁହଁ ମୋର ପସନ୍ଦ ନୁହେଁ।

ମୋତେ ହସିବାକୁ ଓ ଅନ୍ୟକୁ ହସେଇବାକୁ ଭଲ ଲାଗେ।

ମୋ ସାମ୍ନାରେ କେହି ବେଶି ସମୟ ଶୁଖିଲା ମୁହଁ କରି ବସିପାରନ୍ତି ନାହିଁ; ମୁଁ ହସେଇ ଦିଏ।

ଏମିତି ଦେଖିବାକୁ ‌ଗଲେ, ମୁଁ ସ୍ବଭାବରେ ଟିକେ ରାଗୀ।

ହେଲେ ସେଇ ରାଗକୁ ବେଶୀ ସମୟ ଧରି ବସିପାରେ ନାହିଁ।

୫-୧୦ ମିନିଟ୍‌ ଭିତରେ ସ୍ବାଭାବିକ ‌େହାଇଯାଏ।

ମନରେ କଷ୍ଟ, ମୁହଁରେ ଦୁଃଖ ମୁଁ ଅଧିକ ସମୟ ରଖିପାରେନି କି ସାମ୍ନା ଲୋକର ଦେଖିପାରେନି।"""